Advertisment

ପାରାଦୀପରୁ କେନ୍ଦ୍ରାପଡ଼ା ଦେଇ କେନ୍ଦୁଝର ଗଡ଼ିବ ମେମୋ

୨୦୨୦ ମସିହାରେ ପାରାଦୀପ-ହରିଦାସପୁର ରେଳ ଲାଇନ୍‌ରେ ମାଲ୍‌ବାହୀ ଟ୍ରେନ୍‌ ଚାଲିଥିଲା। ତା’ପରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରିବା ପାଇଁ ଦାବି ହୋଇ ଆସୁଥିଲା।

ଅଦ୍ୟତନ ହୋଇଛି
Train

Train

Advertisment

ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିଲା। ବହୁ ପ୍ରତିକ୍ଷୀତ ପରାଦୀପ-ହରିଦାସପୁର ରେଳ ଲାଇନ୍‌ରେ ଗଡ଼ିବ ଯାତ୍ରୀବାହୀ ଟ୍ରେନ୍‌। ପାରାଦୀପରୁ କେନ୍ଦ୍ରାପଡ଼ା ଦେଇ କେନ୍ଦୁଝର ଗଡ଼ିବ ମେମୋ ଟ୍ରେନ୍‌। ଆସନ୍ତା ୫ ତାରିଖରେ ଓଡ଼ିଶା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଦେଖାଇ ଟ୍ରେନ୍‌ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।

Advertisment

୨୦୨୦ ମସିହାରେ ପାରାଦୀପ-ହରିଦାସପୁର ରେଳ ଲାଇନ୍‌ରେ ମାଲ୍‌ବାହୀ ଟ୍ରେନ୍‌ ଚାଲିଥିଲା। ତା’ପରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରିବା ପାଇଁ ଦାବି ହୋଇ ଆସୁଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କେନ୍ଦ୍ରାପଡ଼ା ଗସ୍ତ ସମୟରେ ସ୍ଥାନୀୟ ଲୋକ ପୁରୁଣା ଦାବି ଦୋହରାଇ ଥିଲେ। ଯାତ୍ରୀବାହୀ ଟ୍ରେନ୍‌ ଚଳାଇବା ପାଇଁ ଦାବି କରିଥିଲେ। ସ୍ଥାନୀୟ ଲୋକଙ୍କ ଅନୁରୋଧ କ୍ରମେ ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି ରେଳ ମନ୍ତ୍ରଣାଳୟ।

ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ହେବାକୁ ଥିବା ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବେ। ସେହି ସମୟରେ ପତାକା ଦେଖାଇ ପ୍ରଧାନମନ୍ତ୍ରୀ ମେମୋ ଟ୍ରେନ୍‌ର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି।

Advertisment

DRM ଏସ.ଏସ. ବାଜୱାଙ୍କ କହିବା ଅନୁସାରେ କମିଶନ ଅଫ୍‌ ରେଲୱେ ସେଫଟିର ବିଶେଷଜ୍ଞଟିମ୍‌ ଆଜି ଟ୍ରାକ୍‌ ଯାଞ୍ଚ କରିଥିଲେ। ତା’ପରେ ଟ୍ରାକ୍‌ରେ ଟ୍ରାଏଲ୍‌ ହୋଇଛି। ଆଜି ଓ ଆସନ୍ତାକାଲି ଟ୍ରାକ୍‌ରେ ଟ୍ରାଏଲ୍‌ ହେବ। ତା’ପରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତରେ ୫ ତାରିଖରେ ଟ୍ରେନ୍‌ର ଶୁଭାରମ୍ଭ ହେବ। ଟ୍ରେନ୍‌ଟି ପାରାଦୀପରୁ ଛାଡ଼ି କେନ୍ଦ୍ରାପଡ଼ା ଦେଇ କେନ୍ଦୁଝର ଯିବ। ।

ରିପୋର୍ଟ- କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

Train Kendrapara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe