Nilgiri Station
ଖୁବ୍ଶୀଘ୍ର ନୀଳଗିରି ଗୋପୀନାଥପୁର ଷ୍ଟେସନ୍ରୁ ବାଲେଶ୍ୱରକୁ ଗଡ଼ିବ ମେମୋ ଟ୍ରେନ୍। ସେଥିପାଇଁ ମେମୋ ଟ୍ରେନ୍ ରେକ୍ ଆସି ସରିଲାଣି। ଖାଲି ତାରିଖ ଘୋଷଣାକୁ ଅପେକ୍ଷା କରାଯାଇଛି। ଆଶା କରୁଛି ୧୦ରୁ ୧୫ ଦିନ ଭିତରେ ଏହି ଟ୍ରେନ୍ ଚାଲିବ। ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣ-ପୂର୍ବ ରେଲଓ୍ୱେ ଡିଭିଜନତ ମହାପ୍ରବନ୍ଧକ ଅନିଲ ମିଶ୍ରା
ବାଲେଶ୍ୱର ଜିଲ୍ଲାର ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ଦକ୍ଷୀଣ-ପୂର୍ବ ରେଲଓ୍ୱେ ଡିଭିଜନର ସବୁ ପୁରୁଣା ଷ୍ଟେସନର ସିଗନାଲିଂ ସିଷ୍ଟମ ପରିବର୍ତ୍ତନ କରାଯିବ। କିଛି ଷ୍ଟେସନର ନବୀକରଣ ପରେ ଏହା ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ। ଅନ୍ୟପଟେ ଓଡ଼ିଶା ସରକାର ରୟାଲ୍ଟି ବୃଦ୍ଧି କରିଥିବାରୁ ନୂଆକରି ହେବାକୁ ଥିବା ରେଲୱେର ଥାର୍ଡ ଲାଇନ୍ କାମ ଆଗେଇ ପାରୁନି ଦକ୍ଷିଣ-ପୂର୍ବ ରେଲଓ୍ୱେ ଡିଭିଜନତ ମହାପ୍ରବନ୍ଧକ ଅନିଲ ମିଶ୍ରା ।
ସେ ଆହୁରି କହିଛନ୍ତି, ଭଦ୍ରକ ଜିଲ୍ଲା ରାଣୀତାଲଠାରୁ ବାଲେଶ୍ୱର ଜିଲ୍ଲା ଭିତରେ ଥିବା ସବୁ ରେଲୱେ ଷ୍ଟେସନର ନବୀକରଣ ପାଇଁ ଚିଠା ପ୍ରସ୍ତୁତ ସରିଛି। ୧୦ରୁ ୧୫ ଦିନ ମଧ୍ୟରେ ନୀଳଗିରିର ଗୋପୀନାଥପୁରକୁ ନୂଆ ମେମୋ ଟ୍ରେନ୍ ଚଳାଚଳ କରିବ। ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଏହାର ଉଦଘାଟନ କରିବେ ବୋଲି ସୂଚନା ଦେଇଛନ୍ତି ଦକ୍ଷିଣ-ପୂର୍ବ ରେଲଓ୍ୱେ ଡିଭିଜନତ ମହାପ୍ରବନ୍ଧକ ଅନିଲ ମିଶ୍ରା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us