Advertisment

ପୁଅକୁ ଘରକୁ ଫେରାଇ ଆଣିବା ପାଇଁ ନେହୁରା ହେଲେ ପରିବାର ଲୋକ

ପରିବାର ପ୍ରତିପୋଷଣ ପାଇଁ ୨୦୨୧ ମସିହାରେ ଶ୍ରମିକ ଭାବେ ଦୁବାଇ ଯାଇଥିଲେ ଖଲ୍ଲିକୋଟ ବ୍ଲକ୍‌ ମାଣିକ୍ୟପୁର ଗାଁର ରାଜୁ ମଲ୍ଲିକ। ସେ ସେଠାରେ ଆଲକସ୍‌ ଆର୍‌ଏଲ୍‌ଏସ୍‌ ଟେକ୍ନିକାଲ ୱାର୍କ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ।

ଅଦ୍ୟତନ ହୋଇଛି
Ganjam

Ganjam

Advertisment

ଦାଦନ ଖଟିବାକୁ ଦୁବାଇ ଯାଇଥିଲେ। ହେଲେ ବସ୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ମେଡ଼ିକାଲ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି ରାଜୁ ମଲ୍ଲିକ। ଘରର ରୋଜଗାରିଆ ପୁଅର ଏପରି ଅବସ୍ଥା ଦେଖି ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକ। ଦାଦନ ଯନ୍ତ୍ରଣାର ଏପରି ବିକଳ ଚିତ୍ର ଆସିଛି ଗଞ୍ଜାମରୁ।

Advertisment

ପରିବାର ପ୍ରତିପୋଷଣ ପାଇଁ ୨୦୨୧ ମସିହାରେ ଶ୍ରମିକ ଭାବେ ଦୁବାଇ ଯାଇଥିଲେ ଖଲ୍ଲିକୋଟ ବ୍ଲକ୍‌ ମାଣିକ୍ୟପୁର ଗାଁର ରାଜୁ ମଲ୍ଲିକ। ସେ ସେଠାରେ ଆଲକସ୍‌ ଆର୍‌ଏଲ୍‌ଏସ୍‌ ଟେକ୍ନିକାଲ ୱାର୍କ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ଗତ ୨୧ ତାରିଖ ଦିନ କମ୍ପାନୀ ବସରେ ରୁମକୁ ଫେରୁଥିଲେ। ହଠାତ ବସ୍‌ଟି ଦୁର୍ଘଟଣା ଗସ୍ତ ହୋଇଥିଲା। ଦୁର୍ଘଟଣାରେ ରାଜୁ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ମସ୍ତିସ୍କରେ ଆଘାତ ଲାଗିଥିବାରୁ ସେ କୋମାକୁ ଚାଲି ଯାଇଥିବା ପରିବାର ଲୋକେ କହିଛନ୍ତି।

ଦୁର୍ଘଟଣା ନେଇ କମ୍ପାନୀ କର୍ତ୍ତୃପକ୍ଷ ରାଜୁଙ୍କ ପରିବାରକୁ ସୂଚନା ଦେଇ ନଥିଲା। ଦୀର୍ଘ ସାତ ଦିନ ପରେ ଅନ୍ୟ ଜଣେ ଓଡ଼ିଆ ଶ୍ରମିକ ରାଜୁଙ୍କ ପରିବାର ଲୋକଙ୍କୁ ଫୋନ୍‌ରେ ଜଣାଇଥିଲେ। ଏହା ପରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ମେଡ଼ିକାଲ୍‌ ବେଡ୍‌ରେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ରାଜୁଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଲୋକେ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି। ଖବର ପାଇଁ ସ୍ଥାନୀୟ ସରପଞ୍ଚ ଉଦୀୟ ନାଥ ବାରିକ ଓ ଜିଲ୍ଲାପରିଷଦ ସଭ୍ୟା ସୋନମ ପଲାଇ ଗାଁରେ ପହଞ୍ଚି ପରିବାର ଲୋକଙ୍କଠାରୁ ରାଜୁଙ୍କ ବିଷୟରେ ପୂରା ଘଟଣା ପଚାରି ବୁଝିଲେ। ପରେ ଏନେଇ ଗଞ୍ଜାମ ଜିଲ୍ଲପାଳଙ୍କ ସହ କଥା ହୋଇଥିଲେ। ଖୁବ ଶୀଘ୍ର ରାଜୁଙ୍କୁ ଓଡ଼ିଶାକୁ ଫେରାଇ ଆଣି ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପରିଷଦ ସଭ୍ୟା ସୋନମ ପଲାଇ କହିଛନ୍ତି।

Advertisment

ରିପୋର୍ଟ-ଖଲ୍ଲିକୋଟରୁ ଶିଲୁ ବିଶ୍ୱାଳ

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe