Advertisment

ଭୋଟ ଦେବା ପାଇଁ ଓଡ଼ିଶା ଆସିବାକୁ ବ୍ୟାକୁଳ ଦାଦନ ଭୋଟର, ଛାଡ଼ୁନାହାନ୍ତି ଇଟାଭାଟି ମାଲିକ

କାମଧନ୍ଧା ଅଭାବରୁ ବଲାଙ୍ଗୀର ଜିଲ୍ଲାର ଲକ୍ଷଲକ୍ଷ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି।

Odisha

Odisha

Advertisment

ଆସନ୍ତାକାଲି ଠାରୁ ଓଡ଼ିଶାରେ ମତଦାନ ପ୍ରକ୍ରିୟା ଆରମ୍ଭ ହେବ। ସୋମବାର ରାଜ୍ୟର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ପଡ଼ିବ। ସେହିପରି ଆସନ୍ତା ୨୦ ତାରିଖରେ ବଲଙ୍ଗୀରବାସୀ ଭୋଟ ଦେବେ। ଏଠାକାର ଲୋକସଭା ଓ ବିଧାନସଭା ଆସନଗୁଡ଼ିକ ପାଇଁ ଲୋକମାନେ ମତାଧିକାର ସାବ୍ୟସ୍ତ କରିବେ।

Advertisment

ହେଲେ କାମଧନ୍ଧା ଅଭାବରୁ ବଲାଙ୍ଗୀର ଜିଲ୍ଲାର ଲକ୍ଷଲକ୍ଷ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି। ବିଶେଷ କରି ଦାଦନଗଡ଼ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅନେକ ଲୋକ ଦାଦନ ଖଟିବାକୁ ଯାଇ ବାହାର ରାଜ୍ୟରେ ରହିଛନ୍ତି। କଣ୍ଟାବାଞ୍ଜିରେ ଏବେ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

ଆଜି କଣ୍ଟାବାଞ୍ଜି ଅଂଚଳରେ ମୁଖ୍ୟମନ୍ତ୍ରୀ ପ୍ରଚାର ବି ଆରମ୍ଭ କରିଛନ୍ତି। କିନ୍ତୁ ସେପଟେ ବାହାର ରାଜ୍ୟରେ ଏବେ ବି କାମ କରୁଛନ୍ତି ଲକ୍ଷ ଲକ୍ଷ ଭୋଟର। ସେମାନଙ୍କ ଇଚ୍ଛା ଓଡ଼ିଶା ଆସି ଭୋଟ ଦେବେ। ଭୋଟ ପାଇଁ ସେମାନେ ଇଟାଭାଟି ମାଲିକଙ୍କୁ ଛୁଟି ମାଗୁଥିଲେ ମଧ୍ୟ ଏହାକୁ ମଞ୍ଜୁରୀ ମିଳୁନି।

Advertisment

ଛୁଟି ଦେଲେ ଭୋଟ ଦେବାକୁ ଯିବୁ ନହେଲେ ସରକାରୀ ଯୋଜନାରୁ ବଂଚିତ ହେବୁ ବୋଲି ଦାଦନ ଶ୍ରମିକ ମାନେ ନେହୁରା ହେଉଥିବାର ଏକ ଭିଡିଓ ବି ସାମ୍ନାକୁ ଆସିଛି।

ଭିଡିଓରେ ଅନେକ ଲୋକ ଭୋଟ ପାଇଁ ଛୁଟି ଦେବାକୁ ଇଟାଭାଟି ମାଲିକ ପାଖରେ ନେହୁରା ହେଉଛନ୍ତି। ଏହି ଶ୍ରମିକ ମାନେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଇଛାପଡା ପଂଚାୟତର ବୋଲି ଜଣାପଡ଼ିଛି। ତଥାପି ମାଲିକ ସେମାନଙ୍କୁ ଛୁଟି ଦେବାକୁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି। ତେଲେଙ୍ଗାନାର ହାଇଦ୍ରାବାଦ ଅନ୍ତର୍ଗତ ନାରଖୁଡା ଅଂଚଳରେ କାମ କରୁଥିବା ଲୋକମାନେ ଛୁଟି ମାଗୁଥିବା ବେଳର ଭିଡିଓ ସାମ୍ନାକୁ ଆସିଛି।

ଇଟାଭାଟି ମାଲିକମାନଙ୍କ ଏପରି ଆଭିମୁଖ୍ୟ ଯୋଗୁ ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ଭୋଟଦାନରୁ ବଂଚିତ ହେଉଛନ୍ତି। ତଥାପି ସେମାନଙ୍କୁ ଆଣିବା ପ୍ରଶାସନ ତରଫରୁ କୌଣସି ବ୍ୟବସ୍ଥା କରାଯାଉନାହିଁ। ତେଣୁ ପୁଣି ଏଠାରେ ଭୋଟ ଦାନରୁ ଲକ୍ଷ ଲକ୍ଷ ଲୋକ ବଂଚିତ ହେବାର ଆଶଙ୍କା ପ୍ରକାଶ ପାଇଛି।

ରିପୋର୍ଟ: ବଲାଙ୍ଗୀରରୁ ଘଟେଶ୍ୱର ମିଶ୍ର

Odisha Balangir Migrants
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe