Advertisment

ମାଣ୍ଡିଆ ଉପରେ ବେଶି ନଜର, କାଙ୍ଗୁ ହେଉଛି କମ୍‌ଜୋର୍‌!

ଦେଶ ବିଶେଷରେ ମଣ୍ଡିଆକୁ ଅଧିକ ମାନ୍ୟତା ଦିଆଯାଉଥିବା ବେଳେ କାଙ୍ଗୁ ଚାଷ ଲୋପ ପାଇବାକୁ ବସିଲାଣି। ଫଳରେ ବହୁ ପାରମ୍ପରିକ ବିହନ ଆଉ ଚାଷୀଙ୍କ ପାଖରେ ନାହିଁ। ହାତଗଣତି ଚାଷୀ ଏହି ଚାଷ କରୁଛନ୍ତି।

ଅଦ୍ୟତନ ହୋଇଛି
Koraput

Koraput

Advertisment

ଆଦିବାସୀଙ୍କ ମୁଖ୍ୟ ଖାଦ୍ୟ ଲଘୁଶସ୍ୟକୁ ଗୁରୁତ୍ଵ ଦେଉଛନ୍ତି ସରକାର। ଏହାକୁ ମିଲେଟ ମିଶନର ମଧ୍ୟରେ ସାମିଲ କରିଛନ୍ତି। ଏପରିକି ଦେଶ ବିଶେଷରେ ମାଣ୍ଡିଆକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ କାଙ୍ଗୁ ଚାଷ ଲୋପ ପାଇବାକୁ ବସିଲାଣି।ଫଳରେ ବହୁ ପାରମ୍ପରିକ ବିହନ ଆଉ ଚାଷୀଙ୍କ ପାଖରେ ନାହିଁ। ହାତଗଣତି ଚାଷୀ ଏହି ଚାଷ କରୁଛନ୍ତି।

Advertisment

କୋରାପୁଟ ଜିଲ୍ଲାର ନନ୍ଦପୁର, ଲମତାପୁଟ, ପଟାଙ୍ଗି ଓ ଦଶମନ୍ତପୁର ଆଦି ବ୍ଲକ୍ ସମେତ ଅନ୍ୟ କିଛି ସ୍ଥାନରେ କାଙ୍ଗୁ ଚାଷ ହେଉଛି। ମିଲେଟ ମିଶନ ପକ୍ଷରୁ ପ୍ରାୟ ୧୦୦ ହେକ୍ଟର ଜମିରେ ଏହି ଚାଷ ହେଉଛି। ତେବେ ମାଣ୍ଡିଆ ଭଳି ଏହାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)  ଧାର୍ଯ୍ୟ ହୋଇନଥିବା ସହ ବଜାର ବ୍ୟବସ୍ଥା ନ ଥିବା ଯୋଗୁ ଚାଷୀ ଶୋଷଣର ଶିକାର ହେଉଛନ୍ତି। କାଙ୍ଗୁ କେଜି ପ୍ରତି ପ୍ରାୟ ଶହେ ଟଙ୍କା ଦରରେ ବାହାର ଅଞ୍ଚଳର ବ୍ୟବସାୟୀମାନେ କିଣି ନେଉଛନ୍ତି। ଏଥିରେ ବିଭିନ୍ନ କମ୍ପାନୀର ଟ୍ୟାଗ୍ ଲଗାଇ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଏହାର ଔଷଧୀୟ ଗୁଣ ପାଇଁ ଲୋକେ କିଣି ନେଉଛନ୍ତି।

ଚାଷୀ ଭୀମ ଗୌଡ଼ କହିଛନ୍ତି ଯେ, ତାଙ୍କ ଜେଜେ ବାପା ଓ ବାପା ଏହି କାଙ୍ଗୁ ଚାଷ ବହୁତ ପରିମାଣରେ କରୁଥିଲେ। ବର୍ତ୍ତମାନ୍ ଏହା କମି ଯାଇଛି। ଚାଷ ଜମିର ହିଡ଼ ଗୁଡ଼ିକରେ ଏହା କରାଯାଉଛି। ପୂର୍ବରୁ ଭଟା ଗୁଡ଼ିକରେ ସ୍ୱତନ୍ତ୍ର ଭାବେ ଚାଷ ହେଉଥିଲା। ବର୍ତ୍ତମାନ ବହୁ ପାରମ୍ପରିକ ବିହନ ଗୁଡ଼ିକ ଲୋପ ପାଇବାକୁ ବସିଲାଣି। ମାଣ୍ଡିଆ ଭଳି ଏହାକୁ ପ୍ରୋତ୍ସାହନ ଦେଲେ କାଙ୍ଗୁ ଚାଷ ବୃଦ୍ଧି ପାଇବ।

Advertisment

ଅନ୍ୟଜଣେ ଚାଷୀ ସୁରେନ୍ଦ୍ର ମସ୍ତି ଓ ଖଗେଶ୍ୱର କହିଛନ୍ତି ଯେ, କାଙ୍ଗୁର ପାରମ୍ପରିକ ବିହନ ଗୁଡିକର ସଂରକ୍ଷଣ ଆବଶ୍ୟକ। ଖାଦ୍ୟରେ ପୋଷଣ ଥିବା କ୍ଷୁଦ୍ର ଖାଦ୍ୟ ଶସ୍ୟ ଗୁଡ଼ିକର ବ୍ୟବହାର ପାଇଁ ସରକାର କହୁଛନ୍ତି। ହେଲେ ଏହାକୁ ପ୍ରୋତ୍ସାହନ ଦେଉ ନାହାନ୍ତି। ପୁର୍ବରୁ ଗରିବ ଲୋକଙ୍କର ଏହା ପ୍ରଧାନ ଖାଦ୍ୟ ଥିଲା। ଏବେ ଏହାକୁ ବଡ଼ ବଡିଆମାନେ ଜଳଖିଆରେ ବ୍ୟବହାର କରୁଛନ୍ତି। କାଙ୍ଗୁ ଏବେ ବହୁ ଲୋକଙ୍କର ପ୍ରିୟ ଖାଦ୍ୟ ହୋଇଛି। ତଥାପି ଏହାର ଚାଷ କମି କମି ଯାଉଛି। 

ଏହି କାଙ୍ଗୁରେ ବର୍ତ୍ତମାନ୍ ବିରିୟାନି, ପଲାଉ, କ୍ଷୀରି, ଦୋଷା ଓ ଉପମା ଭଳି ଖାଦ୍ୟ କରି ଲୋକେ ଖାଉଛନ୍ତି। ଏହାକୁ ମାଣ୍ଡିଆ ଭଳି ଯଦି ଗୁରୁତ୍ୱ ଦିଆଯାନ୍ତା ତେବେ ଶିଶୁଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କର ଏହା ପ୍ରିୟ ଖାଦ୍ୟ ହୋଇ ପାରନ୍ତା। ମିଶନ ଶକ୍ତି ଜରିଆରେ ପ୍ରସାର କରାଗଲେ ଏହାର ମାନ ସହ ଚାହିଦା ବି ବଢ଼ିଯାନ୍ତା ବୋଲି କାଙ୍ଗୁକୁ ନେଇ ବିଭିନ୍ନ ଆଇଟମ କରୁଥିବା ଲଷ୍ମୀ ହୋତା କହିଛନ୍ତି। ସେହିପରି କୃଷି ପ୍ରଯୁକ୍ତି ପରିଚାଳନା ସଂସ୍ଥା ବା ଆତ୍ମାର ଡେପୁଟି ପ୍ରୋଜେକ୍ଟ ଡାଇରେକ୍ଟର ତାପସ ଚନ୍ଦ୍ର ରାୟଙ୍କ କହିଛନ୍ତି ଯେ, ମିଲେଟ ମିଶନ ଅଧୀନରେ ୭୦ ପ୍ରତିଶତ ମାଣ୍ଡିଆ ଚାଷ ହେଉଥିବା ବେଳେ ୩୦ ପ୍ରତିଶତ କାଙ୍ଗୁ ଓ ଅନ୍ୟ ମିଲେଟ୍ ଜାତୀୟ ଶସ୍ୟ ଚାଷ ହେଉଛି। କାଙ୍ଗୁରେ ପ୍ରୋଟିନ୍, ଫାଇବର ଓ ଆବଶ୍ୟକ ପୋଷାକତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ଏହାର ବେଞ୍ଚ ମାର୍କ ଦର ସ୍ଥିର କରିବା ପାଇଁ ମିଲେଟ୍ ମିଶନ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଏହା ଦ୍ୱାରା ଚାଷୀ ଲାଭବାନ ହୋଇପାରିବେ।

କୋରାପୁଟ ଜିଲ୍ଲା ମାଟି ଓ ପରିବେଶ ଯୋଗୁଁ ଏଠାରେ ବହୁ ପୁଷ୍ଟିକର ଖାଦ୍ୟଶସ୍ୟ ଚାଷ ହୋଇଥାଏ। ଏହି ଜିଲ୍ଲାକୁ ଧାନର ଉତ୍ପତ୍ତି ସ୍ଥଳ ଭାବେ ବିବେଚିତ କରାଯାଏ। ତେଣୁ ସରକାର ଏହି କାଙ୍ଗୁ ଚାଷ ପ୍ରତି ଦୃଷ୍ଟି ଦେଲେ ଚାଷୀ ଲାଭବାନ ହୋଇପାରିବେ ଏବଂ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବେ।

ରିପୋର୍ଟ- କୋରାପୁଟରୁ ସୂର୍ଯ୍ୟ ନାରାୟଣ ପଣ୍ଡା

Farmer Suicide Farmer Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe