Advertisment

Mini Marathon: ସୁରକ୍ଷା ପାଇଁ ମିନି ମାରାଥନ୍: ଶ୍ରମିକଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରୟାସ

SPD

ମାରାଥନ

Advertisment

ଶ୍ରମିକଙ୍କ ସୁରକ୍ଷିତ ଭବିଷ୍ୟତ ଦିଗରେ ଅଧିକ ସଚେତନତା ଓ ଏହା ପ୍ରାଥମିକ ଦାୟିତ୍ୱ ଭାବେ ଏସପିଡି  କନଷ୍ଟ୍ରକ୍ସନ ଲିମିଟେଡ୍ ପକ୍ଷରୁ ରବିବାର ଗୋଟିଏ ସେଫ୍ଟି  ମିନି ମାରାଥନ ଆୟୋଜିତ ହୋଇଯାଇଛି। ସୁରକ୍ଷା ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦ରୁ ଅଧିକ ଜଣ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ରହିଥିଲେ। ମାରାଥନ ଖଣ୍ଡଗିରି ନିକଟସ୍ଥ ଜୟଦେବ ବାଟିକାରୁ ଆରମ୍ଭ ହୋଇ ସମ୍ ହସ୍ପିଟାଲ ନିକଟ SOA କ୍ରିକେଟ୍ ଗ୍ରାଉଣ୍ଡରେ ଶେଷ ହୋଇଥିଲା। 

Advertisment

ଏହି କାର୍ଯ୍ୟକ୍ରମକୁ ଏସପିଡି କନଷ୍ଟ୍ରକ୍ସନର ପରିଚାଳନା ନିର୍ଦେଶକ ସୌରଭ ଖୈତାନ ବିଧିବଦ୍ଧ ଭାବେ ଉଦଘାଟିତ କରିଥିଲେ। ତାଙ୍କ ସହିତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଚିରାଗ ଖୈତାନ ଏବଂ ନିର୍ଦ୍ଦେଶକ ସଞ୍ଜୟ ଜାଲାନ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ ଉପସ୍ଥିତ ରହି ମାରାଥନରେ ସାମିଲ ହୋଇଥିବା ପ୍ରତିଯୋଗୀଙ୍କ ଉତ୍ସାହ ବଢ଼ାଇଥିଲେ। 

ବିଭିନ୍ନ ପୃଷ୍ଠଭୂମିର ଅଂଶଗ୍ରହଣକାରୀମାନେ ମାରଥନରେ ଯୋଗ ଦେଇ ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ଏକତ୍ରିତ ହୋଇଥିଲେ। ଶିଳ୍ପ କ୍ଷେତ୍ରରେ ସୁରକ୍ଷାକୁ ଗୁରୁତ୍ୱ ଦେବା ପାଇଁ ଏପରି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। 

Advertisment
Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe