ରାଜ୍ୟ ସରକାର ଆଜି ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଚାରୋଟି ବର୍ଗ ଯଥା- ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଶ୍ରମିକ ଏହି ନିଷ୍ପତ୍ତି ଦ୍ୱାରା ଉପକୃତ ହେବେ।
Also Read
ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୩୯୨ରୁ ୫୦୦କୁ, କୁଶଳୀ ଶ୍ରମିକଙ୍କ ମଜୁରୀ ୪୪୨ରୁ ୫୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଅତ୍ୟନ୍ତ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀକୁ ୫୦୨ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ଲକ୍ଷ ଲକ୍ଷ ଶ୍ରମିକ ଉପକାର ପାଇବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଟାଙ୍ଗୀ ରେଞ୍ଜରେ ହାତୀ ଆତଙ୍କ; ଲୋକେ ଭୟଭୀତ
୩୦ ଟିକିଆ ହାତୀପଲ ଆଜି (ବୁଧବାର) ସକାଳେ ଟାଙ୍ଗୀ ବ୍ଲକ୍ ଅଚ୍ୟୁତପୁର ରାସ୍ତା ପାର ହୋଇ ନିକଟସ୍ଥ ଜଙ୍ଗଲ ଭିତରକୁ ଯାଇଛନ୍ତି। ହାତୀପଲଙ୍କ ଉପରେ ନଜର ରଖି ଅନ୍ୟ ଜଙ୍ଗଲ ଆଡ଼କୁ ଘଉଡାଇ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Miscellaneous
ଦୁଇ ମାସରେ ସରିବ ଆବାସ ସର୍ଭେ
ମନ୍ତ୍ରୀ ଶ୍ରୀ ନାଏକ ବିଭାଗୀୟ ଟ୍ରେନରମାନେ ଗାଁ ଗାଁରେ ଲୋକଙ୍କୁ ଡାକି ସଚେତନ କରୁଛନ୍ତି। ଯିଏ ବଞ୍ଚିତ ହୋଇଛନ୍ତି, ଗରିବ ଅଛନ୍ତି, ସେମାନଙ୍କୁ ସାମିଲ କରାଯାଉଛି। ପୂର୍ବ ସରକାରରେ ଆକ୍ରୋଶ ମୂଳକ ଭାବେ ରାଜନୈତିକ ଅଭିସନ୍ଧି ରଖି ଗରିବମାନଙ୍କୁ ଆବାସ ତାଲିକାରୁ କାଟି ଦିଆଯାଉଥିଲା।
Miscellaneous
ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଏତଲା କରିଥିବା ଆଉ ୩ ଜଣ ଓହରିଲେ
ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ପ୍ରଦୀପ ଟଙ୍କା ନେଇଥିବା ଅଭିଯୋଗ କରି ୫ ଜଣ ଥାନାରେ ମାମଲା ଦାଏର କରିଥିଲେ। ପୂର୍ବରୁ ୨ ଜଣ ଏତଲାକାରୀ ଏହି ମାମଲାରୁ ଓହରି ଯାଇଥିଲେ।
Miscellaneous
ସିବିଆଇ ସହ ଲୁଚକାଳି ଖେଳ; ଭୁବନେଶ୍ୱରରେ ହାଜର ନ ହୋଇ ଦିଲ୍ଲୀରେ ବସିଥିଲେ ବିଷ୍ଣୁପଦ ସେଠୀ
ଯେଉଁ ସମୟରେ ବିଷ୍ଣୁପଦଙ୍କୁ ଭୁବନେଶ୍ୱର ସିବିଆଇ ଅଫିସରେ ହାଜର ପାଇଁ ସମନ ହୋଇଥିଲା ସେ ସମୟରେ ସେ ଦିଲ୍ଲୀରେ ଥିଲେ।
Miscellaneous
ସ୍ୱଚ୍ଛକର୍ମୀଙ୍କ ମନ ବି ସ୍ୱଚ୍ଛ; ଅଳିଆ ଗଦାରୁ ପାଇଥିବା ସୁନା ବ୍ରେସଲେଟ୍ ଫେରାଇଦେଲେ
ସ୍ୱଚ୍ଛକର୍ମୀଙ୍କ ମନ ବି ସ୍ୱଚ୍ଛ। ଅଭାବ ଅନଟନ ଭିତରେ ଚଳୁଥିଲେ ବି ଲୋଭ, ମାୟା ଗ୍ରାସ କରି ପାରୁନି। ଅଳିଆ ଗଦାରୁ ଲକ୍ଷାଧିକ ଟଙ୍କାର ସୁନା ପାଇଲେ ବି ତାହାକୁ ପ୍ରକୃତ ମାଲିକଙ୍କୁ ଫେରାଇ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।