Advertisment

ରାତିରେ ସାଧାରଣ ଲୋକଙ୍କ ସହିତ ବସ୍‌ରେ ଯାତ୍ରା କଲେ ଗଣଶିକ୍ଷାମନ୍ତ୍ରୀ

ବସ୍‌ ଭିତରେ ଯାତ୍ରୀଙ୍କ ସହିତ ମନ୍ତ୍ରୀ ଓ ବିଧାୟକ ଯାତ୍ରୀ କଥା ହୋଇଥିଲେ। ଲୋକଙ୍କ ସୁଖ, ଦୁଃଖ ଓ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ରାତି ବିଢ଼ିବା ପରେ ଉଭୟ ନେତା ସ୍ଲିପ୍‌ର ସିଟ୍‌ରେ ଶୋଇ ପଡ଼ିଥିଲେ।

Bus

Bus

Advertisment

ରାତି ବସ୍‌ରେ ସାଧାରଣ ଲୋକଙ୍କ ସହିତ ଯାତ୍ରା କଲେ ମନ୍ତ୍ରୀ ଓ ବିଧାୟକ। ବସ୍‌ରେ ଯାତ୍ରା ବେଳେ ଉଭୟ ନେତା ସାଧାରଣ ଲୋକଙ୍କ ସହିତ ବାର୍ତ୍ତାଳାପ କରିଥିଲେ। ଲୋକଙ୍କ ସୁଖ ଓ ଦୁଃଖ ପଚାରି ବୁଝିଥିଲେ।

Advertisment

ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ତଥା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏବଂ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ମଙ୍ଗଳବାର ସରକାରୀ କାର୍ଯ୍ୟରେ ଯୋଗଦେବା ପାଇଁ ରାଜଧାନୀ ଭୁବନେଶ୍ୱର ଆସିଥିଲେ। ବୁଧବାର ଦିନ ତମାମ ସରକାରୀ କାର୍ଯ୍ୟରେ ବ୍ୟସ୍ତ ଥିଲେ ଦୁଇ ନେତା। ତେବେ ସନ୍ଧ୍ୟା ବେଳେ ହଠାତ୍‌ ଜାଣିବାକୁ ପାଇଲେ ଗୁରୁବାର ନବରଙ୍ଗପୁର ଆସୁଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସାବିତ୍ରୀ ଠାକୁର। ତେଣୁ ସେମାନେ ନବରଙ୍ଗପୁର ଫେରିବା ପାଇଁ ମନସ୍ତ କରିଥିଲେ।

ଚାହିଁଥିଲେ ଦୁଇ ନେତା ରାତିରେ ସରକାରୀ ଗାଡ଼ିରେ ୬୫୦ କିମି ଅତିକ୍ରମ କରି ନବରଙ୍ଗପୁର ଆସି ପାରିଥାଆନ୍ତେ। ହେଲେ କାର୍‌ରେ ରାତିରେ ଯାତ୍ରାକୁ ଅସୁରକ୍ଷିତ ମଣି ଓ ଅଜଥା ଖର୍ଚ୍ଚରୁ ବର୍ତ୍ତିବା ପାଇଁ ଦୁଇ ନେତା ସାଧାରଣ ଲୋକଙ୍କ ସହିତ ପ୍ରାଇଭେଟ୍‌ ବସ୍‌ରେ ଯାତ୍ରା କରିବାକୁ ସୁରକ୍ଷିତ ମଣିଥିଲେ। ବୁଧବାର ସନ୍ଧ୍ୟା ବେଳେ ମନ୍ତ୍ରୀ ଶ୍ରୀ ଗଣ୍ଡ ଓ ବିଧାୟକ ଶ୍ରୀ ମାଝୀ ଭୁବନେଶ୍ୱରରୁ ‘ଦିଲ୍‌ଖୁସ୍‌’ ବସ୍‌ରେ ନବରଙ୍ଗପୁର ଅଭିମୁଖେ ଯାତ୍ରା କରିବାକୁ ପିଷ୍ପତ୍ତି ନେଇଥିଲେ। ଉଭୟ ନେତା ଭୁବନେଶ୍ୱରରୁ ବସ୍‌ରେ ଚଢ଼ିଥିଲେ। ବସ୍‌ରେ ଯାତ୍ରା କରୁଥିବା ଲୋକମାନେ ହଠାତ୍‌ ମନ୍ତ୍ରୀ ଓ ବିଧାୟକଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Advertisment

ବସ୍‌ ଭିତରେ ଯାତ୍ରୀଙ୍କ ସହିତ ମନ୍ତ୍ରୀ ଓ ବିଧାୟକ ଯାତ୍ରୀ କଥା ହୋଇଥିଲେ। ଲୋକଙ୍କ ସୁଖ, ଦୁଃଖ ଓ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ରାତି ବିଢ଼ିବା ପରେ ଉଭୟ ନେତା ସ୍ଲିପ୍‌ର ସିଟ୍‌ରେ ଶୋଇ ପଡ଼ିଥିଲେ। ୧୦ ଘଣ୍ଟାର ଯାତ୍ରା ପରେ ବସ୍‌ ନବରଙ୍ଗପୁରରେ ପହଞ୍ଚିଥିଲା। ସକାଳେ ସକାଳେ ଦୁଇ ନେତା ନବରଙ୍ଗପୁର ଷ୍ଟାଣ୍ଡରେ ବସ୍‌ରୁ ଓହ୍ଲାଇଥିଲେ। ଆଉ ନିଜର ନେତାଙ୍କୁ ପାଖରୁ ପାଇ ଲୋକମାନେ ବହୁତ ଖସି ହୋଇଥିଲେ। କିଏ ସେଲ୍‌ଫି ନେଉଥିଲା ତ ଆଉ କିଏ ହ୍ୟାଣ୍ଡସେକ୍‌ କରିବାକୁ ଅଗେଇ ଆସୁଥିଲା। ଲାଗୁଥିଲା ସତେ ଯେମିତି ଅତି ନିଜର ଲୋକଙ୍କୁ ପାଖରେ ପାଇଛନ୍ତି। ମନ୍ତ୍ରୀ ଓ ବିଧାୟକ ସାଧାରଣ ଲୋକଙ୍କ ସହିତ ଅତି ସହଜରେ ମିଶି ଯାଇଥିଲେ। ଆଉ ସବୁପ୍ରକାର ସହଯୋଗ କରୁଥିଲେ। ହସି ହସି ସେଲ୍‌ଫି ଉଠାଇବା ପାଇଁ ପୋଜ ଦେଉଥିଲେ।

ରିପୋର୍ଟ-ନବରଙ୍ଗପୁରରୁ ନବଘନ ବିଷୋୟୀ

Bjp Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe