Advertisment

ମହାନଦୀ-ପୋଲାଭରମ ଭଳି ଆନ୍ତଃରାଜ୍ୟ ବିବାଦର ସମାଧାନ ପାଇଁ ଗଢ଼ାହେବ ମନ୍ତ୍ରୀସ୍ତରୀୟ କମିଟି

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ବିଭିନ୍ନ ରାଜ୍ୟଗୁଡ଼ିକ ସହ ଓଡ଼ିଶାର ଥିବା ବିବାଦଗୁଡ଼ିକ ସମ୍ପର୍କରେ ଆଜି ବୈଠକରେ ବିଶଦ ଆଲୋଚନା କରାଯାଇଥିଲା ।

ଅଦ୍ୟତନ ହୋଇଛି
CM

CM

Advertisment

ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ଥିବା ଓଡ଼ିଶାର ବିଭିନ୍ନ ବିବାଦର ସମାଧାନ ପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଢ଼ିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ ମହାନଦୀ,ପୋଲାଭରମ, ବଂଶଧାରା ଓ କୋଟିଆ ଭଳି ଦୀର୍ଘଦିନର ବିବାଦର ସମାଧାନ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା କରାଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଆନ୍ତଃ ରାଜ୍ୟ ବିବାଦଗୁଡ଼ିକ ଉପରେ ଦୀର୍ଘସମୟ ଧରି ଆଲୋଚନା ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ବିଭିନ୍ନ ରାଜ୍ୟଗୁଡ଼ିକ ସହ ଓଡ଼ିଶାର ଥିବା ବିବାଦଗୁଡ଼ିକ ସମ୍ପର୍କରେ ଆଜି ବୈଠକରେ ବିଶଦ ଆଲୋଚନା କରାଯାଇଥିଲା । ମହାନଦୀ,ବଂଶଧାରା,ପୋଲାଭରମ ଓ କୋଟିଆ ଆଦି ବିଭିନ୍ନ ଆନ୍ତଃରାଜ୍ୟ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଏହି ବିବାଦଗୁଡ଼ିକର ସମାଧାନ ପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି ।

ଆଜିର ବୈଠକରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ୱ ସଚିବ ଦେଓରଞ୍ଜନ ସିଂ, ଆଇନ ସଚିବ ମାନସ ରଞ୍ଜନ ବାରିକ ପ୍ରମୁଖଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନେ ଉପସ୍ଥିତ ଥିଲେ ।

Advertisment
Polavaram Project Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe