ଗ୍ରେଡ ପେ’ ୪୨ ଶହକୁ ବୃଦ୍ଧି ଦାବିରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିବା ରାଜ୍ୟବ୍ୟାପୀ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ରହିଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଥିବା ନେଇ ସୂଚନା ମିଳିଛି । ୧୦ ଦିନ ମଧ୍ୟରେ ଦାବି ପୂରଣ ଲାଗି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ସ୍ଥଗିତ ରହିଛି। ଏନେଇ ମିଳିତ ଅମଲା ମଞ୍ଚର ଆବାହକ ଚିତ୍ତରଞ୍ଜନ ତରାସିଆ ସୂଚନା ଦେଇଛନ୍ତି।
ଆଜିଠୁ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଥିଲେ ୩୦ ହଜାର ଅମଲା। ଗ୍ରେଡ ପେ’ ୪୨ ଶହକୁ ବୃଦ୍ଧି ଦାବିରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ରାଜ୍ୟ ସରକାରଙ୍କ ୩୨ଟି ବିଭାଗର ଅମଲା ଚେତାବନୀ ଦେଇଥିଲେ ।
ଏହା ପୂର୍ବରୁ ଜୁନ ମାସରେ ମଧ୍ୟ ୧୬ଦିନ ଧରି ଆନ୍ଦୋଳନ କରିଥିଲେ ଅମଲା। ସେତେବେଳେ ରାଜ୍ୟ ସରକାରଙ୍କଠୁ ଦାବି ପୂରଣର ପ୍ରତିଶ୍ରୁତି ପାଇ ଓହରିଥିଲେ। ହେଲେ ଏହା ଭିତରେ ୬ମାସ ବିତିବାକୁ ଯାଉଥିଲେ ବି ସରକାର ପ୍ରତିଶ୍ରୁତି ପୂରଣ ହୋଇ ନଥିଲା। ଏଥିପାଇଁ ସମୂହ ଛୁଟିରେ ଯିବା ସହ ଆନ୍ଦୋଳନ କରିବେ ବୋଲି ମିଳିତ ଅମଲା ମଞ୍ଚ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।