Advertisment

ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ; ସରକାରଙ୍କୁ ୧୦ ଦିନ ମହଲତ

ଆଜିଠୁ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଥିଲେ ୩୦ ହଜାର ଅମଲା।

ministerial staff

ministerial staff

Advertisment

ଗ୍ରେଡ ପେ’ ୪୨ ଶହକୁ ବୃଦ୍ଧି ଦାବିରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିବା ରାଜ୍ୟବ୍ୟାପୀ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ରହିଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଥିବା ନେଇ ସୂଚନା ମିଳିଛି । ୧୦ ଦିନ ମଧ୍ୟରେ ଦାବି ପୂରଣ ଲାଗି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ସ୍ଥଗିତ ରହିଛି। ଏନେଇ ମିଳିତ ଅମଲା ମଞ୍ଚର ଆବାହକ ଚିତ୍ତରଞ୍ଜନ ତରାସିଆ ସୂଚନା ଦେଇଛନ୍ତି।

Advertisment

ଆଜିଠୁ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଥିଲେ ୩୦ ହଜାର ଅମଲା। ଗ୍ରେଡ ପେ’ ୪୨ ଶହକୁ ବୃଦ୍ଧି ଦାବିରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ରାଜ୍ୟ ସରକାରଙ୍କ ୩୨ଟି ବିଭାଗର ଅମଲା ଚେତାବନୀ ଦେଇଥିଲେ ।

ଏହା ପୂର୍ବରୁ ଜୁନ ମାସରେ ମଧ୍ୟ ୧୬ଦିନ ଧରି ଆନ୍ଦୋଳନ କରିଥିଲେ ଅମଲା। ସେତେବେଳେ ରାଜ୍ୟ ସରକାରଙ୍କଠୁ ଦାବି ପୂରଣର ପ୍ରତିଶ୍ରୁତି ପାଇ ଓହରିଥିଲେ। ହେଲେ ଏହା ଭିତରେ ୬ମାସ ବିତିବାକୁ ଯାଉଥିଲେ ବି ସରକାର ପ୍ରତିଶ୍ରୁତି ପୂରଣ ହୋଇ ନଥିଲା। ଏଥିପାଇଁ ସମୂହ ଛୁଟିରେ ଯିବା ସହ ଆନ୍ଦୋଳନ କରିବେ ବୋଲି ମିଳିତ ଅମଲା ମଞ୍ଚ।

Advertisment
Bhubaneswar Ministerial Staff
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe