Advertisment

୨ଦିନ ତଳେ ମିଳିଥିଲା ଗର୍ଭବତୀ ମା’ର ମୃତଦେହ; ଆଜି ମିଳିଲା ଝିଅର ଶବ

ରବିବାର ସନ୍ଧ୍ୟାରେ କୋରାପୁଟ ଜିଲ୍ଲାର ଝଞ୍ଜାବତୀ ନଦୀରେ ମା’ ଓ ଝିଅ ଶୌଚପାଇଁ ଯାଇ ଭାସିଯାଇଥିଲେ।

ଅଦ୍ୟତନ ହୋଇଛି
Deadbody

Deadbody

Advertisment

କୋରାପୁଟ ଜିଲ୍ଲାର ଝଞ୍ଜାବତୀ ନଦୀରୁ ମିଳିଲା ନାବାଳିକାର ମୃତଦେହ। ଦୀର୍ଘ ୭୨ ଘଣ୍ଟାର ଅପରେସନ ପରେ ଆଜି ସକାଳେ ଓଡ୍ରାଫ ଟିମ୍‌  ମୃତଦେହ ଉଦ୍ଧାର କରିଛନ୍ତି। ଦୁଇ ତଳେ ଗର୍ଭବତୀ ମା’ର ମୃତଦେହ ଉଦ୍ଧାର କରାଯାଇଥିଲା।। ରବିବାର ସନ୍ଧ୍ୟାରେ କୋରାପୁଟ ଜିଲ୍ଲାର ଝଞ୍ଜାବତୀ ନଦୀରେ ମା’ ଓ ଝିଅ ଶୌଚପାଇଁ ଯାଇ ଭାସିଯାଇଥିଲେ। ମୃତ ମହିଳା ଜଣଙ୍କ ହେଲେ ନାରାୟଣପାଟଣା ଥାନା ଡୋକରିଘାଟି ଗାଁର ମତି ତାଡିଂ ।

Advertisment

ଗତ ଗୁରୁବାର ମତିଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ତେଣୁ ତାଙ୍କ ସ୍ୱାମୀ ତାଙ୍କୁ ନାରାୟଣପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚେକ୍‌ଅପ୍‌ ପରେ ଡେଟ୍‌ ହୋଇନଥିବା କହିଥିଲେ ଡାକ୍ତର। ତେଣୁ ସେ ନାରାୟଣପାଟଣା ଉପକଣ୍ଠରେ ନିର୍ମାଣ ହୋଇଥିବା ମାଆ ଗୃହରେ ରହିଥିଲେ।

ମତିଙ୍କ ପାଖରେ ତାଙ୍କ ସ୍ୱାମୀ ଓ ୬ ବର୍ଷର ଝିଅ ଥିଲେ। ରବିବାର ସନ୍ଧ୍ୟାରେ ସ୍ୱାମୀଙ୍କୁ ନ କହି ମତି ଓ ତାଙ୍କ ଝିଅ ମାଆ ଗୃହଠାରୁ ୧୦୦ ମିଟର ଦୂରରେ ଥିବା ଝାଞ୍ଜାବତୀ ନଦୀ ପଠାକୁ ଶୌଚ ପାଇଁ ଯାଇଥିଲେ। ମତିଙ୍କ ଝିଅ ନଦୀ ପାଣିରେ ଶୌଚ ବେଳେ ଭାସି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ମତି ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ମା’ଝିଅ ଭାସି ଯାଇଥିବା ମତିଙ୍କ ସ୍ୱାମୀଙ୍କୁ ଖବର ଦେଇଥିଲେ। ପରେ ଓଡ୍ରାଫ ଟିମ୍‌ ପହଞ୍ଚି ଖୋଜାଖୋଜି କରିଥିଲେ। ଦୁଇଦିନ ତଳେ ମା’ର ମୃତଦେହ ମିଳିଥିଲା ବେଳେ ଆଜି ସକାଳେ ଝିଅ ମୃତଦେହ ଉଦ୍ଧାର କରାଯାଇଛି। ମତି ୮ମାସର ଗର୍ଭବତୀ ଥିଲେ ବୋଲି ସୂଚନା ରହିଛି।

Advertisment
Deadbody Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe