Advertisment

ମାଛକୁଣ୍ଡ ନଦୀରେ ଖସିଗଲା ଗୋଡ଼, ମିଳୁନି ନାବାଳିକାଙ୍କ ପତ୍ତା

ଆଜି ୪ ଜଣ ନାବାଳିକା ଏକାଠି ହୋଇ ମାଛକୁଣ୍ଡ ନଦୀ ଖୀନମୁଙ୍ଗ ଘାଟକୁ ଗାଧୋଇବାକୁ ଯାଇଥିଲେ।

author-image
Hemant Lenka
River

River

ସାଙ୍ଗମାନଙ୍କ ସହ ମାଛକୁଣ୍ଡ ନଦୀରେ ବେଶ ହସଖୁସିରେ ଗାଧଉଥିଲେ। ହେଲେ ଗାଧେଇବା ବେଳେ ଅସାବଧାନତା ଯୋଗୁ ଗୋଡ଼ ଖସି ଯାଇଥିଲା। ଏହାପରେ ନଦୀ ଭିତରେ ହଠାତ୍‌ ନିଖୋଜ ହୋଇ ଯାଇଛନ୍ତି ଜଣେ ନାବାଳିକା। ତାଙ୍କୁ ସକାଳୁ ଖୋଜାଖୋଜି ଚାଲିଥିଲେ ହେଁ ଏଯାଏ କୌଣସି ପତ୍ତା ମିଳିନି। କୋରାପୁଟର ଲମତାପୁଟରୁ ଏପରି ଦୁଃଖଦ ଖବର ଆସିଛି।

Advertisment

ଆଜି ୪ ଜଣ ନାବାଳିକା ଏକାଠି ହୋଇ ମାଛକୁଣ୍ଡ ନଦୀ ଖୀନମୁଙ୍ଗ ଘାଟକୁ ଗାଧୋଇବାକୁ ଯାଇଥିଲେ। ସମସ୍ତେ ଗାଧୋଉ ଥିବା ବେଳେ ହଠାତ୍‌ ଜଣେ ନାବାଳିକାର ଗୋଡ଼ ଖସି ଯାଇଥିଲା। ସେ ପାଣିରେ ବୁଡ଼ି ଯାଉଥିବା ଦେଖି ତାଙ୍କୁ ଅନ୍ୟ ୩ ଜଣ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ।

ହେଲେ ସେମାନେ ସଫଳ ହୋଇ ନଥିଲେ। ଅକାତକାତ ପାଣିରେ ନାବାଳିକା ଜଣଙ୍କ ହଠାତ୍‌ ବୁଡ଼ି ଯାଇଥିଲେ। ୩ ଜଣ ସାଙ୍ଗ ବ୍ୟସ୍ତ ହୋଇ ପ୍ରଥମେ ଗାଁ ଲୋକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ସେମାନେ ଖୋଜାଖୋଜି ଆରମ୍ଭ କରିବା ସହ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ।

Advertisment

ସମସ୍ତେ ମିଳିତ ଭାବେ ନଦୀରେ ଖୋଜାଖୋଜି କରିଥିଲେ ହେଁ ଏଯାଏ ନାବାଳିକାଙ୍କ କୌଣସି ପତ୍ତା ମିଳି ନାହିଁ। ନିଖୋଜ ନାବାଳିକା ଜଣଙ୍କ ଖିନିମୁଙ୍ଗ ଗାଁର। ତାଙ୍କ ପରିବାର ଲୋକ ଝିଅର ଫେରିବା ବାଟକୁ ନଦୀ କୂଳରେ ବସି ଚାହିଁ ରହିଛନ୍ତି।

Odisha Koraput