Advertisment

ଆଜି ଚାନ୍ଦିପୁରରେ ହେବ ମିସାଇଲ ପରୀକ୍ଷଣ; ୩୧ ଶହ ଲୋକ ସ୍ଥାନାନ୍ତର

କ୍ଷେପଣାସ୍ତ୍ର ଘାଟିରୁ ସାଢ଼େ ଦୁଇ କିଲୋମିଟର ପରିଧି ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ଅଦ୍ୟତନ ହୋଇଛି
Balasore

Balasore

Advertisment

ଆଜି ଚାନ୍ଦିପୁର ଆଇଟିଆର LC-III କ୍ଷେପଣାସ୍ତ୍ର ଘାଟିରୁ କରାଯିବ ମିସାଇଲ ପରୀକ୍ଷଣ। ଏଥିପାଇଁ କ୍ଷେପଣାସ୍ତ୍ର ଘାଟି ଆଖପାଖ ଅଞ୍ଚଳ ଖାଲି କରାଯାଉଛି। କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ୩୧ ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି।  

Advertisment

କ୍ଷେପଣାସ୍ତ୍ର ଘାଟିରୁ ସାଢ଼େ ଦୁଇ କିଲୋମିଟର ପରିଧି ଅଞ୍ଚଳର ବସବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଜୟଦେବ କସବା ପାହି ଓ ସାହାଜନଗର ପାହିରୁ ୧୦୯୩ ଜଣ, ଭୀମପୁର ପାହି ଓ ତୁଣ୍ଡରା ପାହିରୁ ୮୯୫ ଜଣ, ଖଡୁପାହି ଓ କୁସୁମୁଳୀରୁ ୧୧୧୨ ଜଣ ସମୁଦାୟ ୩୧୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ଅସ୍ଥାୟୀ ଆଶ୍ରୟସ୍ଥଳୀ ଗୁଡିକରେ ସ୍ଥାନାନ୍ତରିତ ପାଇଁ ୧୦୦ରୁ ଊର୍ଦ୍ଧ୍ୱ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେହିଭଳି ପୁଲିସ ପ୍ରଶାସନ ପକ୍ଷରୁ ୧୫  ସେକ୍ସନ ପୁଲିସ ଫୋର୍ସ ମୁତୟନ କରାଯାଇଛି। କ୍ଷେପଣାସ୍ତ୍ର ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଶିବିରରେ ରହିବାକୁ ଲୋକଙ୍କୁ ସୂଚନା ଦିଆଯାଇଛି। ଅସ୍ଥାୟୀ ଆଶ୍ରୟ ସ୍ଥଳୀରେ ଲୋକମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। 

Advertisment

ବାଲେଶ୍ୱର ଏଡିଏମ୍ ନିରଞ୍ଜନ ବେହେରା କହିଛନ୍ତି, ଯେଉଁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି, ସେମାନଙ୍କର ରହିବା ଖାଇବା ପିଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ସରକାରଙ୍କ ନିୟମ ଅନୁସାରେ କାର୍ଯ୍ୟ କରାଯାଉଛି। 

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe