Advertisment

ରତ୍ନଭଣ୍ଡାର ଚାବି ଚୋରି ହୋଇଥିବା ସନ୍ଦେହ ବଢ଼ିଲା

‘ଯେଉଁ ଚାବି ମିଳିଥିଲା ସେଥିରେ ରତ୍ନଭଣ୍ଡର ତାଲା ଖୋଲିନଥିଲା। ତେଣୁ ତାଲା ଭାଙ୍ଗିବାକୁ ପଡ଼ିଥିଲା। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଲା, ରତ୍ନଭଣ୍ଡାରରେ ପଡ଼ିଥିବା ତାଲା ଖୋଲିବା ପାଇଁ ସେହି ଚାବି ଉଦ୍ଦିଷ୍ଟ ନଥିଲା।’

ଅଦ୍ୟତନ ହୋଇଛି
Ratna Bhandar

Ratna Bhandar

Advertisment

କୋଟି ଓଡ଼ିଆଙ୍କ ମଉଡ଼ମଣୀ ହେଉଛନ୍ତି ମହାପ୍ରଭୁ ଶ୍ରୀଗନ୍ନାଥ। ତାଙ୍କ ରତ୍ନଭଣ୍ଡାର ଚୋରି ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଉଛି। ତେଣୁ ଅପରାଧୀକ ମାମଲା ରୁଜୁ କରାଯାଇପାରେ ବୋଲି କହିଛନ୍ତି ରତ୍ନଭଣ୍ଡା ଖୋଲିବା ପାଇଁ ଗଢ଼ା ଯାଇଥିବା ଉଚ୍ଚସ୍ତରୀୟ କମିଟି ସଦସ୍ୟ ଜଗଦୀଶ ମହାନ୍ତି କହିଛନ୍ତି।

Advertisment

ଶ୍ରୀ ମହାନ୍ତି କହିଛନ୍ତି, ଯେଉଁ ଚାବି ମିଳିଥିଲା ସେଥିରେ ରତ୍ନଭଣ୍ଡର ତାଲା ଖୋଲିନଥିଲା। ତେଣୁ ତାଲା ଭାଙ୍ଗିବାକୁ ପଡ଼ିଥିଲା। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଲା, ରତ୍ନଭଣ୍ଡାରରେ ପଡ଼ିଥିବା ତାଲା ଖୋଲିବା ପାଇଁ ସେହି ଚାବି ଉଦ୍ଦିଷ୍ଟ ନଥିଲା। ତେଣୁ ସେହି ଚାବି ଗଲା କୁଆଡେ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ଆହୁରି କରିଛନ୍ତି, ଚୋରିର ୩ଟି ପର୍ଯ୍ୟାୟ ରହିଛି। ଗୋଟିଏ ହେଉଛି- ଚୋରି କରିବା ଉଦ୍ଦେଶ୍ୟ, ଚୋରି ପାଇଁ ଉଦ୍ୟମ, ଚୋରିର କୃତ୍ୟ...। ତିନିଟି ଯାକ କରିବା ଏକ ଦଣ୍ଡନୀୟ ଅପରାଧ ଅଟେ। ମିଳିଥିବା ଚାବିରେ ତାଲା ନଖୋଲିବାରୁ ପ୍ରଥମ ଦୁଇ କଥା ପ୍ରମାଣିତ ହୋଇଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, କୌଣସି ଲୋକ ଚୋରି କରିବା ପାଇଁ ଉଦ୍ୟମ କରିଥିଲା। ଏହାର ଅର୍ଥ ଚୋରି କରିବା ଉଦ୍ଦେଶ୍ୟରେ ଡୁପ୍ଲିକେଟ୍‌ ଚାବି କରିଥିଲା। ତେବେ ଗଣତିମଣତି ହେଲେ ଜଣାପଡ଼ିବ ମହାପ୍ରଭୁଙ୍କ କେତେ ଅଳଙ୍କର ଅଛି ଓ ଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Advertisment

ସେପଟେ ଆଜି ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ବୈଠକର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ପ୍ରଥମେ ରତ୍ନଭଣ୍ଡାର ଭିତରେ ଥିବା ଖାଲି ଆଲମିରାକୁ କଢ଼ାଯିବ। ସେହି ଆଲ୍‌ମିରାକୁ ମନ୍ଦିର ପ୍ରଶାସନ ନିର୍ଦ୍ଧାରଣ କରିଥିବା ରୁମ୍‌କୁ ସ୍ଥାନାନ୍ତରିତ କରାଯିବ। ଏହା SOPରେ ନଥିଲା। ଏନେଇ ସରକାରଙ୍କୁ ଜଣାଇଛୁ। ଯଦି ଦରକାର ପଡ଼ିବ ଖାଲି ଆଲମିରାଗୁଡ଼ିକର ମରାମତି ହେବ। ଲୋକଙ୍କ ଭାବାବେଗକୁ ଆମେ ଗୁରୁତ୍ୱ ଦେଉଛୁ। ଯେପରି ଭବିଷ୍ୟତରେ ଆଉ ଦ୍ୱନ୍ଦ୍ୱ ନ ଆସିବ ତାହାକୁ ଗୁରୁତ୍ୱ ଦେଉଛୁ। ଉନ୍ନତ ଟେକ୍ନୋଲୋଜିର ପ୍ରୟୋଗ ପାଇଁ କହିଛୁ ବୋଲି ଜଷ୍ଟିସ୍‌ ରଥ କହିଛନ୍ତି।

ମରାମତି ନେଇ ଜଷ୍ଟିସ୍‌ ରଥ କହିଛନ୍ତି, ସରକାର ASI ସହ କଥାବାର୍ତ୍ତା କରିବ। ଯାହା ଉତ୍କୃଷ୍ଟ ଓ ଉପାଦେୟ ତାହା କରାଯିବ। ମନ୍ଦିର ଢ଼ାଞ୍ଚା ଉପରେ ଯେପରି ସମସ୍ୟା ନ ହେବ ତାହା ଗୁରୁତ୍ୱପୂର୍ଣ୍ଣ। ଆମ ପାଇଁ ସମୟ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଟେକ୍ନୋଲୋଜି ଗୁରୁତ୍ୱପୂର୍ଣ୍ଣ। ରତ୍ନ ଗଣତି, ମଣତି ପାଇଁ ସମୟ ଆସି ନାହିଁ ବୋଲି ଜଷ୍ଟିସ ରଥ କହିଛନ୍ତି।

Puri Shreemandir Puri Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe