Advertisment

ମିଶନଶକ୍ତି ଗୋଟେ ମାଇକ୍ରୋ ସରକାର ବୋଲି କହିଲେ ଉପ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ମିଶନ ଶକ୍ତି ଜରିଆରେ ୬ ଲକ୍ଷ ୨ ହଜାର ସ୍ୱୟଂ ସହାୟକ ଗ୍ରୁପରେ ପ୍ରାୟ ୭୦ ଲକ୍ଷ ସଦସ୍ୟା ରହିଛନ୍ତି। ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ କେନ୍ଦ୍ରରେ ବିଜେପି ସରକାର ଆରମ୍ଭ କରିଥିଲା ଏସଏଚଜି।

author-image
Manoranjan Sial
Mission Shakti

Mission Shakti

ଦୂର ହେଲା ଦ୍ୱନ୍ଦ୍ୱ। ଅନିଶ୍ଚିତତାରୁ ହଟିଲା ପରଦା। ବନ୍ଦ ହେବନି ମିଶନଶକ୍ତି, ବରଂ ଦୌଡ଼ିବ। ବଦଳିବ ମିଶନ ଶକ୍ତି କାୟାକଳ୍ପ। ଭୋଟ୍ ବ୍ୟାଙ୍କରେ ଗଣା ହେବେନି ମିଶନ ଶକ୍ତି ମହିଳା। ରାଜନୀତିରେ ମଧ୍ୟ ପଶିବେନି SHG ସଦସ୍ୟା। ନୂଆ ସରକାରରେ ମିଶନ ଶକ୍ତିକୁ ଗୁରୁତ୍ୱ ଦିଆଯାଉଛି। ସେଥିପାଇଁ ଛୁଟି ଦିନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଭାଗ ସମୀକ୍ଷା କରିଛନ୍ତି।

Advertisment

ଆଜି ପୂର୍ବାହ୍ନ ୧୧ ଟା ବେଳେ ମିଶନ ଶକ୍ତି ବିଭାଗରେ ପହଞ୍ଚିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସାଙ୍ଗରେ ଥିଲେ ମିଶନ ଶକ୍ତି ସଚିବ ଶାଲିନୀ ପଣ୍ଡିତ ଏବଂ ନିର୍ଦ୍ଦେଶକ ବିନୀତ ଭରଦ୍ୱାଜଙ୍କ ସହ ବିଭାଗୀୟ ଅଧିକାରୀ। ବୈଠକରେ ଅଢେଇ ଘଣ୍ଟାର ପ୍ରେଜେଣ୍ଟସନ ଉପସ୍ଥାପନା କରାଯାଇଥିଲା। ୧୯ଟି ବିଭାଗ ସହ ଅନୁବନ୍ଧିତ ହୋଇ କେମିତି କାର୍ଯ୍ୟ କରୁଛି ମିଶନ ଶକ୍ତି? ଆଉ କେଉଁଠି ରହୁଛି ସମସ୍ୟା? ସମୀକ୍ଷା ପରେ ମିଶନଶକ୍ତି ଏକ ମାଇକ୍ରୋ ସରକାର ବୋଲି କହିଥିଲେ ଉପ ମୁଖ୍ୟମନ୍ତ୍ରୀ। ଏହା ସହ ଆଗକୁ ରାଜ୍ୟରେ ଡ୍ରୋନ ଦିଦି, ଲକ୍ଷପତି ଦିଦି କରିବାରେ ରାଜ୍ୟକୁ ୧ ନଂ କରିବା ପାଇଁ ଅଧିକାରୀଙ୍କୁ ଟାସ୍କ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ରାଜ୍ୟରେ ମିଶନ ଶକ୍ତି ଜରିଆରେ ୬ ଲକ୍ଷ ୨ ହଜାର ସ୍ୱୟଂ ସହାୟକ ଗ୍ରୁପରେ ପ୍ରାୟ ୭୦ ଲକ୍ଷ ସଦସ୍ୟା ରହିଛନ୍ତି। ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ କେନ୍ଦ୍ରରେ ବିଜେପି ସରକାର ଆରମ୍ଭ କରିଥିଲା ଏସଏଚଜି। ମହିଳା ସଶକ୍ତୀକରଣ ପାଇଁ ଏହି ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର। ହେଲେ ପରବର୍ତ୍ତୀ ସମୟରେ ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର ଏହି ଗୋଷ୍ଠୀ ଗୁଡିକୁ ସଂଗଠିତ କରି ନିଜ ଭୋଟ୍ ବ୍ୟାଙ୍କ ଭଳି ବ୍ୟବହାର କରୁଥିବାର ନାନା ଅଭିଯୋଗ ଆସିଥିଲା। କେନ୍ଦ୍ରୀୟ ଅନୁଦାନରେ ଏସଏଚଜିଙ୍କୁ ମାଗଣା ଋଣ, ସ୍କୁଟି, ମୋବାଇଲ ନିଜେ ଦେଉଥିବା କହି ଭୋଟ୍ ହାତେଇବାକୁ ଚେଷ୍ଟା କରୁଥିଲେ। ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରୁ SHG ମହିଳା ଟଙ୍କା ବାଣ୍ଟୁଥିବାର ଅଭିଯୋଗ ମଧ୍ୟ ଆସଥିଲା। ଯାହା ପୂରା ଯୋଜନା ଆଉ ବିଭାଗକୁ ବଦନାମ କରିଦେଇଥିଲା। ଏଣୁ ନୂଆ ସରକାରଠୁ ଅନେକ କିଛି ଆଶା ରଖିଛନ୍ତି SHG ମହିଳା।

Advertisment
Mission Shakti Odisha Shg Pravati Parida