ଯେଉଁ ଏସଏଚଜି ମା ମାନଙ୍କୁ ନେଇ ସରକାର ବାହା ବାଃ ଲୁଟୁଛନ୍ତି । ସେହି ମା ହିଁ ଖୋଲି ଦେଇଛନ୍ତି ସରକାରଙ୍କ ଅସଲ ମୁଖା । କେମିତି ସରକାର ମହିଳା ବିକାଶ ଓ ମାଙ୍କୁ ସମ୍ମାନର ନାରା ଦେଇ ସେମାନଙ୍କୁ ଶୋଷଣ କରୁଛନ୍ତି , ରାଜରାସ୍ତାରେ ଖରାତରାରେ ବୁଲି ଧାରଣା ଦେବାକୁ ବାଧ୍ୟ କରୁଛନ୍ତି , ତାକୁ କ୍ୟାମେରା ସମ୍ମୁଖରେ ବଖାଣିଛନ୍ତି ଏସଏଚଜିଙ୍କ ପାଇଁ ରାଜ୍ୟର ବିଭିନ୍ନ ବ୍ୟାଙ୍କରେ କାମ କରୁଥିବା ବ୍ୟାଙ୍କ ମିତ୍ର ।