Advertisment

ଧାରଣାରେ ବସିଛନ୍ତି ବିଜେପି ବିଧାୟକ ମୋହନ ମାଝୀ

ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ମୋହନ ମାଝୀ ଓ ଆନ୍ଦୋଳନକାରୀ ମାନେ ଧାରଣା ଦେଇଥିଲେ।

ଅଦ୍ୟତନ ହୋଇଛି
Mohan Charan Majhi

Mohan Charan Majhi

Advertisment

ଥାନା ଆଗରେ ଧାରଣାରେ ବସିଲେ ବିଧାୟକ ମୋହନ ଚରଣ ମାଝୀ। କେନ୍ଦୁଝର ସଦର ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଥାନା ଆଗରେ ଧାରଣା ଦେଇଛନ୍ତି।

Advertisment

ବୁଧବାର ଦିନ ଜଳ ସମସ୍ୟା ନେଇ ଦୁଇଟି ପଞ୍ଚାୟତର ଲୋକ ୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ସେମାନଙ୍କୁ ବୁଝାସୁଝା କରିବା ପାଇଁ ଘଟଣାସ୍ଥଳକୁ ଯାଇଥିଲେ ମୋହନ ମାଝୀ। ଥାନା ଅଧିକାରୀ ତ୍ରିନାଥ ସେଠୀ ଥାନାରେ ବସି ଆଲୋଚନା ପାଇଁ ଡାକିଥିଲେ। ସେଠାରେ ପହଞ୍ଚିବା ପରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ଥାନା ଅଧିକାରୀ। ଏଥିସହ ଥାନାରୁ ଗେଟ୍ ଆଉଟ୍ କହିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ମୋହନ।

ଏସମ୍ପର୍କରେ ସେ ଏସପିଙ୍କୁ ବି ଅବଗତ କରାଇଛନ୍ତି। ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ମୋହନ ମାଝୀ ଓ ଆନ୍ଦୋଳନକାରୀ ମାନେ ଧାରଣା ଦେଇଥିଲେ।

Advertisment
Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe