Advertisment

ବଦଳିପାରେ ‘ମୋ’ ବସ୍‌’ର ନାଁ, ମନ୍ତ୍ରୀ କହିଲେ- ସେବା ଭଲ ଅଛି, ସଂଖ୍ୟା ବଢ଼ିବ

ମୁଁ କିମ୍ୱା ମୋ’ ଶବ୍ଦ ଦ୍ୱାରା କିଛି ହୁଏ ନାହିଁ। ଆମ ସରକାର ଏବଂ ଲୋକଙ୍କ ସରକାର । ତେଣୁ ‘ଆମ ବସ୍‌’ ନାଁ ରହିଲେ ଭଲ ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

author-image
Niharika Rout
Minister In Mo Bus

Minister In Mo Bus

ରାଜଧାନୀରେ ଚାଲୁଥିବା ମୋ’ ବସର ନାମ ପରିବର୍ତ୍ତନ ହୋଇ ଆମ ବସ ହୋଇପାରେ। ମୁଁ କିମ୍ୱା ମୋ’ ଶବ୍ଦ ଦ୍ୱାରା କିଛି ହୁଏ ନାହିଁ। ଆମ ସରକାର ଏବଂ ଲୋକଙ୍କ ସରକାର । ତେଣୁ ‘ଆମ ବସ୍‌’ ନାଁ ରହିଲେ ଭଲ ହେବ। ଏଭଳି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

Advertisment

ଆଜି ମାଷ୍ଟରକ୍ୟାଣ୍ଟିନଠାରୁ ମୋ’ ବସ୍‌ରେ ମନ୍ତ୍ରୀ ପ୍ରେସ ଛକ ଯାଏ ଯାତ୍ରା କରିଥିଲେ। ଏହି ସମୟରେ ସେ ଯାତ୍ରୀଙ୍କ ସମେତ ଷ୍ଟାଫଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ।

ଲକ୍ଷ୍ମୀ ବସ୍‌ର ନାମ ଓ ରଙ୍ଗ ବଦଳିବା ପ୍ରସଙ୍ଗରେ ସେ କହିଛନ୍ତି, ପ୍ରଥମେ ‘ମୋ ବସ୍‌’ର ବ୍ୟବସ୍ଥା ବଦଳିବ। ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ମୋ’ ବସ୍‌ର ନାମ ଓ ରଙ୍ଗ ବଦଳିବ।

Advertisment

ମୋ’ ବସ୍‌ ସେବା ଭଲ ଅଛି। କିନ୍ତୁ ସଂଖ୍ୟା ବଢ଼ାଇବାର ଆବଶ୍ୟକତା ଅଛି। ଯାତ୍ରୀଙ୍କ ଅଧିକ ବସ୍‌ ପାଇଁ ଦାବି କରୁଥିବା ବେଳେ ତାହାକୁ ପୂରଣ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ଶହ ବିଦ୍ୟୁତ ଚାଳିତ ବସ୍‌ ଓଡିଶାକୁ ଦେଉଛନ୍ତି। ଅତି ଶୀଘ୍ର ତାହା ଓଡ଼ିଶାରେ ପହଞ୍ଚିବ । ସେଥି ମଦ୍ୟରୁ ଭୁବନେଶ୍ୱର ଓ କଟକ ପାଇଁ ଶହେ ଲେଖାଏଁ ବସ୍ ରହିବ । ଅବଶିଷ୍ଟ ବସ୍‌ଗୁଡ଼ିକୁ ଅନ୍ୟାନ୍ୟ ସହର ପାଇଁ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ମୋ’ ବସ୍‌ ଡ୍ରାଇଭରଙ୍କ ବେପରୱା ଗାଡ଼ି ଚାଳନା ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ତେଣୁ ଏହି ଅଭିଯୋଗକୁ ଗୁରୁତ୍ୱର ସହ ନିଆଯିବ । ମଝିରେ ମଝିରେ ଚେକିଂ କରାଯିବ । ଯେପରି ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡ଼ି ନ ଚଳାନ୍ତି ତାହା ଉପରେ କଡ଼ା ନଜର ରଖାଯିବ । ଏଥିସହ ଟ୍ରାଫିକ ସୁପରିଚାଳନା ଉପରେ ବି ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ମୋ’ ବସ୍‌ରେ ଚୋରି ମାମଲା ବଢ଼ୁଥିବା ନେଇ ଅଭିଯୋଗ ହେଉଥିବା ବେଳେ ଏହାକୁ ଗୁରୁତର ସହ ନେବୁ ବୋଲି ବି ସେ କହିଛନ୍ତି। ମୋ’ ବସ୍‌ କର୍ମଚାରୀ ଯାତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି। ଆଗକୁ ଯେପରି ଏପରି ଭୁଲ୍‌ର ପୁନରାବୃତ୍ତି ନ ହୁଏ, ଯାତ୍ରୀଙ୍କୁ ଆନ୍ତରିକତାର ସହ ସ୍ୱାଗତ କରିବାକୁ ବସ୍‌ କର୍ମଚାରୀଙ୍କୁ କୁହାଯାଇଛି।

Mo Bus Mo Bus Service