ରାଉରକେଲା ସହରରେ ଆଜି ସକାଳୁ ଗଡୁନି ମୋ ବସ । ବନ୍ଦ ପଡ଼ିଛି ୧୦୦ ମୋ ବସ୍। ମହିଳା ବସ କର୍ମଚାରୀଙ୍କ ସମେତ ଅନ୍ୟ ଷ୍ଟାଫମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଠିକ୍ ସମୟରେ ଦରମା ସହିତ ଇପିଏଫ୍ ଓ ESI ଭଳି ସୁବିଧା ଯୋଗାଇ ଦେବା ଏବଂ ଅନ୍ୟାନ୍ୟ ବିଭିନ୍ନ ଦାବି ନେଇ ବନ୍ଦ ଡାକରା ଦେଇଛନ୍ତି ମୋ ବସ୍ କର୍ମଚାରୀ। ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଗାଡ଼ି ଗଡିବ ନାହିଁ ବୋଲି କହିଛନ୍ତି ବସ କର୍ମଚାରୀ।