‘ମୋ ଘର’ ଯୋଜନା ଫେଲ୍: ୨ ଲକ୍ଷ ଛୁଇଁଲାନି ଆବେଦନ, ବ୍ୟାଙ୍କ ଦେଉନାହାନ୍ତି ଋଣ

ଜୁନ୍ ୩ ତାରିଖରେ ରାଜ୍ୟ ସରକାର ଏହି କ୍ରେଡିଟ୍ ଲିଙ୍କଡ୍ କ୍ୟାପିଟାଲ ସବସିଡି ଯୋଜନା ‘ମୋ ଘର’ର ଗାଇଡଲାଇନ୍ ଜାରି କରିବା ସହ ମାସିକ ୨୫ହଜାର ଟଙ୍କାରୁ କମ୍ ଉପାର୍ଜନ କରୁଥିବା ପରିବାର ‘ମୋ ଘର’ ପାଇବାକୁ ଯୋଗ୍ୟ ବିବେଚିତ ହେବେ ।

Mo Ghara

Representative image

Ordigital Desk
  • Published: Wednesday, 19 July 2023
  • Updated: 20 July 2023, 12:23 PM IST

Sports

Latest News

ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗ୍ରାମାଂଚଳ ଭୋଟରଙ୍କୁ ଆକୃଷ୍ଟ ନିମନ୍ତେ ରାଜ୍ୟ ସରକାର ଆରମ୍ଭ କରିଥିବା ‘ମୋ ଘର’ ଯୋଜନା ଫେଲ୍ ମାରିଛି । ମାସେ ପରେ ବି ଏହି ଗ୍ରାମୀଣ ବାସଗୃହ ଯୋଜନାରେ ଘରଟିଏ ନିର୍ମାଣ କରିବାକୁ ସାଧାରଣ ଗରିବ ଲୋକଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇନି ।  ଏହି ଯୋଜନାରେ ୪ଲକ୍ଷ ହିତାଧିକାରୀଙ୍କୁ ଗୃହ ନିର୍ମାଣର ସୁଯୋଗ ଦେବା ପାଇଁ ରାଜ୍ୟ ସରକାର ୨୧୫୦କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରିଥିଲେ ମଧ୍ୟ ଅନ୍ୟାନ୍ୟ ଗ୍ରାମୀଣ ବାସଗୃହ ଯୋଜନା ଅନୁରୂପ ଏହା ହୋଇନଥିବାରୁ ଲୋକେ ଏଥିପ୍ରତି ମୁହଁ ମୋଡ଼ିବାରେ ଲାଗିଛନ୍ତି। ଆଉ ବ୍ୟାଙ୍କଗୁଡ଼ିକ ବି ବିନା ବନ୍ଧକ ଓ ଆବଶ୍ୟକ ଦସ୍ତାବିଜ ବିନା ଗୃହ ଋଣ ଦେବାକୁ ଆଗ୍ରହ ଦେଖାଉନଥିବା ଜଣାପଡ଼ିଛି । ଯେଉଁଥିପାଇଁ ଜୁନ୍ ୧୬ତାରିଖରୁ ଏହି ଯୋଜନାରେ ଗୃହ ନିର୍ମାଣ ପାଇଁ  ଆବେଦନ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆବେଦନକାରୀଙ୍କ ସଂଖ୍ୟା ୨ଲକ୍ଷ ଛୁଇଁନଥିବା ସୂଚନା ମିଳିଛି। ଯଦିଓ ରାଜ୍ୟରେ ଆଉ ୭ ଲକ୍ଷ ଘରର ଆବଶ୍ୟକତା ରହିଛି  ଓ ଏନେଇ ସଂସଦରେ ସ୍ୱର ଉଠାଇବାକୁ ବିଜେଡି ସାଂସଦମାନଙ୍କୁ ଗତ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। 

ମିଳିଥିବା ସୂଚନା ଅନୁସାରେ, ଚଳିତବର୍ଷ ମେ’ ୨୯ତାରିଖରେ ପଂଚମ ପାଳି ସରକାରର ୪ର୍ଥ ବର୍ଷ ପୂର୍ତ୍ତି ଅବସରରେ ‘ମୋ ଘର’ ଯୋଜନାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଥିଲେ । ଜୁନ୍ ୩ ତାରିଖରେ ରାଜ୍ୟ ସରକାର ଏହି କ୍ରେଡିଟ୍ ଲିଙ୍କଡ୍ କ୍ୟାପିଟାଲ ସବସିଡି ଯୋଜନା ‘ମୋ ଘର’ର ଗାଇଡଲାଇନ୍ ଜାରି କରିବା ସହ ମାସିକ ୨୫ହଜାର ଟଙ୍କାରୁ କମ୍ ଉପାର୍ଜନ କରୁଥିବା ପରିବାର ‘ମୋ ଘର’ ପାଇବାକୁ ଯୋଗ୍ୟ ବିବେଚିତ ହେବେ । ବ୍ୟାଙ୍କରେ ଜମି ପଟ୍ଟା ବନ୍ଧକ ରଖି ୧ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ରାଜ୍ୟ ସରକାର ୪୦ରୁ ୭୦ହଜାର ଟଙ୍କା(ସାଧାରଣ ବର୍ଗ ପାଇଁ ୩୦ରୁ ୬୦ହଜାର ଟଙ୍କା) କ୍ୟାପିଟାଲ ସବସିଡି ଦେବେ ତଥା ଗ୍ରାମାଂଚଳ ଗୃହ ନିର୍ମାଣ ଯୋଜନାରେ ଘରଟିଏ ପାଇନଥିବା ନିମ୍ନ ଓ  ନିମ୍ନ ମଧ୍ୟବିତ୍ତ ବର୍ଗର ପରିବାରକୁ ଏହି ଘର ମିଳିବ ବୋଲି ଘୋଷଣା କରିଥିଲେ । କିନ୍ତୁ ଏହି ଯୋଜନାରେ ଘର ପାଇବା ନିମନ୍ତେ ରାଜ୍ୟ ସରକାର ଧାର୍ଯ୍ୟ କରିଥିବା ନିୟମ ଓ ସର୍ତ୍ତାବଳୀ ଯୋଗୁ ଗ୍ରାମାଂଚଳର ପ୍ରକୃତ ଗରିବ ଓ ଯୋଗ୍ୟ ହିତାଧିକାରୀ ଏହି କ୍ରେଡିଟ୍ ଲିଙ୍କଡ୍ କ୍ୟାପିଟାଲ ସବସିଡି ଘର ପାଇବାରୁ ବଂଚିତ ହେଉଛନ୍ତି ।

Also Read

ପଂଚାୟତିରାଜ ବିଭାଗର ତଥ୍ୟ ଅନୁସାରେ, ଜୁନ୍ ୧୬ତାରିଖରୁ ଅନଲାଇନରେ ‘ମୋ ଘର’ ଯୋଜନା ପାଇଁ ଆବେଦନ ଆରମ୍ଭ ହୋଇଥିବାବେଳେ ଜୁଲାଇ ୧୦ତାରିଖ ସୁଦ୍ଧା ମୋଟ ୧ଲକ୍ଷ ୮୮ହଜାର ୫୬୦ଜଣ ପଞ୍ଜିକୃତ ହୋଇଛନ୍ତି । କଟକ, ପୁରୀ,ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ,ବାଲେଶ୍ୱର, ଢେଙ୍କାନାଳ, ସୋନପୁର ଜିଲ୍ଲାରେ ସର୍ବନିମ୍ନ ୧୦୨୫୭ରୁ ସର୍ବାଧିକ ୧୮୧୪୯ଟି ପଞ୍ଜିକୃତ ହୋଇଥିବାବେଳେ ଅନ୍ୟ କୌଣସି ଜିଲ୍ଲାରେ ଏହି ସଂଖ୍ୟା ୫ଅଙ୍କ ଛୁଇଁନି । କଟକ ଜିଲ୍ଲାରୁ ସର୍ବାଧିକ ପଞ୍ଜିକରଣ ହୋଇଛି ତଥା ଆଦିବାସୀବହୁଳ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପଞ୍ଜିକରଣ ସଂଖ୍ୟା ବେଶ୍ କମ୍ ରହିଛି । ଏହି ପଞ୍ଜିକୃତଙ୍କ ମଧ୍ୟରୁ ୧ଲକ୍ଷ ୧୪ହଜାର ୮୭୩ଜଣ ଆବେଦନ କରିଥିବାବେଳେ ବାକି ୭୩୬୯୦ଜଣଙ୍କ ଆବେଦନ ସରକାରଙ୍କୁ ମିଳିନି । ଏହି ମୋଟ ଆବେଦନକାରୀଙ୍କ ମଧ୍ୟରୁ ମାତ୍ର ୧୪୨୧୮ଜଣଙ୍କ ଆବେଦନ ଉପରେ କ୍ଷେତ୍ରସ୍ତରରେ ଯାଂଚ(ଫିଲଡ୍ ଭେରିଫିକେସନ) ହୋଇଛି । ସେମାନଙ୍କ ମଧ୍ୟରୁ ୭୭୪୭ଜଣ ଆବେଦନକାରୀଙ୍କ ଗୃହ ନିର୍ମାଣର ଯୋଜନା ଓ ଆକଳନ ଅପଲୋଡ୍ ହୋଇଥିବାବେଳେ ୮୧୨୦ଜଣଙ୍କ ଜିଓଟ୍ୟାଗିଂ ହେବା ସହ ମାତ୍ର ୪୬୬୭ଜଣ ଆବେଦନକାରୀଙ୍କୁ ଋଣ ଦେବା ପାଇଁ ବ୍ୟାଙ୍କକୁ ସୁପାରିଶ କରାଯାଇଛି । ଅର୍ଥାତ୍ ଆବେଦନକାରୀଙ୍କ ମଧ୍ୟରୁ ୧ଲକ୍ଷ ୧୦ହଜାର ୨୧୦ଜଣଙ୍କ ଆବେଦନ ଏବେବି ବ୍ଲକସ୍ତରରେ ପଡ଼ିରହିଛି । ଗତ ସପ୍ତାହକ ମଧ୍ୟରେ ଆଉ ୪ରୁ ୫ହଜାର ଆବେଦନ ମିଳିଥିବା ଜଣାପଡ଼ିଛି । ଏହି ଯୋଜନାକୁ ନେଇ ଲୋକଙ୍କ ମଧ୍ୟରେ ଆଗ୍ରହ ରହୁନଥିବାରୁ ଆବେଦନ ସଂଖ୍ୟା ମଧ୍ୟ ଉତ୍ସାହଜନକ ହୋଇନାହିଁ ।

ସେହିପରି ‘ମୋ ଘର’ ଯୋଜନାରେ ଆବେଦନକାରୀଙ୍କ ନାଁରେ ଜମି ପଟ୍ଟା ଥିବା ବାଧ୍ୟତାମୂଳକ ହୋଇଥିବାରୁ ଗ୍ରାମାଂଚଳର ଗରିବ ଯୋଗ୍ୟ ହିତାଧିକାରୀ ଏଥିରୁ ବଂଚିତ ହେଉଛନ୍ତି । ରାଜ୍ୟର ଗ୍ରାମାଂଚଳରେ ୯୦ ପ୍ରତିଶତରୁ ଅଧିକ ବାସଜମି ବା ଘରବାରି ଜମିଗୁଡ଼ିକ ଇଜମାଇଲ୍ ସମ୍ପତ୍ତି । ଆବେଦନକାରୀଙ୍କ ପିତା ଅବା ଜେଜେଙ୍କ ନାଁରେ ଏସବୁ ସମ୍ପତ୍ତି ଥିବାବେଳେ ଏହି ଘର ନିର୍ମାଣ ନିମନ୍ତେ ଜମିର ସ୍ୱତ୍ତାଧିକାରୀ ଆବେଦନକାରୀ ହୋଇଥିବା ବାଧ୍ୟତାମୂଳକର ପ୍ରାବଧାନ ଯୋଗୁ ଅନେକ ଆବେଦନ କରିପାରୁନାହାନ୍ତି ।  ଇଜିମାଇଲ ସମ୍ପତ୍ତି ହୋଇଥିବାରୁ ସେହି ଜମି ପଟ୍ଟାକୁ ବନ୍ଧକ ରଖିବାକୁ ମଧ୍ୟ ଅନ୍ୟ ଅଂଶୀଦାରମାନେ ସମ୍ମତ୍ତି ଦେଉନାହାନ୍ତି ।

ସେହିପରି ଆବେଦନ ପରେ ବନ୍ଧକ ରଖିବାକୁ ଦିଆଯାଇଥିବା ଜମିର ଇସି ବାହାର କରିବା ଦାୟିତ୍ୱ ବ୍ୟାଙ୍କଗୁଡ଼ିକର ହୋଇଥିଲେ ମଧ୍ୟ ଆବେଦନକାରୀଙ୍କୁ ଏହି ଇସି ବାହାର କରିବା ନିମନ୍ତେ ବାଧ୍ୟ କରାଯାଉଛି । କେବଳ ସେତିକି ନୁହେଁ ଆଦିବାସୀବହୁଳ ଅଂଚଳ ଅର୍ଥାତ୍ ସିଡ୍ୟୁଲ ଏରିଆରେ ଆଦିବାସୀଙ୍କ ଜମିକୁ ବନ୍ଧା ରଖିବାରେ ଆଇନଗତ ସମସ୍ୟା ରହିଛି । ଏସବୁ ବ୍ୟତୀତ ଗ୍ରାମାଂଚଳର ବହୁ ଗରିବ ଲୋକ ବିଭିନ୍ନ ସୋସାଇଟିରୁ ଫସଲ ଋଣ କିମ୍ବା କୌଣସି ସ୍ୱୟଂ ସହାୟକ ଗୋଷ୍ଠୀରୁ ଋଣ ନେଇଥିବା ଜଣାପଡ଼ିଛି । ଯେଉଁଥିପାଇଁ ବ୍ୟାଙ୍କ ସେମାନଙ୍କୁ ‘ଡିଫଲ୍ଟ’କାରୀ ଭାବେ ବିବେଚନା କରୁଛି । ଗ୍ରାମାଂଚଳର ଅଧିକାଂଶ ଲୋକଙ୍କର ସିବିଲ୍ ସ୍କୋର ମଧ୍ୟ ଠିକ୍ ନାହିଁ । ତେଣୁ ଏସବୁକୁ ବ୍ୟାଙ୍କ କର୍ତ୍ତୃପକ୍ଷ କଡ଼ାକଡ଼ି ଯାଂଚ କରୁଥିବାରୁ ଗ୍ରାମାଂଚଳର ଗରିବ  ଯୋଗ୍ୟ ବ୍ୟକ୍ତିଟିଏ ପାଇଁ ଘର ପାଇବା ସ୍ୱପ୍ନରେ ରହିଯାଇଛି ।

ଗ୍ରାମାଂଚଳ ଗରିବଙ୍କ ପାଇଁ ୪ଟି ଗୃହନିର୍ମାଣ ଯୋଜନା କାର୍ଯ୍ୟକାରୀ କରୁଥିବା ସରକାର ଆର୍ଥିକ ଦୁର୍ବଳ ବର୍ଗଙ୍କୁ ସିଧାସଳଖ ଘର ଆବଂଟନ ନକରି ଏଭଳି କ୍ୟାପିଟାଲ ସବସିଡି ଦେବାକୁ ନିଷ୍ପତ୍ତି ନେଇଥିବାରୁ ଗରିବ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ‘ବିଜୁ ପକ୍କାଘର’ ଯୋଜନାରେ ଗୋଟିଏ ବି ଘର କାହାରିକୁ ଆବଂଟନ କରିନଥିବା ଜଣାପଡ଼ିଛି । ଯଦିଓ ବଜେଟରେ ଏଥିପାଇଁ ୪୮୬.୯୦କୋଟି ଟଙ୍କାର ବ୍ୟବସ୍ଥା ରଖିଛନ୍ତି । ଆଉ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟର ଅଂଶଧନ ବାବଦରେ ୫୯୩୩.୭୦କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି ।

ରାଜ୍ୟର କ୍ଷମତାସୀନ ବିଜେଡି ସରକାର ନିଜର ନିର୍ବାଚନୀ ଇସ୍ତାହାରରେ ସମସ୍ତଙ୍କ ମୁଣ୍ଡରେ ଛାତ ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତି ଦେଇଥିବାରୁ ନିଜସ୍ୱ ଗ୍ରାମୀଣ ଗୃହନିର୍ମାଣ ଯୋଜନା ‘ବିଜୁ ପକ୍କାଘର’ରେ ଗରିବ ଲୋକଙ୍କୁ ଗୃହ ଯୋଗାଣ କିମ୍ବା ‘ମୋ ଘର’ଯୋଜନାର ସର୍ତ୍ତାବଳୀକୁ କୋହଳ ସହ ବ୍ୟାଙ୍କରେ ରାଜ୍ୟ ସରକାର ନିଜେ ଗ୍ୟାରେଣ୍ଟର ରହିଲେ କିମ୍ବା କୋହଳ ନୀତି ଅବଲମ୍ବନ କଲେ ହିଁ ଏହି ଯୋଜନା ସଫଳ ରୂପ ନେଇପାରିବ ବୋଲି ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story