Advertisment

‘ମୋ ସ୍କୁଲ ଅଭିଯାନ’ର ନାଁ ବଦଳିଲା: ଅଧ୍ୟକ୍ଷ ରହିବେ ମୁଖ୍ୟ ସଚିବ, ମିଳିବ ସର୍ବାଧିକ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମ୍ୟାଚିଂ ଫଣ୍ଡ

‘ମୋ ସ୍କୁଲ ଅଭିଯାନ’ର ନାମ ପରିବର୍ତ୍ତନ କରି ‘ପଂଚସଖା ଶିକ୍ଷା ସେତୁ’ ରଖିଛନ୍ତି ବିଜେପି ସରକାର। ଏହାକୁ ରାଜନୈତିକ ପ୍ରଭାବରୁ ମୁକ୍ତ ରଖିବାକୁ ମୋହନ ସରକାରଙ୍କ ବଡ଼ ପଦକ୍ଷେପ।

School and Mass Education Department

School and Mass Education Department

Advertisment

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ‘ମୋ ସ୍କୁଲ ଅଭିଯାନ’ର ନାମ ପରିବର୍ତ୍ତନ କରିଛନ୍ତି। ଏଣିକି ଏହା ‘ପଂଚସଖା ଶିକ୍ଷା ସେତୁ’ ନାମରେ ନାମିତ ହେବା ସହ ଏହାର ଅଧ୍ୟକ୍ଷ ଓ ଏକ୍ସ ଅଫିସୋ ଚେୟାରମ୍ୟାନ ଭାବେ ମୁଖ୍ୟ ସଚିବ ରହିବେ। ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନର ସମସ୍ତ ସମ୍ପତ୍ତି, କର୍ମଚାରୀ ଓ ପାଣ୍ଠିକୁ ‘ପଂଚସଖା ଶିକ୍ଷା ସେତୁ ସଂଗଠନ’କୁ ସ୍ଥାନାନ୍ତର ହେବ। ଏହି ଯୋଜନାର ଅନ୍ୟ ସବୁ ସର୍ତ୍ତାବଳୀ ପ୍ରାୟତଃ ସମାନ ଥିଲାବେଳେ ଗୋଟିଏ ସ୍କୁଲକୁ ସର୍ବାଧିକ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ‘ମ୍ୟାଚିଙ୍ଗ ଫଣ୍ଡ’ ରାଜ୍ୟ ସରକାର ଦେବେ। ଏଭଳି କିଛି ପ୍ରାବଧାନ ସହ ସ୍କୁଲଶିକ୍ଷାରେ ସରକାର ଓ ନାଗରିକଙ୍କ ମଧ୍ୟରେ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟରେ ‘ପଂଚସଖା ଶିକ୍ଷା ସେତୁ’କୁ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନିଆଯାଇଛି।

Advertisment

ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ସଂକଳ୍ପ ଅନୁସାରେ, ‘ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ’ର ନାମ ପରିବର୍ତ୍ତନ କରିଥିବା ମୋହନ ମାଝୀଙ୍କ ସରକାର ଏହାକୁ ରାଜନୈତିକ ପ୍ରଭାବରୁ ମୁକ୍ତ ରଖିବାକୁ ପଦକ୍ଷେପ ନେଇଛନ୍ତି। ବିଜେଡି ସରକାରରେ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷ ରାଜନୀତିକ ବ୍ୟକ୍ତି ଓ ଅବା ସରକାରଙ୍କ ଦ୍ୱାରା ଥଇଥାନ ହେଉଥିବା ବ୍ୟକ୍ତିଙ୍କୁ ଅବସ୍ଥାପିତ କରାଯାଉଥିଲା। ମାତ୍ର ଏବେ ଏହି ସଂଗଠନର ନାମ ପରିବର୍ତ୍ତନ ସହ ଏହାର ଅଧ୍ୟକ୍ଷ ଭାବେ ମୁଖ୍ୟ ସଚିବ କାର୍ଯ୍ୟ କରିବେ ବୋଲି ବ୍ୟବସ୍ଥା ହୋଇଛି। ଏହାସହିତ ସଂଗଠନର ଦୈନନ୍ଦିନ ବ୍ୟାପାର ବୁଝିବା ପାଇଁ କାର୍ଯ୍ୟନିର୍ବାହୀ କମିଟି ରହିବ। ଯେଉଁଥିରୁ ରାଜନୈତିକ ବ୍ୟକ୍ତିଙ୍କୁ ଦୂରେଇ ରଖାଯାଇଛି। ତେବେ ସଂଗଠନର ପରିଚାଳନା ମଣ୍ଡଳୀ ଓ ଉପଦେଷ୍ଟା ମଣ୍ଡଳୀରେ ରାଜ୍ୟର ପ୍ରମୁଖ ଶିକ୍ଷାବିତ, ସାମାଜିକ ବିଜ୍ଞାନୀ, ବିଶିଷ୍ଟ ବ୍ୟକ୍ତି ଓ ରାଜନେତାଙ୍କୁ ସଦସ୍ୟ ଭାବେ ସାମିଲ କରାଯିବା ପାଇଁ ସଂଗଠନର ବାଇ-ଲ’ରେ ଆବଶ୍ୟକ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ହୋଇଛି।

ସେହିପରି ସ୍କୁଲଗୁଡ଼ିକର ପୁରାତନ ଛାତ୍ରଛାତ୍ରୀ, ବିଭିନ୍ନ ସଂଗଠନ ଓ ଅନ୍ୟାନ୍ୟ ସୂତ୍ରରୁ ମିଳିଥିବା ସ୍ୱେଚ୍ଛାକୃତ ପାଣ୍ଠିର ଦୁଇଗୁଣ ରାଜ୍ୟ ସରକାର ନିଜର ମ୍ୟାଚିଙ୍ଗ ଫଣ୍ଡ ହିସାବରେ ଦେଉଥିଲେ। କିନ୍ତୁ ଏବେ ଗୋଟିଏ ସ୍କୁଲକୁ ସର୍ବାଧିକ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମ୍ୟାଚିଂ ଫଣ୍ଡ ଦିଆଯାଇପାରିବ ବୋଲି ସଂକଳ୍ପପତ୍ରରେ ଉଲ୍ଲେଖ ରହିଛି। ଏହାସହିତ ଉକ୍ତ ପାଣ୍ଠି କିଭଳି ଖର୍ଚ୍ଚ କରାଯାଇପାରିବ ସେନେଇ ମଧ୍ୟ ସରକାର ଆବଶ୍ୟକ ଗାଇଡଲାଇନ୍ ଜାରି କରିଛନ୍ତି।

Advertisment
Bjp Department Of School And Mass Education Mohan Majhi Mo School Abhiyan Panchasakha Sikshya Setu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe