Advertisment

ଦୋକାନରେ ଫାଟିଲା ମୋବାଇଲ ବ୍ୟାଟେରୀ

କାମାକ୍ଷାନଗର ସହର କଲେଜ ରୋଡ୍‌ରେ ରହିଛି କାଳିଆ ମୋବାଇଲ ଦୋକାନ। ସେଠାରେ ମୋବାଇଲ୍‌ ବିକ୍ରି ସହ ମରାମତି କରାଯାଇଥାଏ। ଆଜି ମୋବାଇଲ ମରାମତି ପାଇଁ ଅନନ୍ତପୁର ଗାଁର ଜଣେ ଗ୍ରାହକ ଆଣିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Phone

Phone

ମୋବାଇଲ୍‌ ମରାମତି ବେଳେ ଘଟିଲା ଭୟଙ୍କର ବିସ୍ଫୋରଣ। ଅଳ୍ପକେ ବର୍ତ୍ତିଲେ ଦୋକାନୀ ଓ ଗ୍ରାହକ। ଆଜି ଅପରାହ୍ନରେ ଏପରି ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଟାଉନ୍‌ରେ ଘଟିଛି।

Advertisment

କାମାକ୍ଷାନଗର ସହର କଲେଜ ରୋଡ୍‌ରେ ରହିଛି କାଳିଆ ମୋବାଇଲ ଦୋକାନ। ସେଠାରେ ମୋବାଇଲ୍‌ ବିକ୍ରି ସହ ମରାମତି କରାଯାଇଥାଏ। ଆଜି ମୋବାଇଲ ମରାମତି ପାଇଁ ଅନନ୍ତପୁର ଗାଁର ଜଣେ ଗ୍ରାହକ ଆଣିଥିଲେ। ଦୋକାନୀରେ ମୋବାଇଲ ମରାମତି ଚାଲିଥିବା ବେଳେ ବ୍ୟାଟେରୀଟି ହଠାତ୍‌ ବିସ୍ଫୋରଣ କରିଥିଲା। ଫଳରେ ସେଠାରେ ଛିଡା ହୋଇଥିବା ଜଣେ ନାବାଳକଙ୍କ ହାତରେ ଆଘାତ ଲାଗିଥିଲା। ଦୋକାନୀଙ୍କ ସମେତ ଅନ୍ୟମାନେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଯାଇଛନ୍ତି। ତେବେ ମୋବାଇଲ ଦୋକାନୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ଧରଣର ବିପଦରୁ ସମସ୍ତେ ବର୍ତ୍ତି ଯାଇଛନ୍ତି।

Advertisment

ରିପୋର୍ଟ-କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Dhenkanal