Advertisment

ମୋକିମଙ୍କୁ ସୁପ୍ରିମ ଆଶ୍ୱସ୍ତି, ମିଳିଲା ଜାମିନ

ORHDC ଦୁର୍ନୀତି ମାମଲାରେ ମୋକିମଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ମୋକିମଙ୍କ ଆବେଦନକୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିବା ସହ ଭିଜିଲାନ୍ସକୁ ନୋଟିସ କରିଛନ୍ତି ।

ଅଦ୍ୟତନ ହୋଇଛି
Mohammed Moquim

Mohammed Moquim

Advertisment

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ମିଳିଲା ଆଶ୍ୱସ୍ତି। ORHDC ଦୁର୍ନୀତି ମାମଲାରେ ମୋକିମଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ମୋକିମଙ୍କ ଆବେଦନକୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିବା ସହ ଭିଜିଲାନ୍ସକୁ ନୋଟିସ କରିଛନ୍ତି । ତେବେ ଜାମିନ ମିଳିବା ପରେ ବି ମୋକିମ ଆଗାମୀ ନିର୍ବାଚନ ଲଢ଼ି ପାରିବେ ନା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ।

Advertisment

ORHDC ଦୁର୍ନୀତି ମାମଲାରେ ମୋକିମଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ କରିଥିଲେ ଭିଜିଲାନ୍ସ କୋର୍ଟ । ଏହାକୁ ବିରୋଧ କରି ମୋକିମ ହାଇକୋର୍ଟ ଯାଇଥିବା ବେଳେ ସେଠାରୁ ନିରାଶ ହୋଇଥିଲେ। କାରଣ ଭିଜିଲାନ୍ସ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ ହାଇକୋର୍ଟ ।

ହାଇକୋର୍ଟ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ମୋକିମ । ଆଜି ସେଠାରୁ ମୋକିମଙ୍କୁ ଆଶ୍ୱସ୍ତି ମିଳିଛି। ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଥିବା ବେଳେ ଏହାର ସର୍ତ୍ତ ଅନୁଯାୟୀ ସେ ଗିରଫ ହେବାର ସମ୍ଭାବନା ନାହିଁ। ଏଥିସହ ମୋକିମଙ୍କ ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଉପରେ ଶୁଣାଣି ହେବ । ଏଥିସହ ଭିଜିଲାନ୍ସକୁ ବି ନୋଟିସ କରିଛନ୍ତି ସୁପ୍ରିମକୋର୍ଟ।

Advertisment

ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ବେଶ୍‌ ଖୁସି ଥିବା ମହମ୍ମଦ ମୋକିମ କହିଛନ୍ତି, ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଆଣି ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଛନ୍ତି। ତେଣୁ ଆମେ ବେଶ୍‌ ଖୁସି ଅଛୁ। ନିର୍ବାଚନ ଲଢ଼ିବା, ନ ଲଢ଼ିବା ନେଇ କିଛି ସ୍ପଷ୍ଟ ହୋଇନି ।

୨୦୦୦ ମସିହାରେ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍‌ ORHDCରେ ୧୫୦ ଲକ୍ଷ ଟଙ୍କାର ଋଣ ଆବେଦନ କରିଥିଲା। ତେବେ ଋଣ ନ ସୁଝିବା ଯୋଗୁ ୩୧ ଜୁଲାଇ ୨୦୦୭ ସୁଦ୍ଧା ମେଟ୍ରୋ ବିଲ୍ଡର ଉପରେ ୬କୋଟିରୁ ଅଧିକ ଟଙ୍କା ପେଣ୍ଡିଂ ରହିଥିଲା। ଫଳରେ ସରକାରଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିଥିଲା।

ମେଟ୍ରୋ ବିଲଡର୍ସ ପକ୍ଷରୁ ଋଣ ଆବେଦନ ସମୟରେ ଦାଖଲ କରାଯାଇଥିବା ଅଧିକାଂଶ ଡକ୍ୟୁମେଣ୍ଟ ନକଲି ଥିଲା। ପୁଣି ଉଚିତ ପରିମାଣର ସିକ୍ୟୁରିଟି ଡିପୋଜିଟ୍ ନରଖି ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡକୁ ଋଣ ଦିଆଯାଇଥିଲା। ସମସ୍ତ ଅଭିଯୁକ୍ତ ଅପରାଧିକ ଷଡ଼ଯନ୍ତ୍ର କରି ସରକାରଙ୍କୁ କ୍ଷତି ପହଞ୍ଚାଇଥିଲେ ଓ ଅନୁଚିତ ଉପାୟରେ ଏକ ବିଲଡର ସଂସ୍ଥାକୁ ଲାଭ ଦେଇଥିଲେ। ଏହି ମାମଲାରେ ମୋକିମଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ କରିଥିଲେ ଭିଜିଲାନ୍ସ କୋର୍ଟ ।

Supreme Court Mohammed Moquim
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe