ମୋହନ ସରକାରଙ୍କ ଫୋକସରେ ମହିଳାଙ୍କ ପରେ ଚାଷୀ: ବିନା ସୁଧରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ

ଶାସକ ବିଜେପି ନିଜର ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀର ମୂଳପୋଛ ପାଇଁ ଖୁବଶୀଘ୍ର ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜିଓର(ଏସଓପି) ଘୋଷଣା କରିବେ ।

Farmers

Representational Image

Ordigital Desk
  • Published: Saturday, 14 September 2024
  • Updated: 14 September 2024, 10:04 PM IST

Sports

Latest News

ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ଚାଷୀଙ୍କ ଆସ୍ଥାଭାଜନ ହେବା ପାଇଁ ବ୍ୟାପକ କସରତ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆସନ୍ତା ୧୭ତାରିଖରେ ମହିଳାଙ୍କ ପାଇଁ ନିଜର ମହତ୍ୱାକାଂକ୍ଷୀ ‘ସୁଭଦ୍ରା ଯୋଜନା’ର ଶୁଭାରମ୍ଭ କରିବାକୁ ଯାଉଥିବା ମୋହନ ମାଝୀଙ୍କ ସରକାର ଖୁବଶୀଘ୍ର ଚାଷୀଙ୍କୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଫସଲ ଋଣ ଯୋଗାଇ ଦେବେ । ଅର୍ଥାତ୍ ଚାଷୀଙ୍କୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ । କେବଳ ସେତିକି ନୁହେଁ ଚାଷୀଙ୍କ ସ୍ୱାର୍ଥସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗର ସମାଧାନ ପାଇଁ ମୋହନ ମାଝୀଙ୍କ ସରକାର ୧୦୦ଦିନିଆ ଆକ୍ସନପ୍ଲାନକୁ କାର୍ଯ୍ୟକାରୀ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି ।

ଶାସକ ବିଜେପି ନିଜର ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀର ମୂଳପୋଛ ପାଇଁ ଖୁବଶୀଘ୍ର ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜିଓର(ଏସଓପି) ଘୋଷଣା କରିବେ । ଚଳିତ ଖରିଫ ଋତୁରେ ଧାନ ସଂଗ୍ରହବେଳେ ଏହି କଟନୀଛଟନୀ ଯେଭଳି ନରହିବ ତାହା ସୁନିଶ୍ଚିତ କରିବାକୁ ରାଜ୍ୟର ବିଜେପି ସରକାର ପଦକ୍ଷେପ ନେଇଛି । ସେହିପରି ଚାଷୀଙ୍କୁ ଦିଆଯାଉଥିବା ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲଋଣର ପରିମାଣକୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।୨ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ ଚାଷୀଙ୍କୁ ୨% ସୁଧ ଦେବାକୁ ପଡ଼ିବ ।

Also Read

ଆସନ୍ତାମାସରେ ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିବେ ବୋଲି ଜଣାପଡ଼ିଛି । କେବଳ ସେତିକି ନୁହେଁ ଦୀର୍ଘବର୍ଷ ଧରି ଚାଷୀମାନଙ୍କ ଉପରେ ପଡ଼ି ରହିଥିବା ଋଣକୁ ପରିଶୋଧ କରିବା ପାଇଁ ସରକାର ୱାନଟାଇମ୍ ସେଟେଲେମେଂଟ(ଓଟିଏସ) ଘୋଷଣା ସହ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିବେ । ଚାଷୀଙ୍କ ସୁବିଧା ପାଇଁ ଅଧିକ ସଂଖ୍ୟକ ପ୍ରାଥମିକ କୃଷି ସମବାୟ ସୋସାଇଟି ଖୋଲାଯିବ ଓ ଚାଷୀଙ୍କୁ ମାଗଣା ସଦସ୍ୟ ଭାବେ ଏଥିରେ ସାମିଲ କରିବାକୁ ମଧ୍ୟ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ତତକାଳୀନ ବିଜେଡି ସରକାର ୨୦୨୨ ଏପ୍ରିଲ ମାସରୁ ବିନା ସୁଧରେ ଚାଷୀଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଓ ୧ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ ୨% ସୁଧ ଯୋଗାଇ ଆସୁଥିଲେ । ତେବେ ବର୍ତ୍ତମାନର ବିଜେପି ସରକାର ଏହି ସୁଧମୁକ୍ତ ଋଣ ପରିମାଣକୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ମାସରେ ରାଜ୍ୟ କ୍ୟାବିନେଟ ଏହାକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି ।

୨୦୨୩ ଖରିଫ ଋତୁରେ ରାଜ୍ୟର ୧୮ଲକ୍ଷ ୯୮ହଜାର ୬୪୮ଜଣ ଚାଷୀଙ୍କୁ ୯୭୧୮.୦୪୮କୋଟି ଟଙ୍କାର ଫସଲ ଋଣ ବିଭିନ୍ନ ସମବାୟ ବ୍ୟାଙ୍କ ମାଧ୍ୟମରେ ବଂଟନ କରାଯାଇଥିଲା । ୨୦୨୩ ରବି ଋତୁରେ ପ୍ରାୟ ୮୮୮୮.୨୪କୋଟି ଟଙ୍କା ଫସଲ ଋଣ ଚାଷୀଙ୍କୁ ଦିଆଯାଇଛି । ତେବେ ୨୦୨୪ ଖରିଫ ଋତୁରେ ରାଜ୍ୟ ସରକାର ୧୧ହଜାର କୋଟି ଟଙ୍କା ଫସଲ ଋଣ ଚାଷୀଙ୍କୁ ଯୋଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ।

ମୋହନ ମାଝୀଙ୍କ ସରକାର ନିଜର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରି ଏବେ ‘ସୁଭଦ୍ରା ଯୋଜନା’ ମାଧ୍ୟମରେ ମହିଳାମାନଙ୍କ ଆସ୍ଥାଭାଜନ ହେବାକୁ ଲାଗି ପଡ଼ିଥିବାବେଳେ ଅନୁରୂପ ଭାବେ ଚାଷୀଙ୍କ ପାଇଁ ବ୍ୟାପକ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାକି ଆସନ୍ତା ମାସେ ଦୁଇମାସ ମଧ୍ୟ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story