Advertisment

ମହୁଆ ମୋଇତ୍ର ଓ ପିନାକୀ ମିଶ୍ରଙ୍କ ଭିଡିଓ ଭାଇରାଲ

୬୫ ବର୍ଷୀୟ ପିନାକୀ ମିଶ୍ରଙ୍କ ଏହା ଦ୍ୱିତୀୟ ବିବାହ। ପୂର୍ବରୁ ସେ ସଂଗୀତା ମିଶ୍ରଙ୍କୁ ବିବାହ କରିଥିଲେ। ତାଙ୍କର ଜଣେ ପୁଅ ଓ ଝିଅ ମଧ୍ୟ ରହିଛନ୍ତି।

ଅଦ୍ୟତନ ହୋଇଛି
Mauha Moitra and Pinaki Mishra

Mauha Moitra and Pinaki Mishra

Advertisment

ନିକଟରେ ଜର୍ମାନୀରେ ବିବାହ କରିଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର ଓ ବିଜେଡି ଟିକେଟରେ ପୁରୀରୁ କ୍ରମାଗତ ତିନି ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ପିନାକୀ ମିଶ୍ର। ଏବେ ସେମାନଙ୍କର ଏକ ଭିଡିଓ ବେଶ୍ ଭାଇରାଲ ହେଉଛି। ଭିଡିଓଟି ସେମାନଙ୍କ ବିବାହ ସେଲିବ୍ରେସନ ବେଳର। ଏହି ଭିଡିଓଟିକୁ ମହୁଆ ମୋଇତ୍ର ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

Advertisment

ଏହି ଭିଡିଓରେ ମହୁଆ ଓ ପିନାକୀ ବଲିଉଡ୍‌ର ଏକ କ୍ଲାସିକ ଗୀତ ‘ରାତ୍‌ କେ ହମ୍‌ସଫର’ରେ ନୃତ୍ୟ କରୁଛନ୍ତି। ଏହି ଗୀତଟି ୧୯୬୭ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଆନ୍ ଇଭନିଂ ଇନ୍ ପ୍ୟାରିସ୍‌’ର।

୬୫ ବର୍ଷୀୟ ପିନାକୀ ମିଶ୍ରଙ୍କର ଏହା ଦ୍ୱିତୀୟ ବିବାହ। ପୂର୍ବରୁ ସେ ସଂଗୀତା ମିଶ୍ରଙ୍କୁ ବିବାହ କରିଥିଲେ। ତାଙ୍କର ଜଣେ ପୁଅ ଓ ଝିଅ ମଧ୍ୟ ରହିଛନ୍ତି। ମହୁଆ ମଧ୍ୟ ପୂର୍ବରୁ ବିବାହ କରିଥିଲେ। ପ୍ରଥମ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ପରେ ଜଣେ ଓକିଲଙ୍କ ସହ ମହୁଆଙ୍କ ୩ ବର୍ଷର ପ୍ରେମ ସମ୍ପର୍କ ଥିଲା। ତାଙ୍କ ଠାରୁ ବେଶ କିଛି ବର୍ଷ ହେଲେ ମହୁଆ ଅଲଗା ହୋଇ ଯାଇଥିଲେ। ମହୁଆ ୨୦୧୯ ଓ ୨୦୨୪ ଲୋକସଭା ନିର୍ବାଚନ ପଶ୍ଚିମବଙ୍ଗର କ୍ରିଷ୍ଣାନଗର ଆସନରୁ ଜିତିଛନ୍ତି।

Advertisment

୧୯୭୪ ମସିହା ଅକ୍ଟୋବର ୧୨ରେ ଆସାମରେ ଜନ୍ମ ଗ୍ରହଣ କରିଥିବା ମହୁଆ ତାଙ୍କ କ୍ୟାରିୟର ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଭାବେ ଆରମ୍ଭ କରିଥିଲେ। ୨୦୧୦ରେ ସେ ମମତା ବାନାର୍ଜୀଙ୍କ ଟିଏମସିରେ ଯୋଗ ଦେଇ ରାଜନୀତିକ ମୈଦାନରେ ପାଦ ଦେଇଥିଲେ। ୨୦୧୯ରେ ସେ ପ୍ରଥମଥର ଲୋକସଭା ନିର୍ବାଚନ ଜିତିବା ପରେ ନିଜର ବେଧଡ଼କ ଭାଷଣ ଜରିଆରେ ଜାତୀୟ ସ୍ତରରେ ବେଶ ଚର୍ଚ୍ଚିତ ହୋଇପାରିଥିଲେ। ତାଙ୍କ ଭାଷଣର ଭିଡିଓ ଅନେକ ସମୟରେ ବେଶ ଭାଇରାଲ ହୋଇଥାଏ।

ଅନ୍ୟପକ୍ଷରେ ୧୯୫୯ ମସିହା ଅକ୍ଟୋବର ୨୩ରେ ଜନ୍ମ ଗ୍ରହଣ କରିଥିବା ପିନାକୀ ମିଶ୍ର ଜଣେ ଭେଟରାନ ରାଜନେତା ଓ ବରିଷ୍ଠ ଓକିଲ। ପିନାକୀ ସେଣ୍ଟ ଷ୍ଟେଫେନ କଲେଜରୁ ଇତିହାସ ଅନର୍ସରେ ବିଏ କରିଥିବା ବେଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଛନ୍ତି। ପିନାକୀଙ୍କ ରାଜନୀତିକ ଯାତ୍ରା କଂଗ୍ରେସରୁ ଆରମ୍ଭ ହୋଇଥିଲା। ସେ ୧୯୯୬ରେ ପ୍ରଥମଥର କଂଗ୍ରେସ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗ ଦେଇଥିଲେ। ଏହାପରେ ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ପୁରୀରୁ ଲୋକସଭାକୁ ଯାଇଥିଲେ।

Pinaki Mishra Mahua Moitra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe