Advertisment

ଜନଜାତି ଛାତ୍ରୀ ନିବାସ ମାଟ୍ରନଙ୍କ ପାରିଶ୍ରମିକ ୧୫ ହଜାରକୁ ବୃଦ୍ଧି

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟା ଲଘୁ ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଛାତ୍ରୀ ନିବାସ ଗୁଡ଼ିକରେ କର୍ଯ୍ୟରତ ମହିଳା ମାଟ୍ରନମାନେ ଏଣିକି ୧୦ ହଜାର ବଦଳରେ ୧୫ ହଜାର ଟଙ୍କା ଲେଖେଏ ପାଇବେ।

Naveen

Naveen

Advertisment

ନିର୍ବାଚନ ପୂର୍ବରୁ ସବୁ ବର୍ଗଙ୍କ ଭତ୍ତା ଓ ଦରମା ବୃଦ୍ଧି କରିବାରେ ଲାଗିଛନ୍ତି ରାଜ୍ୟ ସରକାର। ଏହିକ୍ରମରେ ଆଜି ଜନଜାତି ଛାତ୍ରୀ ନିବାସ ମାଟ୍ରନଙ୍କ ପାରିଶ୍ରମିକ ବୃଦ୍ଧି କରାଯାଛି।

Advertisment

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟା ଲଘୁ ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଛାତ୍ରୀ ନିବାସ ଗୁଡ଼ିକରେ କର୍ଯ୍ୟରତ ମହିଳା ମାଟ୍ରନମାନେ ଏଣିକି ୧୦ ହଜାର ବଦଳରେ ୧୫ ହଜାର ଟଙ୍କା ଲେଖେଏ ପାଇବେ।

ଏହାବାଦ ସେମାନଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ମଧ୍ୟ ଘୋଷଣା କରାଯାଇଛି। ଯଦି କୌଣସି କାର୍ଯ୍ୟରତ ମହିଳା ମାଟ୍ରନ ଦୁର୍ଭାଗ୍ୟବଶତଃ ମୃତ୍ୟୁ ବରଣ କରନ୍ତି, ତା’ହେଲେ ତାଙ୍କ ଉତ୍ତରାଧିକାରୀଙ୍କୁ ଏକକାଳୀନ ଦୁଇ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ।

Advertisment

ସେହିପରି ୬୦ ବର୍ଷ ବୟସରେ ଅବସର ନେବା ବେଳେ ସେମାନଙ୍କୁ ଏକ କାଳୀନ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘୋଷଣା କରିଛନ୍ତି। ଏହି ପାରିଶ୍ରମିକ ବୃଦ୍ଧି ଯୋଗୁ ରାଜ୍ୟ ସରକାର ବାର୍ଷିକ ୧୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ।

Odisha Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe