Advertisment

ଖୋଲିଲା ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି, ମିଳିଲା କୋଟିଏ ଟଙ୍କାର ଦାନ

ପ୍ରାୟ ୪ ମାସ ପରେ ଗତକାଲି ହୁଣ୍ଡି ଖୋଲା ଯାଇଥିବା ବେଳେ ଏହି ଦାନ ଅର୍ଥ ମିଳିଛି।

Temple

Temple

Advertisment

ରାୟଗଡ଼ାର ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡିରୁ ମିଳିଲା ପ୍ରାୟ କୋଟିଏ ଟଙ୍କାର ଦାନ ଅର୍ଥ । ପ୍ରାୟ ୪ ମାସ ପରେ ଗତକାଲି ହୁଣ୍ଡି ଖୋଲା ଯାଇଥିବା ବେଳେ ଏହି ଦାନ ଅର୍ଥ ମିଳିଛି।

Advertisment

ସ୍ଥାନୀୟ ପୁଲିସ୍‌ କର୍ମଚାରୀଙ୍କ କଡ଼ା ସୁରକ୍ଷା ବଳୟରେ ଗତକାଲି ସକାଳ ୯ଟାରେ ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିନିମନ୍ତେ ପ୍ରାୟ ୨ଶହ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଥିଲେ। ଏହି ସମୟରେ ଆରଆଇ, ଟ୍ରଷ୍ଟ ବୋର୍ଡ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରାୟ ୧୨ ଘଣ୍ଟା କାଳ ଏହି ଗଣତି କାମ ଚାଲିଥିଲା। ଶେଷରେ ଦାନ ହୁଣ୍ଡିରୁ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା, ୫୩ ଗ୍ରାମ ସୁନା, ୨ କେ.ଜିରୁ ଅଧିକ ରୂପା, ବହୁ ବିଦେଶୀ ମୁଦ୍ରା ମିଳିଥିବା ଜଣାଯାଇଛି।

Advertisment

ଗତ ମାର୍ଚ୍ଚ ୧୮ ତାରିଖରେ ହୁଣ୍ଡି ଖୋଲା ଯାଇଥିଲା। ସେତେବେଳେ ଦାନ ହିସାବରେ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା, ୬୨ ଗ୍ରାମ ସୁନା, ଓ ୨୩ଶହ ଗ୍ରାମର ରୁପା ଅଳଙ୍କାର ମିଳିଥିଲା। ୬୫ଟି ବିଦେଶୀ ମୁଦ୍ରା ମିଳିଥିଲା ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ପ୍ରକାଶ କରିଛନ୍ତି।

Rayagada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe