Advertisment

ମଧ୍ୟାହ୍ନ ଭୋଜନ ଖାଇ ୨୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ, ଝିଟିପିଟି ପଡ଼ିଥିବା ଅଭିଯୋଗ

ଭଦ୍ରକ ଜିଲ୍ଲା ଖଣ୍ଡତଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୪ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି।

ଅଦ୍ୟତନ ହୋଇଛି
School

School

Advertisment

ଭଦ୍ରକ ଜିଲ୍ଲା ଖଣ୍ଡତଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୪ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଭଦ୍ରକ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଖାଦ୍ୟରେ ଝିଟିପିଟି ପଡ଼ିଥିବାରୁ ଏମିତି ହେଲା ବୋଲି ଅଭିଯୋଗ ହୋଇଛି।

Advertisment

ଗୋଳକ ଦାସ ନାମକ ଜଣେ ଅଭିଭାବକ କହିଛନ୍ତି ଯେ ଖାଦ୍ୟରେ ଛୋଟ ଝିଟିପିଟି ଟିଏ ପଡ଼ିଥିଲା। ଝିଟିପିଟିଟି ବହୁତ ଛୋଟ ଥିଲା। ତେବେ ଏ କଥା ଜଣାପଡ଼ିବା ବେଳକୁ ଏହି ପିଲାମାନେ ଖାଦ୍ୟ ଖାଇ ସାରିଥିଲେ ଓ ସେମାନେ ଅସୁସ୍ଥ ଅନୁଭବ କରିଥିଲେ। ଏହା ଦେଖି ବାକି ପିଲାମାନଙ୍କୁ ଖାଇବାକୁ ଦିଆଯାଇ ନଥିଲା। ସବୁ ଅସୁସ୍ଥ ପିଲାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ଚିକିତ୍ସା ପରେ ସବୁ ପିଲା ସୁସ୍ଥ ଅଛନ୍ତି।

ଡାକ୍ତର ରତିକାନ୍ତ ମଲ୍ଲିକ କହିଛନ୍ତି, ମୋଟ ୨୪ ଜଣ ଛାତ୍ରଛାତ୍ରୀ ଆସିଥିଲେ। ଏବେ ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ତଥାପି ସେମାନଙ୍କ ଉପରେ ନଜର ରଖାଯାଇଛି। ଯଦି କୌଣସି ପ୍ରତିକ୍ରିୟା ଦେଖାଯିବ, ତା’ହେଲେ ସେହି ଅନୁସାରେ ଚିକିତ୍ସା କରାଯିବ। 

Advertisment

ପିଲାମାନେ ଅସୁସ୍ଥ ଅନୁଭବ କରିବା ପରେ ଶିକ୍ଷକଶିକ୍ଷୟିତ୍ରୀମାନେ ସେମାନଙ୍କୁ ଡାକ୍ତରଖାନା ଆଣିଥିଲେ। ପ୍ରଧାନଶିକ୍ଷକ ଓ ବିଇଓ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ। 

Midday Meal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe