Advertisment

ଅଯୋଧ୍ୟା ରାମ ମନ୍ଦିରରେ ପାର୍ଶ୍ୱଦେବାଦେବୀଙ୍କୁ ଜୀବନ୍ତ କରୁଛନ୍ତି ଓଡ଼ିଆ କାରିଗର

ପଥର ମୂର୍ତ୍ତି କାରିଗର ଗୌତମ ମଢୁଆଳ। ଦେଶ ବିଦେଶରେ ବହୁ ମନ୍ଦିରରେ ମୂର୍ତ୍ତି ତିଆରି କରିଛନ୍ତି। ଏବେ ସେ ଅଯୋଧ୍ୟା ରାମ ମନ୍ଦିରରେ ପାର୍ଶ୍ୱ ଦେବାଦେବୀ ମୂର୍ତ୍ତି ତିଆରିରେ ଲାଗିଛନ୍ତି। ତାଙ୍କ ଅଧିନରେ ୧୫ ଜଣ କାରିଗର କାମ କରୁଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Ram Temple

Ram Temple

ସଜେଇ ହେଉଛି ଅଯୋଧ୍ୟା ନଗରୀ। ଜୀବନ୍ତ ହେଉଛି ପ୍ରସ୍ତର ଖଣ୍ଡ। ଆଉ ଲୋକାରଣ୍ୟ ହେଉଛି ରାମଲାଲଙ୍କ ଜନ୍ମଭୂମି। ଜାନୁଆରୀ ୨୩ ତାରିଖରେ ରାମ ଲାଲା ମନ୍ଦିରକୁ ବିଜେ କରୁଥିବାରୁ ପାର୍ଶ୍ୱଦେବାଦେବୀଙ୍କୁ ଜୀବନ୍ତ ରୂପ ଦେଉଛନ୍ତି ଓଡ଼ିଆ କାରିଗର। ବାଲେଶ୍ୱର ଜିଲ୍ଲା ନୀଳଗିରି ଓ ପୁରୀରୁ ନିୟୋଜିତ ହୋଇଛନ୍ତି ୯୦ରୁ ଅଧିକ କାରିଗର। ଅଯୋଧ୍ୟ ରାମ ମନ୍ଦିର ନିର୍ମାଣରେ ଯୋଗଦାନ କରୁଥିବାରୁ କାରିଗରମାନେ ଉତ୍ସାହିତ ଅଛନ୍ତି।

Advertisment

ପଥର ମୂର୍ତ୍ତି କାରିଗର ଗୌତମ ମଢୁଆଳ। ଦେଶ ବିଦେଶରେ ବହୁ ମନ୍ଦିରରେ ମୂର୍ତ୍ତି ତିଆରି କରିଛନ୍ତି। ଏବେ ସେ ଅଯୋଧ୍ୟା ରାମ ମନ୍ଦିରରେ ପାର୍ଶ୍ୱ ଦେବାଦେବୀ ମୂର୍ତ୍ତି ତିଆରିରେ ଲାଗିଛନ୍ତି। ତାଙ୍କ ଅଧିନରେ ୧୫ ଜଣ କାରିଗର କାମ କରୁଛନ୍ତି। ଗୌତମ ନିଜେ କାମ କରିବା ସହିତ ଅନ୍ୟ କାରିଗରଙ୍କ କାମକୁ ତଦାରଖ କରୁଛନ୍ତି। ହେଲେ କିଛି ଦିନ ତଳେ ତାଙ୍କ ମାଆଙ୍କ ଦେହାନ୍ତ ହୋଇଥିଲା। ସେଥିପାଇଁ ଅଧାରୁ କାମ ଛାଡ଼ି ଘରକୁ ଫେରି ଆସିଛନ୍ତି। ମାଆଙ୍କ ଶୁଦ୍ଧିକ୍ରିୟା କାମ ସରିବା ପରେ ପୁଣି ଥରେ ଅଯୋଧ୍ୟା ଫେରିବେ।

ଗୌତମଙ୍କ କହିବା ଅନୁସାରେ ରାମ ମନ୍ଦିରରେ ୯୦ରୁ ଅଧିକ ଓଡ଼ିଆ କାରିଗର କାମ କରୁଛନ୍ତି। ସେଥିରେ ସମସ୍ତେ ନୀଳଗିରି ବଉଳଗଡ଼ିଆ ଓ ପୁରୀ ଜିଲ୍ଲାର। ପ୍ରତିଷ୍ଠା ଉତ୍ସବ ପାଇଁ ଜାନୁଆରୀ ୧୨ ତାରିଖରୁ କାମ ବନ୍ଦ ରହିବ। ୧୫ ଦିନ ପରେ ପୁଣି ଥରେ ପୂର୍ବପରି କାମ ଚାଲିବ। ରାମ ମନ୍ଦିର କାର୍ଯ୍ୟରେ ନିୟୋଜିତ ହୋଇଥିବାରୁ ନିଜକୁ ଗୌରବ ମନେ କରୁଛି ବୋଲି ଗୌତମ କହିଛନ୍ତି। ଗୌତମଙ୍କ ପରି ସୁବ୍ରତ ଓ କାର୍ତ୍ତିକ ମହାରଣାଙ୍କ ପରି ଦୁଇ ଭାଇ ମନ୍ଦିର ନିର୍ମାଣ କାମରେ ଲାଗିଛନ୍ତି। ମନ୍ଦିର

Advertisment

ତିନି ପାର୍ଶ୍ୱରେ ପାହାଡ଼। ଆଉ ତାହାରି ମଧ୍ୟରେ ରହିଛି ଶିଳ୍ପୀକାରଙ୍କ ସେହି ଗାଁ ବଉଳଗଡ଼ିଆ। ଯେଉଁଠି ଘରେ ଘରେ ରହିଛନ୍ତି କାରିଗର। ପଥରକୁ ଜୀବନ୍ତ କରାଉଛନ୍ତି। ସେଥିପାଇଁ ୧୯୭୯ ମସିହାରେ ପ୍ରତିଷ୍ଠା କରାଯାଇଥିଲା ମୂର୍ତ୍ତି ତାଲିମ୍‌ ସେଣ୍ଟର। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏହି ତାଲିମ୍‌ ସେଣ୍ଟରରେ ୧୦ ଜଣ ଛାତ୍ରଙ୍କୁ ପ୍ରତିବର୍ଷ ତାଲିମ ଦିଆଯାଉଛି। ଏହାରି ଭିତରେ ଶହଶହ କାରିଗର ତିଆରି କରିସାରିଲାଣି ଏହି ତାଲିମ ସେଣ୍ଟର। ଏଠାରେ ଅଧ୍ୟୟନ କରୁଥିବା ଜଣେ ଛାତ୍ରଙ୍କ କହିବା ଅନୁସାରେ ଏହି ତାଲିମ କେନ୍ଦ୍ରରେ ପ୍ରତିବର୍ଷ ୧୦ ଜଣ ପିଲା ପଢ଼ୁଛନ୍ତି ସତ, ହେଲେ ଅନେକ ବ୍ୟକ୍ତି ବେସରକାରୀ ଭାବେ ତାଲିମ ନେଉଛନ୍ତି। ଯାହାଫଳରେ ସେମାନେ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି। ଏବେ ରାମ ମନ୍ଦିର କାମରେ ବହୁ କାରିଗର ନିୟୋଜିତ ରହିଛନ୍ତି।

ରିପୋର୍ଟ- ନୀଳଗିରିରୁ ବିଶ୍ୱମ୍ଭର ଦାସ

Balasore Ram Mandir