ଆଜି ପବିତ୍ର ମହା ଶିବରାତ୍ରୀ ହୋଇଥିବା ବେଳେ କଟକ ଜିଲ୍ଲା ବାଙ୍କୀର ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ ନିକଟରୁ ମହାନଦୀରୁ ମିଳିଛି ୬୦ରୁ ଅଧିକ ପିତଳ ନାଗ ମୂର୍ତ୍ତି। ତା’ ସହିତ ବୃଷଭଙ୍କ ଦୁଇଟି ମୂର୍ତ୍ତି ମଧ୍ୟ ମିଳିଛି।
ସ୍ଥାନୀୟ ମତ୍ସ୍ୟଜୀବୀମାନେ ମାଛ ମାରିବାକୁ ଯାଇଥିବା ବେଳେ ସେମାନଙ୍କ ଜାଲରେ କିଛି ନାଗମୂର୍ତ୍ତି ପଡ଼ିଥିଲେ। ଏହା ପରେ ସେଠାରେ ସେମାନେ ଖୋଜାଖୋଜି କରିବା ପରେ ୬୦ରୁ ଅଧିକ ନାଗ ମୂର୍ତ୍ତି ସହିତ ବୃଷବଙ୍କ ଦୁଇଟି ମୂର୍ତ୍ତି ମିଳିଥିଲା।
Also Read
ଏହି ସମସ୍ତ ନାଗ ମୂର୍ତ୍ତି ଓ ବୃଷବଙ୍କ ଦୁଇଟି ମୂର୍ତ୍ତିକୁ ନିକଟସ୍ଥ ଶିବ ମନ୍ଦିରରେ ରଖାଯାଇଛି। ସେଗୁଡ଼ିକୁ ସେଠାରେ ପୂଜାର୍ଚ୍ଚନା କରାଯାଇଛି। ସେଗୁଡ଼ିକୁ ସୁବର୍ଣ୍ଣପୁର ଫାଣ୍ଡି ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ଏତେ ସଂଖ୍ୟକ ନାଗ ମୂର୍ତ୍ତି ସେଠାକୁ କେମିତି ଆସିଲା, ସେ କଥା ପୁଲିସ୍ ତଦନ୍ତ କଲେ ଜଣାପଡ଼ିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ରଶି ରଖି ଠିକାଦାରଙ୍କ ଧାରଣା; ଟଙ୍କା ନମିଳିଲେ ଆତ୍ମହତ୍ୟା କରିବୁ
ଆଜକୁ ଦୁଇ ବର୍ଷ ତଳେ ଟିଟିଲାଗଡ ଦୋର୍ଲୋଠାରେ ଘରୋଇ ଗ୍ୟାସ୍ ପ୍ରକଳ୍ପ ନିର୍ମାଣ ହୋଇଥିଲା। ଏହି ପ୍ରକଳ୍ପ ତାମିଲ କମ୍ପାନୀ ମେଘା ଗ୍ୟାସ୍ ପ୍ରାଇଭେଟ୍ ଲିମିଟ୍ରେଡ୍ କରୁଥିଲା। ଏଥିରେ ଠିକାଦାର ଭାବେ ବୁଲବୁଲ ମେହେର ନିୟୋଜିତ ହୋଇଥିଲେ।
Miscellaneous
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଅଫିସରଙ୍କ ତାଲିକାରେ ମୃତ ଅଧିକାରୀଙ୍କ ନାଁ, ବାଦ ଦେଲା ପ୍ରଶାସନ
ମୋଦିଙ୍କ ଗସ୍ତ ସମୟରେ ତାଙ୍କ ସୁରକ୍ଷା ନିମନ୍ତେ ବହୁ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ମୃତ ଓଏଏସ୍ ଅଧିକାରୀଙ୍କ ନାଁ ବି ସାମିଲ ହୋଇଥିଲା।
Miscellaneous
୧୭ରେ ଗଡ଼ିବ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଟ୍ରେନ୍; ମୋଦି କରିବେ ଶୁଭାରମ୍ଭ
ଏହି ଟ୍ରେନ ଓଡ଼ିଶାର ଖରିଆର ରୋଡ, କଣ୍ଟାବାଞ୍ଜି, ଟିଟିଲାଗଡ଼, କେସିଙ୍ଗା ଓ ରାୟଗଡ଼ାରେ ରଣହି କରି ବିଶାଖାପାଟଣାରେ ପହଞ୍ଚିବ।
Miscellaneous
ପୋଖରୀରେ ବୁଲୁଥିଲା ବଉଳା କୁମ୍ଭୀର, କାବୁ କଲେ ଗ୍ରାମବାସୀ
ପୋଖରୀରେ ବୁଲୁଛି କୁମ୍ଭୀର। ଗୋଟିଏ ପୋଖରୀରୁ ମାଛ ଖାଇ ସଫା କରିବା ପରେ ଆଉ ଏକ ପୋଖରୀକୁ ଚାଲି ଯାଉଛି। ଫଳରେ କୁମ୍ଭୀରଟି ଗାଁରେ ଆତଙ୍କ ଖେଳି ରଖିଛି।
Miscellaneous
୧୮ରେ ରତ୍ନଭଣ୍ଡାର ନିରୀକ୍ଷଣ କରିବେ ASI, ଅପରାହ୍ନ ୧ଟାରୁ ସାଧାରଣ ଦର୍ଶନ ବନ୍ଦ
ସେପ୍ଟେମ୍ବର ୧୮ ତାରିଖ ବୁଧବାର ଦିନ ପାଇଁ ହୋଇଥିବା ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନ ଗୋଟାଏଠାରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।