Advertisment

ମହାନଦୀରୁ ମିଳିଲା ୬୦ରୁ ଅଧିକ ନାଗ ମୂର୍ତ୍ତି

ସମସ୍ତ ନାଗ ମୂର୍ତ୍ତି ଓ ବୃଷବଙ୍କ ମୂର୍ତ୍ତି ଦୁଇଟିକୁ ନିକଟସ୍ଥ ଶିବ ମନ୍ଦିରରେ ରଖାଯାଇଛି।

Naga Statue

Naga Statue

Advertisment

ଆଜି ପବିତ୍ର ମହା ଶିବରାତ୍ରୀ ହୋଇଥିବା ବେଳେ କଟକ ଜିଲ୍ଲା ବାଙ୍କୀର ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ ନିକଟରୁ ମହାନଦୀରୁ ମିଳିଛି ୬୦ରୁ ଅଧିକ ପିତଳ ନାଗ ମୂର୍ତ୍ତି। ତା’ ସହିତ ବୃଷଭଙ୍କ ଦୁଇଟି ମୂର୍ତ୍ତି ମଧ୍ୟ ମିଳିଛି।

Advertisment

ସ୍ଥାନୀୟ ମତ୍ସ୍ୟଜୀବୀମାନେ ମାଛ ମାରିବାକୁ ଯାଇଥିବା ବେଳେ ସେମାନଙ୍କ ଜାଲରେ କିଛି ନାଗମୂର୍ତ୍ତି ପଡ଼ିଥିଲେ। ଏହା ପରେ ସେଠାରେ ସେମାନେ ଖୋଜାଖୋଜି କରିବା ପରେ ୬୦ରୁ ଅଧିକ ନାଗ ମୂର୍ତ୍ତି ସହିତ ବୃଷବଙ୍କ ଦୁଇଟି ମୂର୍ତ୍ତି ମିଳିଥିଲା।

ଏହି ସମସ୍ତ ନାଗ ମୂର୍ତ୍ତି ଓ ବୃଷବଙ୍କ ଦୁଇଟି ମୂର୍ତ୍ତିକୁ ନିକଟସ୍ଥ ଶିବ ମନ୍ଦିରରେ ରଖାଯାଇଛି। ସେଗୁଡ଼ିକୁ ସେଠାରେ ପୂଜାର୍ଚ୍ଚନା କରାଯାଇଛି। ସେଗୁଡ଼ିକୁ ସୁବର୍ଣ୍ଣପୁର ଫାଣ୍ଡି ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ଏତେ ସଂଖ୍ୟକ ନାଗ ମୂର୍ତ୍ତି ସେଠାକୁ କେମିତି ଆସିଲା, ସେ କଥା ପୁଲିସ୍ ତଦନ୍ତ କଲେ ଜଣାପଡ଼ିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe