Advertisment

ଶିଶୁ ବିଭାଗ ୱ।ର୍ଡରେ ଅଘଟଣ, ଏକସଙ୍ଗେ ୧୦ରୁ ଅଧିକ ଛୁଆ ଅସୁସ୍ଥ

କୌଣସି ଇଂଜେକସନର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେବାରୁ ୧୦ରୁ ଅଧିକ ଛୁଆ ଏକ ସଙ୍ଗେ ଅସୁସ୍ଥ ହୋଇ ପଡ଼ିଥିବା ଜଣାଯାଇଛି। ଅସୁସ୍ଥ ଶିଶୁଙ୍କ ବୟସ ୧ରୁ ୫ ବର୍ଷ।

author-image
Niharika Rout
Hospital

Hospital

ଢେଙ୍କାନାଳ ହସ୍ପିଟାଲର ଶିଶୁ ବିଭାଗ ୱ।ର୍ଡରେ ଅଘଟଣ । କୌଣସି ଇଂଜେକସନର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେବାରୁ ୧୦ରୁ ଅଧିକ ଛୁଆ ଏକ ସଙ୍ଗେ ଅସୁସ୍ଥ ହୋଇ ପଡ଼ିଥିବା ଜଣାଯାଇଛି। ଅସୁସ୍ଥ ଶିଶୁଙ୍କ ବୟସ ୧ରୁ ୫ ବର୍ଷ। ଏପରି ଘଟଣା ଦେଖି ଅସୁସ୍ଥ ଶିଶୁଙ୍କ ଅଭିଭାବକମାନେ ଭୟଭୀତ ହୋଇପଡିଥିଲେ । ଫଳରେ କିଛି ସମୟ ଧରି ୱାର୍ଡ ପରିସର ଓ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲ।

Advertisment

ଗତକାଲି ହସ୍ପିଟାଲର ଶିଶୁ ବିଭାଗ ୱ।ର୍ଡରେ କିଛି ଶିଶୁଙ୍କ ଇଂଜେକସନ ଦିଆଯାଇଥିଲା। ମାତ୍ର ଇଞ୍ଜେକସନ ନେବା ପରେ ଶିଶୁମାନଙ୍କ ପେଟ କାଟିବା ସହ କମ୍ପ ଜ୍ୱର ଆସିଥିଲା। ଏପରିକି ଛୁଆମାନଙ୍କ ଶରୀର ଥରିବା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା।

ଏକାଥରେ ଏପରି ସମାନ ଉପୁଜିବା ଦେଖି ଭୟଭୀତ ହୋଇଥିବା ଅଭିଭାବକ ତୁରନ୍ତ ଡାକ୍ତରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଡାକ୍ତର ତୁରନ୍ତ ସମ୍ପୃକ୍ତ ଶିଶୁମାନଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ଏବେ ସମସ୍ତ ଶିଶୁଙ୍କର ଅବସ୍ଥା ସ୍ଥିର ଥିବା ଜଣାପଡିଛି।

Advertisment

ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ସଂଗ୍ରାମ କେଶରୀ ଭୋଳ କହିଛନ୍ତି, ଏହାଏକ ମାଇନର ରିଆକ୍ସନ । ଇଞ୍ଜେକ୍ସନ, ଡିଷ୍ଟିଲ ୱାଟର, ସାଲାଇନ୍ – କେଉଁଥିରେ ସମସ୍ୟା ଅଛି, ସେ ସମ୍ପର୍କରେ ଅନୁଧ୍ୟାନ କରୁଛୁ । ବର୍ତ୍ତମାନ ଶିଶୁମାନେ ସୁସ୍ଥ ଅଛନ୍ତି।

ତେବେ ଇଂଜେକସନ କିମ୍ବା ସାଲାଇନ କି ଡିଷ୍ଟିଲୱ।ଟର ପାଇଁ ଏଭଳି ହେଲା ତା ଉପରେ ଅନୁସନ୍ଧାନ କରାଯାଉଛି ବୋଲି କହିଛନ୍ତି ଏଡିଏମଓ ସଂଗ୍ରାମ କେଶରୀ ଭୋଳ ।

Dhenkanal