Advertisment

ଅସମ୍ଭାଳ ତାତି; ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବ। ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ଯାଏଁ ଚାଲିବ ସ୍କୁଲ।

ଅଦ୍ୟତନ ହୋଇଛି
school

school

Advertisment

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ। ବଢୁଥିବା ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବ। ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ଯାଏଁ ଚାଲିବ ସ୍କୁଲ।

Advertisment

ଗତ କିଛି ଦିନ ହେଲା ରାଜ୍ୟରେ ତାତି ବଢ଼ି ଚାଲିଛି। ଶୁକ୍ରବାର ରାଜ୍ୟରେ ସର୍ବାଧିକ ତାତି ୪୦ ଡିଗ୍ରୀ ଥିବା ବେଳେ ଆଜି ୪୧ ଡିଗ୍ରୀ ପାର୍‌ କରିଛି। ମାଲକାନଗିରି ପାଲଟିଛି ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୧ ଡ଼ିଗ୍ରୀ ରେକର୍ଡ କରାଯାଇଛି। ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଯେଉଁଥିପାଇଁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଦିନ ୧୦ଟା ବେଳକୁ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଉଛି। ଲୋକେ ଘରୁ ବାହାରିବା ପାଇଁ ନିରାପଦ ମଣୁ ନାହାନ୍ତି।

ଲଗାତାର ଭାବେ ତାତି ଉପର ମୁହାଁ ହୋଇଥିବାରୁ ଛୋଟ ଛୋଟ ପିଲାମାନେ କେମିତି ସ୍କୁଲ ଯିବେ? ତାତିରେ ସ୍କୁଲରେ କେମିତି ପିଲାମାନେ ପଢ଼ିବେ? ସେହି ଚିନ୍ତା ଅଭିଭାବକଙ୍କୁ ଘାରିଥିଲା। ତାତିକୁ ଦେଖି ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ସକାଳୁଆ ସ୍କୁଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। 

Advertisment
Heat Wave Heat Wave In Odisha School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe