Advertisment

ଜନ୍ମମାଟି ଲୋକାରଣ୍ୟ, ପହଞ୍ଚିଲା ସହିଦ ପୁଅ ନୀଳାଚଳଙ୍କ ପାର୍ଥିବ ଶରୀର

ନୀଳାଚଳ ସହିଦ ହୋଇଥିବା ଖବର ଜଣାପଡ଼ିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
jawan deadbody

jawan deadbody

ଜନ୍ମମାଟିରେ ପହଞ୍ଚିଲା ସହିଦ ଓଡ଼ିଆ ବୀର ଯବାନ ନୀଳାଚଳ ପଟେଲଙ୍କ ପାର୍ଥିବ ଶରୀର। ନୀଳାଚଳଙ୍କ ପାର୍ଥିବ ଶରୀର ବରଗଡ଼ରେ ପହଞ୍ଚିବା ପରେ  ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପରେ ତାଙ୍କ ପାର୍ଥିବ ଶରୀରକୁ ବିଶାଳ ଶୋଭାଯାତ୍ରାରେ  ପୈତୃକ ଗାଁ ସୁନାରହମା ଅଣାଯାଇଛି। ସେଠାରେ ଶେଷ ଦର୍ଶନ କରିଛନ୍ତି ପରିବାର ବର୍ଗ ଓ ଆତ୍ମୀୟସ୍ୱଜନ। ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

Advertisment

ନୀଳାଚଳ ମଣିପୁରରେ ଆସାମ ରାଇଫଲ୍ସରେ କାର୍ଯ୍ୟରତ ଥିଲେ। ସେ ଗତ ୨୦୦୦ ମସିହାରୁ ଦେଶ ମାତୃଭୂମି ପାଇଁ ସେବା କରି ଆସୁଥିଲେ। ଶୁକ୍ରବାର ରାତିରେ ନୀଳାଚଳ ଆସାମର ଦୀନାପୁରରେ ଅନ୍ୟ ଯବାନଙ୍କ ସହ ରାତ୍ରୀକାଳିନ ଡ୍ୟୁଟି କରୁଥିଲେ। ଏହି ସମୟରେ ସଡ଼କ ଦୁର୍ଘଟଣାରେ ନୀଳାଚଳ ସହିଦ ହୋଇଥିବା ଜଣାପଡିଛି।

ନୀଳାଚଳ ସହିଦ ହୋଇଥିବା ଖବର ଜଣାପଡ଼ିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ନୀଳାଚଳଙ୍କର ଘରେ ଦୁଇ ଝିଅ,ତାଙ୍କ ମା’, ସ୍ତ୍ରୀ, ବଡ଼ ଭାଇ ଓ  ଭାଉଜ ଅଛନ୍ତି। 

Advertisment
Odia Jawan Baragrah