Advertisment

ଜନ୍ମ ହେଉ ହେଉ ଖାଲରେ ପଡ଼ିଗଲା ଛୁଆ ହାତୀ, ମା’ ମନ କଲବଲ

ପାଣି ଭିତରେ ଶାବକଟି କଲବଲ ହେଉଥିବା ବେଳେ ପାଣି ଉପରେ ଛଟପଟ ହେଉଥିଲା ମା’ ମନ ।  ନିଜ ଛୁଆ ପାଇଁ ମା’ ବି ପାଣି ଭିତରେ ପଶି ରହି ଆଖିରୁ ଲୁହ ଗଡ଼ାଉଥିଲା।

Elephant

Elephant

Advertisment

କୁହାଯାଏ ପାଖରେ ମା’ ଥିଲେ, ଦୁନିଆରେ କାହାକୁ ଡର ନ ଥାଏ। ସବୁ ବିପଦକୁ ସାମନା କରି ନିଜ ପଣତରେ ଛୁଆକୁ ଲୁଚାଇ ରଖେ ମା’ । କେବଳ ମଣିଷ ନୁହେଁ, ପଶୁପକ୍ଷୀଙ୍କ କ୍ଷେତ୍ରରେ ବି ସମାନ ଚିତ୍ର ଦେଖିବାକୁ ମିଳେ। ନିଜ ଛୁଆ ବିପଦରେ ପଡ଼ିଲେ ଛଟପଟ ହୁଏ ମା’ ମନ । ନିଜକୁ ବିପଦକୁ ଠେଲି ଛୁଆକୁ ଉଦ୍ଧାର କରିବାକୁ ଆଗେଇ ଯାଏ ମା’ । ଏପରି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜର କନ୍ତରକୋଇଡା ଗ୍ରାମରେ ଦେଖିବାକୁ ମିଳିଛି।

Advertisment

ଜନ୍ମ ହେଉ ହେଉ ଖାଲରେ ପଡ଼ିଗଲା ଛୁଆ ହାତୀ। ଫଳରେ ପାଣି ଭିତରେ ଶାବକଟି କଲବଲ ହେଉଥିବା ବେଳେ ପାଣି ଉପରେ ଛଟପଟ ହେଉଥିଲା ମା’ ମନ ।  ନିଜ ଛୁଆ ପାଇଁ ମା’ ବି ପାଣି ଭିତରେ ପଶି ରହି ଆଖିରୁ ଲୁହ ଗଡ଼ାଉଥିଲା। ସକାଳୁ କଳେବଳେ କୌଶଳେ ମା’ଟି ଛୁଆକୁ ଉପରକୁ ଆଣି ଜଙ୍ଗଲକୁ ନେଇ ଯାଇଥିବା ଜଣାଯାଇଛି। ଏପରି ଏକ ହୃଦୟସ୍ପର୍ଶୀ ଘଟଣା ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜର କନ୍ତରକୋଇଡା ଗ୍ରାମରେ ଘଟିଛି।

ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଗତକାଲି ଏକ ଗର୍ଭବତୀ ହାତୀ କନ୍ତରକୋଇଡା ଗ୍ରାମରେ ପ୍ରବେଶ କରିଥିଲା। ଏହାପରେ ଗାଁର ଏକ ପରିତ୍ୟକ୍ତ ଖାଲ ନିକଟରେ ହାତୀଟି ପ୍ରସବ କରିଥିଲା। ମାତ୍ର ଅସାବଧାନତା ହେତୁ ଶାବକଟି ପାଣି ଭିତରକୁ ପଶି ଯାଇଥିଲା। ଏହାଦେଖି ମା’ ବି ପାଣି ଭିତରେ ପଶି ଛୁଆକୁ ଉପରକୁ ଆଣିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲା । ମାତ୍ର ସଫଳ ହୋଇ ପାରି ନ ଥିଲା।

Advertisment

ଗ୍ରାମବାସୀ ଆଜି ସକାଳେ ଛୁଆଟି ପାଣି ଭିତରେ ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଛୁଆଟିକୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ମାତ୍ର ଏହା ମଧ୍ୟରେ ମା’ ହାତୀଟି ନିଜ ଉଦ୍ୟମ ବଳରେ ପିଲାଟିକୁ ଉପରକୁ ଆଣିବାକୁ ସକ୍ଷମ ହୋଇଥିଲା।

ଏହାପରେ ତୁରନ୍ତ ନିଜ ଛୁଆକୁ ଧରି ଜଙ୍ଗଲ ମଧ୍ୟକୁ ଚାଲି ଯାଇଛି ମା’ ହାତୀ। ବନ କର୍ମଚାରୀ ହାତୀ ଶାବକର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।

Sundargarh Elephant Rescue Operation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe