Advertisment

୯ ମାସର ଶିଶୁପୁତ୍ରକୁ ଧରି କୂଅକୁ ଡେଇଁଲା ମା’

କୂଅରେ ପଡ଼ି ଶିଶୁପୁତ୍ର ମୃତ ହୋଇଥିବା ବେଳେ ଅଗ୍ନିଶମ ବାହିନୀ ଦ୍ୱାରା ମା’ ଉଦ୍ଧାର ହୋଇଛି।

Mother House

Mother House

Advertisment

୯ ମାସର ଶିଶୁପୁତ୍ରକୁ ଧରି କୂଅକୁ ଡେଇଁଲା ମା’। କୂଅରେ ପଡ଼ି ଶିଶୁପୁତ୍ର ମୃତ ହୋଇଥିବା ବେଳେ ଅଗ୍ନିଶମ ବାହିନୀ ଦ୍ୱାରା ମା’ ଉଦ୍ଧାର ହୋଇଛି। ପାରିବାରିକ କଳହରୁ କଟକ ଜିଲ୍ଲାର ନରସିଂହପୁର ବ୍ଲକ ବାଲିସାହି ନୂଆଗାଁ ଖମାରରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି।

Advertisment

ମହିଳା ଜଣକ ଏକ ପରିତ୍ୟକ୍ତ କୂଅକୁ ଶିଶୁକୁ ଧରି ଡେଇଁ ପଡ଼ିବା ପରେ ଲୋକେ ନରସିଂହପୁର ଅଗ୍ନିଶମ ବାହିନୀକୁ ଉଦ୍ଧାର କାର୍ଯ୍ୟ ନିମନ୍ତେ ସହାୟତା ଲୋଡ଼ିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ମହିଳା ଓ ଶିଶୁ ପୁତ୍ରକୁ କୂଆ ଭିତରୁ ଉଦ୍ଧାର କରି ବାହାରକୁ ଆଣିଥିଲା।

ତେବେ ଯାଞ୍ଚ ପରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ତେବେ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଯୋଡୁମୁଁ ଥାନା ଭାରପ୍ରାପ୍ତ ଅଧିକାରୀ ଶରତ ଚନ୍ଦ୍ର ସେଠୀ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। କ’ଣ ପାଇଁ ମହିଳା ଜଣକ ଏହି କାଣ୍ଡ ଘଟାଇଲେ ତାହାର ତଦନ୍ତ ଚାଲିଛି ବୋଲି ଶ୍ରୀ ସେଠୀ କହିଛନ୍ତି।

Advertisment

ମହିଳାଙ୍କ ଶାଶୁଙ୍କ କହିବା କଥା, ପୁଅ ଅନୁଗୋଳରେ ଚାକିରି କରିଛି। ଆଜି ଘରକୁ ଆସିବାର ଥିଲା। ହେଲେ କମ୍ପାନୀ ଛୁଟି ନ ଦେବାରୁ ଘରକୁ ଆସିପାରି ନ ଥିଲା। ଏନେଇ ବୋହୂକୁ ଫୋନ୍‌ କରି ଜଣାଇଥିଲା। ହେଲେ କହିଁକି ସ୍ୱାମୀ ଆସିଲାନି ବୋଲି କଥାକୁ ଧରି ମନମାରି ବସିଥିଲା ବୋହୂ। ହଠାତ୍ କ’ଣ ହେଲା କେଜାଣି କେହି କିଛି ବୁଝିବା ପୂର୍ବରୁ ଶିଶୁକୁ ଧରି କୂଅକୁ ଡେଇଁ ପଡ଼ିଥିଲା।

Cuttack Suicide Threat Mother's Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe