Advertisment

ଦାଦନ ଖଟିବାକୁ ଯିବେ ବାପାମା’; ୨ମାସର ଶିଶୁକନ୍ୟାକୁ ସରକାରଙ୍କୁ ଦେଇଦେଲେ

ଝିଅକୁ ଦେଇ ଦାଦନ ଖଟିବାକୁ ଆନ୍ଧ୍ର ଯିବୁ ବୋଲି ଶିଶୁକନ୍ୟାର ମା’ କହିଛନ୍ତି।

ଅଦ୍ୟତନ ହୋଇଛି
Father and Mother

Father and Mother

Advertisment

ଗରୀବି ଆଗରେ ମରିଗଲା ମା’ର ମମତା। ଯେଉଁ ଛୁଆକୁ ୧୦ ମାସ ଗର୍ଭରେ ରଖି ଜନ୍ମ ଦେଇଥିଲା, ସେହି ଛୁଆକୁ ଭଲରେ ମୁଠେ ଖାଇବାକୁ ନ ଦେଇପାରିବନି ବୋଲି ସରକାରଙ୍କୁ ଦେଇଦେଲା। ନିଜର ୨ମାସର ଛୁଆକୁ ସରକାରଙ୍କୁ ଟେକି ଦେଇ ପେଟପାଟଣା ପାଇଁ ଦାଦନ ଖଟିବାକୁ ଯିବେ ବାପାମା’। ଏପରି ଘଟଣା ଦେଖିବାକୁ ମିଳିଛି ବିଲାଙ୍ଗିର ଜିଲ୍ଲାରେ। ଗତକାଲି ସଂଧ୍ୟାରେ ଦମ୍ପତି ବଲାଙ୍ଗିର ଶିଶୁମଙ୍ଗଳ ସମିତିରେ ଶିଶୁକନ୍ୟାକୁ ସମର୍ପି ଦେଇଛନ୍ତି।

Advertisment

କିଛି ଦିନ ତଳେ ସାନଗୁରଜୀଭଟା ଗାଁର ଦମ୍ପତି ନିଜର ଶିଶୁକନ୍ୟାକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ଜିଲ୍ଲା ପ୍ରଶାସନ ଶିଶୁକନ୍ୟାକୁ ରାୟପୁରର ଘରୋଇ ହସପିଟାଲରୁ ଉଦ୍ଧାର କରିଥିଲା। ଏହି ଘଟଣାରେ ଶିଶୁ କନ୍ୟାର ବାପାକୁ ଅଟକ ରଖିବା ସହ ୩ ଜଣଙ୍କୁ ଗିରଫ କରିଥିଲା ପୁଲିସ। 

ପରେ ଜିଲ୍ଲା ପ୍ରଶାସନ ଶିଶୁକନ୍ୟାକୁ ନିଜ ମା’କୁ ହସ୍ତାନ୍ତର କରିଥିଲା। ଏହା ସହ ଶିଶୁକନ୍ୟାର ବାପାକୁ ପୁଲିସ ଛାଡ଼ି ଦେଇଥିଲା। ଏବେ ଏହି ଦମ୍ପତି ନିଜର ପେଟ ପାଟଣା ପାଇଁ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବାକୁ ବାହାରିଛନ୍ତି। ଏଥିପାଇଁ ନିଜର ଶିଶୁକନ୍ୟାକୁ ସରକାରଙ୍କୁ ଟେକି ଦେଇଛନ୍ତି।

Advertisment

ଶିଶୁ କନ୍ୟାର ମାଆ କହିଛନ୍ତି, ଆମ ଝିଅକୁ ସରକାରଙ୍କୁ ଦେଇଦେଲୁ। ଝିଅକୁ ଦେଇ ଦାଦନ ଖଟିବାକୁ ଆନ୍ଧ୍ର ଯିବୁ। ଆମେ ଆମ ଛୁଆକୁ ବିକ୍ରି କରି ନଥିଲୁ। ଆମ ଛୁଆ ଭଲରେ ରହିବ ବୋଲି  ଅନ୍ୟକୁ ଦେଇଦେଇଥିଲୁ। ଆମେ ଗରୀବ ଲୋକ। ୬ମାସ ଦାଦନ ଖଟିବାକୁ  ବାହାରକୁ ଯାଉ, ଆଉ ୬ମାସ ଘରେ ରହିଥାଉ।

Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe