ଓଡ଼ିଶାରେ ସିଙ୍ଗାପୁର ରାଷ୍ଟ୍ରପତି: ସେମିକଣ୍ଡକ୍ଟର, ଗ୍ରୀନ୍ ହାଇଡ୍ରୋଜେନ୍ ସହ ୮ଟି କ୍ଷେତ୍ରରେ ଏମଓୟୁ ସ୍ୱାକ୍ଷରିତ

ଆଜି ଭୁବନେଶ୍ୱରରେ ସିଙ୍ଗାପୁର ରାଷ୍ଟ୍ରପତି ଥରମାନ୍ ଶନମୁଗରତ୍ନମ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ବିଭିନ୍ନ କ୍ଷେତ୍ରରେ ୮ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି ।

CM

‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭ ପୂର୍ବରୁ ସିଙ୍ଗାପୁର ହେଉଛି ପ୍ରଥମ ରାଷ୍ଟ୍ର ଯାହାର ରାଷ୍ଟ୍ରପତି ଥରମାନ୍ ଶନମୁଗରତ୍ନମଙ୍କ ଉପସ୍ଥିତିରେ ଭୁବନେଶ୍ୱରରେ ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ଏଭଳି ବୁଝାମଣାପତ୍ର ସ୍ୱାକ୍ଷର କରିଛି ।

Ordigital Desk
  • Published: Friday, 17 January 2025
  • Updated: 17 January 2025, 10:06 PM IST

Sports

Latest News

ଚଳିତ ମାସରେ ‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭ୍ ପୂର୍ବରୁ ଶୁକ୍ରବାର ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ୮ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି । ସେମିକଣ୍ଡକ୍ଟର, ଗ୍ରୀନ୍ ହାଇଡ୍ରୋଜେନ, ପେଟ୍ରୋ କେମିକାଲସ, ଫିନଟେକ୍ ଇକୋସିଷ୍ଟମ ଓ ଦକ୍ଷତା ବିକାଶ କ୍ଷେତ୍ରରେ ଏହି ଏମଓୟୁ ଦ୍ୱାରା ଓଡ଼ିଶାକୁ ବିଶ୍ୱଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ମିଳିବ ବୋଲି ଆଶା କରାଯାଉଛି । ‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭ ପୂର୍ବରୁ ସିଙ୍ଗାପୁର ହେଉଛି ପ୍ରଥମ ରାଷ୍ଟ୍ର ଯାହାର ରାଷ୍ଟ୍ରପତି ଥରମାନ୍ ଶନମୁଗରତ୍ନମଙ୍କ ଉପସ୍ଥିତିରେ ଭୁବନେଶ୍ୱରରେ ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ଏଭଳି ବୁଝାମଣାପତ୍ର ସ୍ୱାକ୍ଷର କରିଛି । ସିଙ୍ଗାପୁର ରାଷ୍ଟ୍ରପତି ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ।

ଆଜି ଭୁବନେଶ୍ୱରରେ ସିଙ୍ଗାପୁର ରାଷ୍ଟ୍ରପତି ଥରମାନ୍ ଶନମୁଗରତ୍ନମ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ବିଭିନ୍ନ କ୍ଷେତ୍ରରେ ୮ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଓଡ଼ିଶାରେ ନୂଆ ସରକାର ଆସିବା ପରେ ସରକାର ନୂଆ ଭିଜନ ଓ ମିଶନ ନେଇ ଗତ ୭ମାସ ହେଲା  କାର୍ଯ୍ୟ କରୁଛନ୍ତି । ଓଡ଼ିଶାକୁ କିଭଳି ସମୃଦ୍ଧ କରାଯିବ ଓ ଦେଶ ଭିତରୁ ଓ ଦେଶ ବାହାରୁ ଶିଳ୍ପ ଆସିବେ ଓ ଅଧିକ ନିବେଶ ହେବ ସେଦିଗରେ ନିରନ୍ତର କାମ କରୁଛନ୍ତି । ଆଇଟି, କେମିକାଲ ଓ  ପେଟ୍ରୋ କେମିକାଲ ଓ ଅକ୍ଷୟ ଶକ୍ତି ବିଭାଗ କ୍ଷେତ୍ରରୁ ପୁଞ୍ଜିନିବେଶ ଆସିବ ତା’ଉପରେ ଗୁରୁତ୍ୱ ଦିଆଯାଉଛି । ଉତ୍କର୍ଷ ଓଡ଼ିଶା କନକ୍ଲେଭ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀ,ମୁମ୍ବାଇ ଓ ସିଙ୍ଗାପୁରରେ ରୋଡ୍ ଶୋ’ କରାଯାଇଥିଲା । ସେତେବେଳେ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ ଦିଆଯାଇଥିଲା । ସିଙ୍ଗାପୁର ସହାୟତାରେ ଓଡ଼ିଶାର ବିକାଶ ପାଇଁ ପ୍ରଥମେ ତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରାଯାଇଥିଲା । ଆଜି ତାଙ୍କ ଉପସ୍ଥିତିରେ ୮ଟି ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଏହାଦ୍ୱାରା ଓଡ଼ିଶାରେ ପୁଞ୍ଜିନିବେଶ ବଢ଼ିବା ସହ ରାଜ୍ୟର ଯୁବବର୍ଗ ଅଧିକ କୁଶଳ ହୋଇପାରିବ । ଆଗାମୀ ଦିନରେ ସିଙ୍ଗାପୁର ସହ ଅନେକ କ୍ଷେତ୍ରରେ ମଧ୍ୟ ଏମଓୟୁ ସ୍ୱାକ୍ଷର କରାଯିବ । ଆଜି ଯେଉଁ ଏମଓୟୁ ହୋଇଛି ସେହି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ ନିମନ୍ତେ ଉପଯୁକ୍ତ ସ୍ଥାନ ଚିହ୍ନଟ କରି ପ୍ରକଳ୍ପ କାମ ଆଗେଇ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

Also Read

ସେହିପରି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ଆଜି ଓଡ଼ିଶା ସରକାର ଓ ସିଙ୍ଗାପୁର ମଧ୍ୟରେ ୮ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି । ସିଙ୍ଗାପୁରର ପ୍ରମୁଖ ସଂସ୍ଥାମାନଙ୍କ ସହ ଏମଓୟୁ ସ୍ୱାକ୍ଷର କରାଗଲା । ୩ଟି ଏମଓୟୁ ରାଜ୍ୟର ଶିଳ୍ପ ବିଭାଗ ସହ ଓ ୨ଟି ଏମଓୟୁ ରାଜ୍ୟର ଦକ୍ଷତା ବିକାଶ ବିଭାଗ ସହ ଏମଓୟୁ ହୋଇଛି । ବିଶ୍ୱସ୍ତରୀୟ ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ କରାଯିବ, ପାରାଦୀପରେ ଗ୍ରୀନ୍ ହାଇଡ୍ରୋଜେନ ମାନୁଫାକଚରିଂ, ଗ୍ରୀନ୍ ସିପିଂ କରିଡର ପାଇଁ ଆଜି ଏମଓୟୁ ସ୍ୱାକ୍ଷର ହୋଇଛି । ପାରାଦୀପର ଆଇଓସିଏଲରେ ପେଟ୍ରୋକେମିକାଲସ୍ କମ୍ପେ୍ଲକ୍ସ ହେବାକୁ ଯାଉଛି । ପାରାଦୀପଠାରେ ସିଙ୍ଗାପୁରର ଜୁରୋଙ୍ଗ ସହଯୋଗରେ ଏହି ପେଟ୍ରୋକେମିକାଲସ୍ କମ୍ପେ୍ଲକ୍ସ ହେବ । ଏହାସହ ଦକ୍ଷତା ବିକାଶକୁ ଆହୁରି ବିଶ୍ୱସ୍ତରୀୟ କରିବା ପାଇଁ ମଧ୍ୟ ଏମଓୟୁ ହୋଇଛି । ସେମିକଣ୍ଡକ୍ଟର କ୍ଷେତ୍ରରେ ଓଡ଼ିଆ ଯୁବକଙ୍କ ଦକ୍ଷତା ବୃଦ୍ଧ ପାଇଁ ମଧ୍ୟ ଆବଶ୍ୟକ ତାଲିମ୍ ଦେବାକୁ ସିଙ୍ଗାପୁର ସହ ଏମଓୟୁ ହୋଇଛି। ଇଣ୍ଡଷ୍ଟ୍ରିପାଲ ପାର୍କ ପାଇଁ ୨-୩ଟି ସ୍ଥାନ ଚିହ୍ନଟ କରାଯାଇଛି । ସିଙ୍ଗାପୁର ସହଯୋଗରେ ଏହି ଇଣ୍ଡଷ୍ଟ୍ରିଆଲ ପାର୍କ ହେଲେ ଓଡ଼ିଶା ବିଶ୍ୱସ୍ତରରେ ପ୍ରମୁଖ ନିବେଶସ୍ଥଳୀ ପାଲଟିବ । ଅଧିକ ନିବେଶକ ଓଡ଼ିଶା ଆସିବାକୁ ଆଗ୍ରହୀ ହେବେ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story