ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ପାଇଁ ଏମଓୟୁ

ମୋଟ ୬୨୫୫ କୋଟି ଟଙ୍କା ବ୍ୟୟରେ ଏହି ମେଟ୍ରୋ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ନିମନ୍ତେ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଚୁକ୍ତିବଦ୍ଧ ହୋଇଛି।

Bhubaneswar PhotoOR

Representational Image

Ordigital Desk
  • Published: Monday, 20 November 2023
  • Updated: 20 November 2023, 10:20 PM IST

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଆଜି ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଛି। ମୋଟ ୬୨୫୫ କୋଟି ଟଙ୍କା ବ୍ୟୟରେ ଏହି ମେଟ୍ରୋ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ନିମନ୍ତେ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଚୁକ୍ତିବଦ୍ଧ ହୋଇଛି। ଆଜି ଲୋକସେବା ଭବନରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଏମଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସୂଚନା ଅନୁସାରେ, ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତବର୍ଷ ଉତ୍କଳ ଦିବସରେ ଘୋଷଣା କରିଥିଲେ। ନିକଟ ଅତୀତରେ ଏହି ମେଟ୍ରୋ ରେଳର ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଥିଲା। ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଭୁବନେଶ୍ୱର ବିମାନ ବନ୍ଦରଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ନିର୍ମାଣ ହେବ। ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ଟର୍ଣ୍ଣ କି କନ୍ସଲଟାଣ୍ଟ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପ ପାଇଁ ମୋଟ ୫୯୨୯.୩୮କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପ୍ରଥମ ପର୍ଯ୍ୟାୟର କାର୍ଯ୍ୟକୁ ୪ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ୨୬କିମି ଦ୍ୱରତ୍ୱ ମଧ୍ୟରେ ମୋଟ ୨୦ଟି ମେଟ୍ରୋ ଷ୍ଟେସନ ନିର୍ମାଣ କରାଯିବ। ଅତ୍ୟାଧୁନିକ ରେଳ କୋଚ୍ ବ୍ୟବହାର କରାଯିବ। ଅତ୍ୟାଧୁନିକ ଟିକେଟ୍ ବ୍ୟବସ୍ଥା ଓ ସିଗନାଲ ବ୍ୟବହାର ହେବ। ଇଲିଭେଟେଡ୍ ଭାୟଡକ୍ଟ ଉପରେ ସମସ୍ତ ମେଟ୍ରୋ ଧାରଣା ଓ ଷ୍ଟେସନ ରହିବ।

Also Read

ଆଜି ଏମଓୟୁ ସ୍ୱାକ୍ଷରବେଳେ ଦିଲ୍ଲୀ ମେଟ୍ରୋ ରେଳ ନିଗମ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଓ ଅନ୍ୟ ବରିଷ୍ଠ ଅଧିକାରୀ, ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ସିଇଓ ଓ ବରିଷ୍ଠ ଅଧିକାରୀଙ୍କ ସମେତ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଭୁବନେଶ୍ୱରର ୩ ବିଧାୟକ, ମେୟର, ମୁଖ୍ୟ ସଚିବ ଓ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ କହିଛନ୍ତି ଯେ, ଓଡ଼ିଶା ଇତିହାସରେ ଭିତ୍ତିଭୂମି ପ୍ରକଳ୍ପ କ୍ଷେତ୍ରରେ ଏହା ସର୍ବାଧିକ ଏକକ ନିବେଶ। ଏହି ମେଟ୍ରୋ ରେଳ ପ୍ରକଳ୍ପର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଦେଶରେ ମେଟ୍ରୋ ଟ୍ରେନ ଚଳାଚଳ କ୍ଷେତ୍ରରେ ଦିଲ୍ଲୀ ମେଟ୍ରୋ ଟ୍ରେନର ଅଭିଜ୍ଞତା ରହିଛି ଓ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ମେଟ୍ରୋ ଟ୍ରେନ ନିର୍ମାଣ ଓ ଏହାକୁ ନିର୍ଦ୍ଧାରିତ ୪ବର୍ଷ ଅବଧି ମଧ୍ୟରେ ଶେଷ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଏହା ରାଜ୍ୟ ସରକାରଙ୍କ ଫାଇଭ-ଟି ଇନିସିଏଟିଭି ଅନ୍ତର୍ଗତ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଯାହା ନୂଆ ଓଡ଼ିଶାର ସଙ୍କେତ ଦେଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story