Advertisment

ସାଂସଦ ଅନୁଭବ ମହାନ୍ତିଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ହାଜର ନହୋଇ ବାରମ୍ବାର ମହଲତ ନେବା କାରଣରୁ କଟକ ଜେଏମ୍‌ଏଫ୍‌ସି ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟ ଗତ ୧୩ ତାରିଖରେ ଅନୁଭବ ମହାନ୍ତିଙ୍କ ବିରୋଧରେ NBW ଜାରି କରିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

Anubhav and Brasha

ସାଂସଦ ଅନୁଭବ ମହାନ୍ତିଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି। ତାଙ୍କ ବିରୋଧରେ କଟକ ଜେଏମ୍‌ଏଫ୍‌ସି କୋର୍ଟ ଜାରୀ କରିଥିବା ଜାମିନ ବିହୀନ ଗିରଫ ପରୱାନା(NBW)ଉପରେ ହାଇକୋର୍ଟ ସ୍ଥଗିତାଦେଶ ରଖିଛନ୍ତି। ତେବେ ସେ ଆସନ୍ତା ୨୩ ତାରିଖ ମଧ୍ୟରେ ନିମ୍ନ ଅଦାଲତରେ ହାଜର ହୋଇପାରିବେ ବୋଲି କୋର୍ଟ କହିଛନ୍ତି।

Advertisment

ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ହାଜର ନହୋଇ ବାରମ୍ବାର ମହଲତ ନେବା କାରଣରୁ କଟକ ଜେଏମ୍‌ଏଫ୍‌ସି ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟ ଗତ ୧୩ ତାରିଖରେ ଅନୁଭବ ମହାନ୍ତିଙ୍କ ବିରୋଧରେ NBW ଜାରି କରିଥିଲା। ଏହାକୁ ରଦ୍ଦ କରିବାକୁ ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଉ ଆବେଦନରେ ଦର୍ଶାଇଥିଲେ, ବର୍ତ୍ତମାନ ଦେଶରେ ସାଧାରଣ ନିର୍ବାଚନ ଚାଲିଛି। ସେ ବିଜେପି ଷ୍ଟାର ପ୍ରଚାରକ ଅଛନ୍ତି। ଏହାଛଡା ମାଆଙ୍କ ଚିକିତ୍ସା ପାଇଁ ସେ ନୂଆଦିଲ୍ଲୀରେ ଥିବାରୁ ହାଜର ହୋଇପାରିନଥିବା ଦର୍ଶାଇ ସ୍ଥଗିତାଦେଶ ଜାରୀ କରିବାକୁ ଓକିଲ ମାଧ୍ୟମରେ ଯୁକ୍ତି ବାଢ଼ିଥିଲେ ଅନୁଭବ। କୋର୍ଟ ତାଙ୍କ ଯୁକ୍ତିକୁ ଗ୍ରହଣ କରି ଆସନ୍ତା ଶୁଣାଣି ଯାଏ NBW କାର୍ଯ୍ୟକାରୀ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଜୁଲାଇ ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

୨୦୨୦ ମସିହାରେ ଡିସେମ୍ବର ୧୯ ତାରିଖରେ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ପୁରୀ ଘାଟ ଥାନାରେ ଏକ ଏତଲା ଦିଆଯାଇଥିଲା। ବର୍ଷା ଏତଲାରେ ଉଲ୍ଲେଖ କରିଥିଲେ ଯେ ଅନୁଭବ ଓ ତାଙ୍କ ଘରେ ରହୁଥିବା ୨ କର୍ମଚାରୀ ଖଗେନ୍ଦ୍ର ଓ ଅଜିତ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିଲେ। ବିନା ଅନୁମତିରେ ଦୁଇ କର୍ମଚାରୀ ତାଙ୍କ ରୁମ୍ ଭିତରକୁ ପଶି ଆସୁଥିଲେ। ରୁମ୍‌ରେ ପଶି ଭିଡିଓ ଶୁଟିଂ କରୁଥିଲେ। ଅନୁଭବଙ୍କ ନିର୍ଦ୍ଦେଶରେ ତାଙ୍କର ଦୁଇ କର୍ମଚାରୀ ଏପରି କରୁଥିଲେ ବୋଲି ସେ ଅଭିଯୋଗ କରିଥିଲେ।

Advertisment
BjD Bjp Cuttack Barsa Priyadarshini Barsha-Anubhav Controversy