Advertisment

କ୍ଷେତ ବୁଲିଲେ, ଚାଷୀଙ୍କ ଦୁଃଖ ଶୁଣିଲେ ବୈଜୟନ୍ତ

ଜଜାଙ୍ଗ ପରେ ଡେରାବିଶର ବାରିମୂଳକୁ ଯାଇଥିଲେ ସାଂସଦ। ସେଠାରେ ଉଜୁଡା କ୍ଷେତ ବୁଲି ଦେଖିଥିଲେ। କ୍ଷତି ଗ୍ରସ୍ତ ଚାଷୀଙ୍କୁ ପଚାରି ବୁଝିଥିଲେ। କ୍ଷେତ ପରିଦର୍ଶନ କରିବା ପରେ ସାଂସଦ ଶ୍ରୀ ପଣ୍ଡା ଜିଲ୍ଲାପାଳଙ୍କ ସହିତ କ୍ଷୟକ୍ଷତି ନେଇ ବିସ୍ତୃତ ଆଲୋଚନା କରିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
BJP

Baijayant Jay Panda

କ୍ଷେତ ବୁଲିଲେ। ଆଉ ଚାଷୀଙ୍କ ଦୁଃଖ ଶୁଣିଲେ ସାଂସଦ ବୈଜୟନ୍ତ ପଣ୍ଡା। ଅଦିନିଆ ବର୍ଷା ପାଣିରେ ଜଡସଡ ହୋଇଥିବା ଚାଷ ଜମିକୁ ପାଖରୁ ଦେଖିଲେ। ଆଜି ନିଜ ନିର୍ବାଚନମଣ୍ଡଳୀ କେନ୍ଦ୍ରାପଡ଼ା ଗସ୍ତରେ ଯାଇ କ୍ଷୟକ୍ଷତି ଆକଳନ କରିଛନ୍ତି ଶ୍ରୀ ପଣ୍ଡା। ଏଥିସହ କ୍ଷୟକ୍ଷତି ନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି।

Advertisment

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜଜଙ୍ଗରେ ଅବତରଣ କରିଥିଲା। ସେଠାରେ ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ତା’ପରେ ଶ୍ରୀ ପଣ୍ଡା କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମିକୁ ଯାଇଥିଲେ। ଚାଷୀମାନେ ଗଜା ହୋଇଯାଇଥିବା ଧାନ କେଣ୍ଡା ସାଂସଦଙ୍କୁ ଦେଖାଇଥିଲେ। ଏଥିସହ ମନ ଭିତରେ ଥିବା ସବୁ ଦୁଃଖ ଓ କ୍ଷୋଭ ଗୋଟି ଗୋଟି କରି ବଖାଣିଥିଲେ। ସାଂସଦ ଶ୍ରୀ ପଣ୍ଡା ଚାଷୀ ସବୁ ଅଭିଯୋଗ ଶୁଣିଥିଲେ।

ଜଜାଙ୍ଗ ପରେ ଡେରାବିଶର ବାରିମୂଳକୁ ଯାଇଥିଲେ ସାଂସଦ। ସେଠାରେ ଉଜୁଡା କ୍ଷେତ ବୁଲି ଦେଖିଥିଲେ। କ୍ଷତି ଗ୍ରସ୍ତ ଚାଷୀଙ୍କୁ ପଚାରି ବୁଝିଥିଲେ। କ୍ଷେତ ପରିଦର୍ଶନ କରିବା ପରେ ସାଂସଦ ଶ୍ରୀ ପଣ୍ଡା ଜିଲ୍ଲାପାଳଙ୍କ ସହିତ କ୍ଷୟକ୍ଷତି ନେଇ ବିସ୍ତୃତ ଆଲୋଚନା କରିଥିଲେ। ସାଂସଦଙ୍କ ସହି ଜିଲ୍ଲା ସଭାପତି କିଶୋର ପଣ୍ଡା, ମହାକାଳପଡା ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ, ବିଜେପି ନେତ୍ରୀ ଗୀତା ସେଠୀ, ତେଜେଶ୍ଵର ପରିଡ଼ା, କୃଷ୍ଣ ପଣ୍ଡା, ଲଳିତ ବେହେରା ପ୍ରଭୁତି ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା କ୍ଷେତ ଅନୁଧ୍ୟାନ କରିଥିଲେ।

Advertisment

କ୍ଷୟକ୍ଷତି ନେଇ ମହାକାଳପଡା ବିଧାୟକ ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ କହିଛନ୍ତି, କ୍ଷୟକ୍ଷତି ଆକଳନ କରି ଶୀଘ୍ର ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିଲେ ସରକାର ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ କରିବେ। ଏ ସରକାର ହେଉଛି ଚାଷୀଙ୍କ ସରକାର ବୋଲି ଡକ୍ଟର ନାୟକ କହିଛନ୍ତି।

ବିଜେପି ନେତା ତେଜେଶ୍ୱର ପରିଡ଼ା କହିଛନ୍ତି, ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ୩୦ ତାରିଖ ନୁହେଁ, ୧ ତାରିଖ ରାତି ପର୍ଯ୍ୟନ୍ତ ଚାଷୀମାନେ ପଞ୍ଜିକରଣ କରିପାରିବେ। ଅନ୍‌ଲାଇନ୍‌ରେ ନମ୍ୱର ବିଜି ଦେଖାଇଲେ ନିକଟସ୍ଥ ପାକ୍ସକୁ ଯାଇ ପଞ୍ଜିକରଣ କରିପାରିବେ। ଆର୍‌ଆଇ, VLW ଓ ଅନ୍ୟାନ୍ୟ କର୍ମଚାରୀମାନେ ଚାଷ ଜମିରେ ବୁଲି ଫଟୋ ଉଠାଉଛନ୍ତି। ଆଜି ସାଂସଦ ବୈଜୟନ୍ତ ପଣ୍ଡା ଚାଷ ଜମି ବୁଲି ଦେଛନ୍ତି ବୋଲି ଶ୍ରୀ ପରିଡ଼ା କହିଛନ୍ତି।

ରିପୋର୍ଟ- କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

Bjp Baijayanta Panda Kendrapara