Advertisment

ସାଂସଦ ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି

ଏକାଧିକ ବ୍ଲକେଜ୍‌ ପାଇଁ କାର୍ଡିଓଲୋଜି ଡିପାର୍ଟମେଣ୍ଟରେ ସାଂସଦ ସୁରେଶ ପୂଜାରୀ ଚିକିତ୍ସାଧୀନ ଅଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Suresh Pujari

Suresh Pujari

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ବିଜେପିର ବରିଷ୍ଠ ନେତା ତଥା ବରଗଡ଼ ସାଂସଦ ସୁରେଶ ପୂଜାରୀ। ଏକାଧିକ ବ୍ଲକେଜ୍‌ ପାଇଁ କାର୍ଡିଓଲୋଜି ଡିପାର୍ଟମେଣ୍ଟରେ ସେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ହୃତପିଣ୍ଡରେ ୪ଟି ଷ୍ଟେଣ୍ଟ ଲଗାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

Advertisment

ସୂଚନା ଅନୁଯାୟୀ, ବେଶ୍ କିଛି ଦିନ ପୂର୍ବରୁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ସେ ଦିଲ୍ଲୀ ଏମ୍ସ ଯାଇ ଆବଶ୍ୟକ ପରୀକ୍ଷା କରାଇଥିଲେ। ତାଙ୍କ ହାର୍ଟରେ ଏକାଧିକ ବ୍ଳକେଜ ଥିବା ପରୀକ୍ଷା ବେଳେ ଜଣାପଡ଼ିଥିଲା। ସେଥିପାଇଁ ଅପରେସନ ଆବଶ୍ୟକ ବୋଲି ଡାକ୍ତର କହିଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ଆଜି ସାଂସଦ ଶ୍ରୀ ପୂଜାରୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ଦିନ ପ୍ରାୟ ୧୨ଟା ବେଳେ ଅସ୍ତ୍ରୋପଚାର ଜରିଆରେ ତାଙ୍କ ହୃତପିଣ୍ଡରେ ୪ଟି ଷ୍ଟେଣ୍ଟ ଲଗାଯାଇଛି। 

Delhi AIIMS AIIMS Suresh Pujari