Advertisment

ବାଲେଶ୍ୱରରେ ଫଳକରେ ସୀମିତ ‘ମୁକ୍ତା’ ଯୋଜନା

ସହର ମଧ୍ୟରେ ଥିବା ୬ଟି ପୋଖରୀ ପାଇଁ ୩ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ୨ ନମ୍ବର ୱାର୍ଡର ବଡଖୁଆ ପୋଖରୀର ପୁନରୁଦ୍ଧାର ପାଇଁ ସର୍ବାଧିକ ୧ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା।

Balasore

Balasore

Advertisment

ଆବର୍ଜନାରେ ଭର୍ତ୍ତି ଜଳାଶୟ। ପୋଖରୀରେ କେଉଁଠି ଦଳ ଭର୍ତ୍ତି ତ କେଉଁଠି ଗଛଲତା। ଅପରିଷ୍କାର ପାଣି, ପୁତ୍ତି ଗନ୍ଧମୟ ପରିବେଶ। ସବୁଠି ଅଧପନ୍ତରିଆ କାମ, ଦରଖଣ୍ଡିଆ ସୌନ୍ଦର୍ଯ୍ୟକରଣ କାମ। ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାରେ ଆମ ଜଳାଶୟ ନବୀକରଣ କାର୍ଯ୍ୟକୁ ଅନ୍ତର୍ଭୁକ୍ତ କରାଯାଇ ବାଲେଶ୍ୱର ପୌର ପାଳିକାର ୧୬ଟି ଜଳାଶୟକୁ ନବୀକରଣ କରାଯିବାର ଲକ୍ଷ୍ୟ ରଖାଯାଇଥିଲା।

Advertisment

ଉଦ୍ଦେଶ୍ୟ ଥିଲା, ଜଳାଶୟ ଗୁଡ଼ିକରୁ ପଙ୍କ ଓ ଦଳ ଉଦ୍ଧାର କରାଯାଇ ଆବର୍ଜନା ମୁକ୍ତ କରାଯିବ। ପୋଖରୀ ଚାରିପଟେ ଆଲୋକୀକରଣ, ଚଲାପଥ ଓ ଛୋଟ ପିଲାଙ୍କ ପାଇଁ ଖେଳନା ସରଞ୍ଜାମର ବ୍ୟବସ୍ଥା କରାଯିବ। ହେଲେ ସବୁଠି ଅଧାରେ ଅଟକିଛି କାମ। ଯୋଜନାକୁ ୨ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଏଯାଏଁ ମାତ୍ର ୫ଟି ଜଳାଶୟର ପୁନରୁଦ୍ଧାର କରାଯାଇ ପାରିଛି। ଆହୁରି ୧୧ ଟି ଅପେକ୍ଷାରେ ଅଛି।

ସହରବାସୀ କହିଛନ୍ତି, ଅଗଷ୍ଟ ମାସରୁ କୁହାଯାଉଛି ବର୍ଷା ଛାଡ଼ି ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ହେବ। ଇତି ମଧ୍ୟରେ ବର୍ଷା ଛାଡ଼ିଗଲାଣି। କିନ୍ତୁ ବର୍ତ୍ତମାନ ସୁଦ୍ଧା କାମ ଆରମ୍ଭ ହୋଇନି। ପୋଖରୀରେ ଦଳ ଭର୍ତ୍ତି ହୋଇଛି।

Advertisment

ସହର ମଧ୍ୟରେ ଥିବା ୬ଟି ପୋଖରୀ ପାଇଁ ୩ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ୨ ନମ୍ବର ୱାର୍ଡର ବଡଖୁଆ ପୋଖରୀର ପୁନରୁଦ୍ଧାର ପାଇଁ ସର୍ବାଧିକ ୧ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ତେବେ ଫଳକକୁ ୩ ବର୍ଷ ବିତି ଯାଇଥିଲେ ସୁଦ୍ଧା ୩୦ ପ୍ରତିଶତ କାମ୍‌ ହୋଇନାହିଁ। ଏନେଇ ବାରମ୍ବାର ପୌର ପାଳିକା ପାଖରେ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ। ତେବେ ପୌରପାଳିକା ଅଧ୍ୟକ୍ଷ କହିଛନ୍ତି, ଟଙ୍କା ମଞ୍ଜୁର ହୋଇ ସାରିଛି, ଶୀଘ୍ର ସବୁ ଜଳାଶୟର ପୁନରୁଦ୍ଧାର ହେବ।

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe