Advertisment

ପାନେ ଦେବା ପାଇଁ ମେଳି ବାନ୍ଧିଲେ ମୁଣ୍ଡା ସମାଜ, ନେଲେ ବଡ଼ ନିଷ୍ପତ୍ତି

ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍‌ କମଳାଶୋଳ ଗାଁରେ ଆଜି ଏକ ବୈଠକ ବସିଥିଲା। ଏଥିରେ ୫ରୁ ୬ଟି ପଞ୍ଚାୟତର ମୁଣ୍ଡା ସମାଜ ମୁରବୀ ଓ ନେତା ଯୋଗଦେଇଥିଲେ। ଚାକିରିରୁ ବହିଷ୍କାର ହୋଇଥିବା ବ୍ୟାଙ୍କ ମିତ୍ର ଭାରତୀ ଭାରତୀ ସିଂଙ୍କ ଉପରେ ଆଲୋଚନା ହୋଇଥିଲା।

Baripada

Baripada

Advertisment

ରାଜ୍ୟ ସରକାରଙ୍କୁ ପାନେ ଦେବା ପାଇଁ ମେଳି ବାନ୍ଧିଲେ ମୁଣ୍ଡା ସମାଜ। ଆଉ ନେଲେ ବଡ଼ ନିଷ୍ପତ୍ତି। ବହିଷ୍କୃତ ବ୍ୟାଙ୍କ ମିତ୍ର ଭାରତୀ ସିଂଙ୍କ ପାଇଁ ରାସ୍ତାକୁ ଓହ୍ଲାଇବାକୁ ମୁଣ୍ଡା ସମାଜ ସଜବାଜ ହେଉଛି। ଏଥିସହ ଆଗାମୀ ନିର୍ବାଚନରେ ଉଚିତ ଜବାବ ଦିଆଯିବ ବୋଲି ମୁଣ୍ଡା ଚେତାବନୀ ଦେଇଛି।

Advertisment

ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍‌ କମଳାଶୋଳ ଗାଁରେ ଆଜି ଏକ ବୈଠକ ବସିଥିଲା। ଏଥିରେ ୫ରୁ ୬ଟି ପଞ୍ଚାୟତର ମୁଣ୍ଡା ସମାଜ ମୁରବୀ ଓ ନେତା ଯୋଗଦେଇଥିଲେ। ଚାକିରିରୁ ବହିଷ୍କାର ହୋଇଥିବା ବ୍ୟାଙ୍କ ମିତ୍ର ଭାରତୀ ଭାରତୀ ସିଂଙ୍କ ଉପରେ ଆଲୋଚନା ହୋଇଥିଲା। ବିଧାୟକ ହେବା ଆଶାରେ ରାଜ୍ୟ ସରକାରଙ୍କୁ ଖୁସି କରିବା ପାଇଁ ଭାରତୀ ସିଂଙ୍କୁ ବହିଷ୍କାର କରାଇଥିବା ମତ ପ୍ରକାଶ ପାଇଛି। ଭାରତୀ ସିଂଙ୍କୁ ନ୍ୟାୟ ନମିଳିଲେ ଆଗାମୀ ନିର୍ବାଚନରେ ମୁଣ୍ଡା ସମାଜ ଉଚିତ୍‌ ଜବାବ ଦେବେ ବୋଲି ମୁଖିଆମାନେ ମତ ପ୍ରକାଶ କରିଛନ୍ତି।

ମୁଣ୍ଡା ସମାଜର ଜଣେ ନେତା କହିଛନ୍ତି, ଭାରତୀ ସିଂଙ୍କୁ ମିଥ୍ୟା ଆରୋପ ଲଗାଇ ଚାକିରିରୁ ବହିଷ୍କାର କରାଯାଇଛି। ଭାରତୀ ହେଉଛନ୍ତି ଜଣେ ନୀରିହ ଆଦିବାସୀ ମହିଳା। ସେ ନିଜ ଅଧିକାର ପାଇଁ ଭୁବନେଶ୍ୱରରେ ଆୟୋଜି ରାଲିରେ କହିଥିଲେ। ଏଥିରେ ଭୁଲ୍‌ ରହିଲା କେଉଁଛି? ମତବ୍ୟକ୍ତ କରିବା ପାଇଁ ସମସ୍ତଙ୍କର ଅଧିକାର ମିଳିଛି। 5T ସଚିବଙ୍କ ନାଁରେ କହିବାରୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଏଥିପାଇଁ ଆମେ ବହୁ ମର୍ମାହତ ହୋଇଛୁ। ସରକାରଙ୍କ ଏପରି ନିଷ୍ପତ୍ତି ପ୍ରତିବାଦରେ ଆମେ ଆଜି ଏକତ୍ର ହୋଇଛୁ ବୋଲି ସେ କହିଛନ୍ତି।

Advertisment

ମୁଣ୍ଡା ସମାଜର ଜଣେ ମୁରବୀ କହିଛନ୍ତି, ବିନା କାରଣରେ ଭାରତୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଏଥିପାଇଁ ମୁଣ୍ଡା ସମାଜ ମର୍ମାହତ ହୋଇଛି। ଆଗାମୀ ଦିନରେ ଭାରତୀଙ୍କୁ ନ୍ୟାୟ ନମିଳିଲେ, ଆମେ ରାସ୍ତାକୁ ଓହ୍ଲାଇବୁ। ଦରକାର ପଡ଼ିଲେ ଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ କରିବୁ। ଏନେଇ ଆଜି ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି।

ୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକରେ ଭାରତୀ ସିଂ ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟ କରୁଥିଲେ। ଦୀର୍ଘ ୪ ବର୍ଷ ହେଲା ସେ ବ୍ୟାଙ୍କ ମିତ୍ର ଭାବରେ କାମ କରୁଥିଲେ। ବିଭିନ୍ନ ଦାବି ନେଇ ବିକ୍ଷୋଭ କରିବାକୁ ଗତ ୧୧ ତାରିଖରେ ସେ ତାଙ୍କର ଅନ୍ୟ ସହଯୋଗୀଙ୍କ ସହ ଭୁବନେଶ୍ୱର ଆସିଥିଲେ। ଗଣମାଧ୍ୟମରେ ପ୍ରତିକ୍ରିୟା ଦେଲା ବେଳେ ସରକାରୀ ବ୍ୟବସ୍ଥା ଓ 5T ସଚିବ ଭି.କେ. ପାଣ୍ଡିଆନ ଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ। ଯାହା ତାଙ୍କୁ ମହଙ୍ଗା ପଡ଼ିଥିଲା। ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ଆଲୋଚନା ହେଉଛି।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe