Advertisment

ପୌର ପ୍ରଶାସକ ବଦଳିଲେ, ୧୭ ପୌରସଂସ୍ଥାରେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପୌର ପ୍ରଶାସନର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ଅଫିସର ଦେବାଶୀଷ ସିଂଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇ ସେହି ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି ।

author-image
Ordigital Desk
undefined

Loka Seva Bhavan

ରାଜ୍ୟ ସରକାର ଆଜି ପୌର ପ୍ରଶାସନରେ ନୂଆ ନିର୍ଦ୍ଦେଶକଙ୍କ ସମେତ ୧୭ଟି ପୌର ସଂସ୍ଥାରେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି ।

Advertisment

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପୌର ପ୍ରଶାସନର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ଅଫିସର ଦେବାଶିଷ ସିଂଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇ ସେହି ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍ ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ମହିଳା ଓ ଶିଶୁବିକାଶ ବିଭାଗ ବଦଳି କରାଯାଇଥିବା ବେଳେ ବରିଷ୍ଠ ଓଏଏସ୍ ଗୌତମ ଚୌଧୁରୀଙ୍କୁ ତାଙ୍କ ସ୍ଥାନକୁ ପଠାଯାଇଛି ।

ସେହିପରି ଯାଜପୁର ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଲକ୍ଷ୍ମୀଧର ରାଉତଙ୍କୁ ବଦଳି ହୋଇଛି। କୈଳାସ ଚନ୍ଦ୍ର ଜେନା-ପୋଲସରା ଏନଏସି କାର୍ଯ୍ୟନିବାହୀ ଅଧିକାରୀ, ନିଗମାନନ୍ଦ ନନ୍ଦ-ବାଣପୁର ଏନଏଏସି, କମଳ ବିହାରୀ ଦାସ-ରେମୁଣା ଏନଏସି, ଲକ୍ଷ୍ମଣ କୁମାର ମୁର୍ମୁ-ପାରଳାଖେମୁଣ୍ଡି ମ୍ୟୁନିସପାଲଟି, ସୌମ୍ୟରଞ୍ଜନ ମିଶ୍ର-ଚୌଦ୍ୱାର ମ୍ୟୁନିସପାଲଟି, ଆଶୁତୋଷ ଗୌରବ କର- ଜି.ଉଦୟଗିରି, ବିଶ୍ୱରଞ୍ଜନ ପ୍ରଧାନ-ସୋର ମ୍ୟୁନିସପାଲଟି, ବିଶ୍ୱଜିତ୍ ରାୟ-ରାୟଗଡ଼ା ମ୍ୟୁନିସପାଲଟି, ସତ୍ୟପ୍ରକାଶ ତ୍ରିପାଠୀ-ଅନୁଗୁଳ ମ୍ୟୁନିସପାଲଟି, ୟାସିର ବିଲାଲ ଅହମ୍ମଦ-ବୀରମିତ୍ରପୁର ମ୍ୟୁନିସପାଲଟି, ରାଜେଶ କୁମାର ମହାପାତ୍ର-ଆସିକା ଏନଏଏସି, କାଦମ୍ବିନୀ ଜେନା-ପିପିଲି ଏନଏଏସି, ଲଳିତ କୁମାର ନାଏକ- କେନ୍ଦୁଝର ମ୍ୟୁନିସପାଲଟି, ରୁଷି ମାଝୀ-ସୋନପୁର ମ୍ୟୁନିସପାଲଟି, ଚନ୍ଦ୍ରକାନ୍ତ ବେହେରା-ଆଠମଲ୍ଲିକ ଏନଏଏସି ଓ ଅବିନାଶ ମହାନ୍ତିଙ୍କୁ ଦଶପଲ୍ଲା ଏନଏଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି ।

Advertisment
Oas