Advertisment

‘ମୋ ବସ୍‌ର ସ୍ପିଡ୍‌ ୪୦ରୁ ଅଧିକ ରହିବ ନାହିଁ’

ଗତ କିଛି ଦିନ ହେଲା ରାଜଧାନୀ ଭୁବନେଶ୍ୱର ସମେତ ମୋ ବସ୍‌ ଗଡୁଥିବା ଅନ୍ୟ ସହରରେ ଦୁର୍ଘଟଣା ବଢୁଛି। ମୋ ବସ୍‌ କର୍ମଚାରୀଙ୍କ ବେପରୁଆ ମନୋଭାବ ଓ ଦ୍ରୁତ ଗତିରେ ଗାଡ଼ି ଚାଳନା ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି।

undefined

Mo Bus

Advertisment

ସାବାଡ ହେବେ ଅମାନିଆ ମୋ’ ବସ୍‌ ଡ୍ରାଇଭର ଓ କର୍ମଚାରୀ! ଚେତାବନୀ ଦେଲେ ମନ୍ତ୍ରୀ। ସହର ଭିତରେ ବୁଲୁଥିବା ମୋ’ ବସ୍‌ର ସ୍ପିଡ୍‌ ଲିମିଟ୍‌ ୪୦ରୁ ଅଧିକ ରହିବ ନାହିଁ। ଯେଉଁ ବସ୍‌ ଗୁଡ଼ିକ ବାହାରକୁ ଯାଉଛି, ତାହାର ସ୍ପିଡ୍‌ ୫୦ ରହିବ। ଏହି ନିର୍ଦ୍ଦେଶକୁ ଯଥାଶୀଘ୍ର ଲାଗୁ କରିବା ପାଇଁ କୁହାଯାଇଛି। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

Advertisment

ଗଣମାଧ୍ୟମକୁ ସେ କହିଛନ୍ତି, ନିୟମିତ ବ୍ୟବଧାନରେ ବସ୍‌ ଗୁଡ଼ିକୁ ଯାଞ୍ଚ କରାଯିବ। ବସ୍‌ ଚାଳକଙ୍କ ଲାଇସେନ୍ସ ଚେକିଂ ହେବ। ଯିଏ ଲାଇସେନ୍ସ ଆଣିଥିବେ, ସେମାନେ ଗାଡ଼ିରେ ଚଢ଼ିବ। ଏହାଛଡ଼ା ବସ୍‌ ଚଢ଼ିବା ପୂର୍ବରୁ କର୍ମଚାରୀମାନେ ମଦ ପିଇଛନ୍ତି କି ନାହିଁ, ତାହାର ଯାଞ୍ଚ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାରୁ ପ୍ରକାଶ, ଗତ କିଛି ଦିନ ହେଲା ରାଜଧାନୀ ଭୁବନେଶ୍ୱର ସମେତ ମୋ ବସ୍‌ ଗଡୁଥିବା ଅନ୍ୟ ସହରରେ ଦୁର୍ଘଟଣା ବଢୁଛି। ମୋ ବସ୍‌ କର୍ମଚାରୀଙ୍କ ବେପରୁଆ ମନୋଭାବ ଓ ଦ୍ରୁତ ଗତିରେ ଗାଡ଼ି ଚାଳନା ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏଥିପାଇଁ ଧନଜୀବନ ହାନୀ ଘଟୁଛି। ଏଥିସହ ଉତ୍ତ୍ୟକ୍ତ ଲୋକ ମୋ ବସ୍‌ ଭଙ୍ଗାରୁଜା ମଧ୍ୟ କରୁଛନ୍ତି।

Advertisment
Mo Bus Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe