Advertisment

୨୧ ହଜାର କ୍ୱିଣ୍ଟାଲ୍‌ ଚାଉଳ ଫେରାଇଲେନି ୫ ମିଲ୍‌, ସିଲ୍‌ କଲା ପ୍ରଶାସନ

୨୦୨୨-୨୩ ଆର୍ଥିକ ବର୍ଷରେ ନବରଙ୍ଗପୁର ଜିଲ୍ଲାର ୫ଟି ରାଇସ୍‌ ମିଲ ମିଲିଂ ପାଇଁ ଧାନ ନେଇଥିଲେ। ହେଲେ ସେମାନେ ଚାଉଳ ଫେରାଇଲେ ନାହିଁ। ଚାଉଳ ନଫେରାଇବାରୁ ଜିଲ୍ଲା ପ୍ରଶାସନ ନୋଟିସ୍‌ ପରେ ନୋଟିସ୍‌ କରିଥିଲା।

Nabarangpur

Nabarangapur

Advertisment

ଧାନ ନେଇ ୨୧ ହଜାର ୪୪୯ କ୍ୱିଣ୍ଟାଲ୍‌ ଚାଉଳ ଫେରାଇଲେନି ୫ ମିଲ୍‌। ୨୦୨୨-୨୩ ବର୍ଷରୁ ଚାଉଳ ଫେରାଉ ନାହାନ୍ତି ମିଲ୍‌ କର୍ତ୍ତୃପକ୍ଷ। ଶେଷରେ କିଛି ଉପାୟ ନପାଇ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ରାଇସ୍‌ ମିଲ୍‌ରେ ଚଢ଼ଉ କରି ସିଲ୍‌ କରିଛି।

Advertisment

୨୦୨୨-୨୩ ଆର୍ଥିକ ବର୍ଷରେ ନବରଙ୍ଗପୁର ଜିଲ୍ଲାର ୫ଟି ରାଇସ୍‌ ମିଲ ମିଲିଂ ପାଇଁ ଧାନ ନେଇଥିଲେ। ହେଲେ ସେମାନେ ଚାଉଳ ଫେରାଇଲେ ନାହିଁ। ଚାଉଳ ନଫେରାଇବାରୁ ଜିଲ୍ଲା ପ୍ରଶାସନ ନୋଟିସ୍‌ ପରେ ନୋଟିସ୍‌ କରିଥିଲା। ହେଲେ ରାଇସ୍‌ ମିଲ୍‌ କର୍ତ୍ତୃପକ୍ଷ ବେଫିକର ଥିଲେ। ସେମାନେ ଧରାଛୁଆ ଦେଉନଥିଲେ। ଚାଉଳ ଫେରାଇଲେ ନାହିଁ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଯାଇଥିବା ଟିମ୍‌ ଆଜି ଦୁଇଟି ରାଇସ୍‌ ମିଲ୍‌ ସିଲ୍‌ କରିଛି। ପୂର୍ବରୁ ଦୁଇଟି ମିଲ୍‌ କରାଯାଇଥିଲା।

ନବରଙ୍ଗପୁର ସିଏସ୍‌ଓଙ୍କ କହିବା ଅନୁସାରେ ଝରିଗାଁ ବ୍ଲକ୍‌ରେ ଥିବା ଅର୍କେଶ ଯାଦବଙ୍କ ‘ନବଦୁର୍ଗା ମଡର୍ଣ୍ଣ ରାଇସ୍‌ ମିଲ୍‌’ ଓ ଓମ ପ୍ରକାଶ ଯାଦବଙ୍କ ‘ଦୁର୍ଗା ରାଇସ୍‌ ମିଲ୍‌’ ଚୁକ୍ତି ଖିଲାପ କରିଛନ୍ତି। ନବଦୁର୍ଗା ମଡ଼ର୍ଣ୍ଣ ରାଇସ୍‌ ମିଲ ମିଲିଂ ପାଇଁ ଧାନ ନେଇ ୪୫୦୦ କ୍ୱିଣ୍ଟାଲ୍‌ ଚାଉଳ ସରକାରଙ୍କୁ ଫେରାଇବା କଥା। ଚାଉଳ ଫେରାଇବାର ନିର୍ଦ୍ଧାରିତ ସମୟ ବିତି ଯାଇଥିଲେ ସୁଦ୍ଧା ସେମାନେ ଫେରାଇଲେ ନାହିଁ।

Advertisment

ସେହିଭଳି ‘ଦୁର୍ଗା ରାଇସ ମିଲ୍‌’ ମିଲିଂ ପାଇଁ ଧାନ ନେଇ ୧୨୦୦ କ୍ୱିଣ୍ଟାଲ୍‌ ଚାଉଳ ଫେରାଇବା କଥା। ଚାଉଳ ଫେରାଇବାର ନିର୍ଦ୍ଧାରିତ ସମୟ ବିତି ଯାଇଥିଲେ ସୁଦ୍ଧା ସେ ଫେରାଇ ନଥିଲେ। ତେଣୁ ଉକ୍ତ ଦୁଇଟି ମିଲକୁ ସିଲ୍‌ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କ ନେତୃତରେ ଯାଇଥିବା ଚଢ଼ଉ ଜାରି ରହିଥିଲା।

ପୂର୍ବରୁ ନିୟମ ଖିଲାପ କରିଥିବା ଅଭିଯୋଗରେ ନବରଙ୍ଗପୁର ସଦର ବ୍ଲକ୍‌ ଅନ୍ତର୍ଗତ ନୂଆଗୁଡା ସ୍ଥିତ ଶ୍ରୀଶୁଭମ୍‌ ରାଇସ ମିଲ ଓ ଗୁପ୍ତେଶ୍ୱରୀ ଆମ୍ମା ରାଇସ ମିଲକୁ ପ୍ରଶାସନ ସିଲ୍‌ କରିଥିଲା।

ନବରଙ୍ଗପୁର ସିଏସ୍‌ଓ ବେଣୁଧର ପାଣିଗ୍ରାହୀ କହିଛନ୍ତି, ଖିଲାପକାରୀ ମିଲ୍‌କୁ ସିଲ୍‌ କରାଯାଇ ସେମାନଙ୍କ ସିକ୍ୟୁଟି ଅର୍ଥକୁ ବାର୍ଜ୍ୟାପ୍ତି କରାଯିବ। ସେଥିରୁ ବାକିଥିବା ଚାଉଳ ଟଙ୍କା ଆଦାୟ କରାଯିବ।

ଝରିଗାଁରୁ ରିପୋର୍ଟ- ତ୍ରିନାଥ ଧୁରୁଆ

Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe