୩୫ ଟଙ୍କା କିଲୋପିଛା ଦରରେ ପିଆଜ ବିକ୍ରି କଲା ନାଫେଡ୍‌

ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମକୁ ରୋକିବା ନିମନ୍ତେ ଓ ଖାଉଟିଙ୍କୁ ସୁଲଭ ମୂଳ୍ୟରେ ସାମଗ୍ରୀ ପହଂଚାଇବା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ରାଜ୍ୟ ସରକାର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Onion Harvest

  • Published: Friday, 27 September 2024
  • , Updated: 27 September 2024, 10:44 PM IST

ରାଜ୍ୟରେ ପିଆଜ ଦର ଆକାଶଛୁଆଁ ହେବାପରେ ଖାଉଟିଙ୍କୁ କିଲୋପିଛା ୩୫ଟଙ୍କା ଦରରେ  ପିଆଜ ଯୋଗାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ନାଫେଡ୍ ମାଧ୍ୟମରେ ଗତ ଦୁଇଦିନ ଧରି ରାଜଧାନୀ ଭୁବନେଶ୍ୱର ଓ ତା’ର ଆଖପାଖ ଅଂଚଳରେ ଏହି ପିଆଜ ବିକ୍ରି କରାଯାଉଛି ।

ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମକୁ ରୋକିବା ନିମନ୍ତେ ଓ ଖାଉଟିଙ୍କୁ ସୁଲଭ ମୂଳ୍ୟରେ ସାମଗ୍ରୀ ପହଂଚାଇବା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ରାଜ୍ୟ ସରକାର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦରଦାମ ନିୟନ୍ତ୍ରଣ କରିବା ପାଇଁ ବ୍ୟବସାୟୀ, ମଣ୍ଡି ମାଲିକ, ଖୁଚୁରା ବ୍ୟବସାୟୀ ଓ ବିଭାଗୀୟ ଅଧିକାରୀମାନଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଛନ୍ତି । ଏହାର ଫଳସ୍ୱରୂପ ଖାଉଟିଙ୍କୁ ଏବେ ସୁଲଭ ମୂଲ୍ୟରେ  ପିଆଜ ବିକ୍ରୟ କରାଯାଉଛି । ଭୁବନେଶ୍ୱରର ୟୁନିଟ-୪, ଲକ୍ଷ୍ମୀସାଗର, କଳ୍ପନା ଛକ, ରୂପାଲି ଛକ, ନାଫେଡ୍ କାର୍ଯ୍ୟାଳୟ, ମଂଚେଶ୍ୱର, ଜଟଣୀ, ମଙ୍ଗଳପୁର, ନିଆଳି, ଫୁଲନଖରା, ଡମଣା, ପିପିଲି, ନିମାପଡ଼ା, ବାଲିଅନ୍ତା, ବାଲିପାଟଣା, ରଘୁନାଥପୁର ଓ ବାରଙ୍ଗ ଆଦି ସ୍ଥାନରେ ନାଫେଡ୍ ପକ୍ଷରୁ ୩୫ଟଙ୍କା କିଲୋରେ ପିଆଜ ବିକ୍ରି କରାଯାଉଛି ।

ପୂର୍ବରୁ ନାଫେ ମାଧ୍ୟମରେ ଆଳୁ ଓ ପିଆଜ ସଂଗ୍ରହ କରି ଖାଉଟିମାନଙ୍କ ପାଖରେ ପହଂଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ତ୍ୱରିତ୍ ପଦକ୍ଷେପ ନେଇଥିଲେ । ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଅଂଚଳକୁ ନାଫେଡ୍ ମାଧ୍ୟମରେ ପିଆଜ ଯୋଗାଣ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related story