Advertisment

ସନ୍ତୋଷ ସିଂହ ସାଲୁଜାଙ୍କୁ ହତ୍ୟା ଧମକ ପ୍ରତିବାଦରେ ଆଜି କଣ୍ଟାବାଞ୍ଜି ବନ୍ଦ

ବିଭିନ୍ନ ଶ୍ରେଣୀର ବୋର୍ଡ ପରୀକ୍ଷା ଚାଲିଥିବାରୁ ଶିକ୍ଷାନୁଷ୍ଠାନ ଏବଂ ଗାଡି ଚଳାଚଳକୁ ଏହି ବନ୍ଦରୁ ବାଦ ଦିଆଯାଇଛି।

ଅଦ୍ୟତନ ହୋଇଛି
Kantabanj iBandh

Kantabanj iBandh

Advertisment

ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ହତ୍ୟା ଧମକ ଘଟଣାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଇଛି।  ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ନଗର କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି। 

Advertisment

ବିଭିନ୍ନ ଶ୍ରେଣୀର ବୋର୍ଡ ପରୀକ୍ଷା ଚାଲିଥିବାରୁ ଶିକ୍ଷାନୁଷ୍ଠାନ ଏବଂ ଗାଡି ଚଳାଚଳକୁ ଏହି ବନ୍ଦରୁ ବାଦ ଦିଆଯାଇଛି। ହେଲେ କଣ୍ଟାବାଞ୍ଜି ସହରରେ ଦୋକାନବଜାର ବନ୍ଦ ରହିଛି।

ରବିବାର ରାତିରେ କେହି ଜଣେ ଦୁର୍ବୃତ୍ତ କଣ୍ଟାବାଞ୍ଜି ସହରର ଦୁଇଟି ସ୍ଥାନରେ ବ୍ୟାନର ମାରି ଫେରାର ମାରିଥିଲା। ବ୍ୟାନରରେ ପନ୍ଦର ଦିନ ଭିତରେ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ହତ୍ୟା କରାଯିବ ବୋଲି ଲେଖା ଯିବା ସହିତ, ଜଣେ ଯୁବକର ଫଟୋ ମଧ୍ୟ ଲଗାଯାଇଥିଲା। କଣ୍ଟାବାଞ୍ଜି ପୁଲିସ ବ୍ୟାନର ଉଦ୍ଧାର କରି ତଦନ୍ତ ଜାରି ରଖିଛି। ଏହି ଘଟଣାରେ ପୁଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ।

Advertisment

ଅନ୍ୟପକ୍ଷରେ ସନ୍ତୋଷ ସିଂହ ସାଲୁଜାଙ୍କୁ ହତ୍ୟା ଧମକ ପରେ ବିଧାୟକଙ୍କ ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏ ନେଇ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି। 

Bolangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe